Advertisment

୩୩ ବର୍ଷରେ ଚାଲିଗଲା କ୍ରିକେଟରଙ୍କ ଜୀବନ

ନୂଆଦିଲ୍ଲୀ: ହାଇଦ୍ରାବାଦର ପୂର୍ବତନ ପେସ୍ ବୋଲର ଅଶ୍ୱିନ୍ ଯାଦବଙ୍କର ମାତ୍ର ୩୩ ବର୍ଷରେ ପରଲୋକ ହୋଇଯାଇଛି। ହୃଦଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପତ୍ନୀ ଓ ତିନି ପୁଅ ଉପସ୍ଥିତ ଥିଲେ। ତାଙ୍କ ଦେହାନ୍ତରେ ହାଇଦ୍ରାବାଦ କ୍ରିକେଟରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକରେ ଭାରତୀୟ କ୍ରିକେଟ୍ ଟିମର ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀଧର ଟ୍ୱିଟ୍ କରି ଲେଖିଛନ୍ତି, ଅଶ୍ୱିନ୍ ଯାଦବଙ୍କ ଦେହାନ୍ତ ଖବର […]

ଅଦ୍ୟତନ ହୋଇଛି
୩୩ ବର୍ଷରେ ଚାଲିଗଲା କ୍ରିକେଟରଙ୍କ ଜୀବନ

crickter

Advertisment

ନୂଆଦିଲ୍ଲୀ: ହାଇଦ୍ରାବାଦର ପୂର୍ବତନ ପେସ୍ ବୋଲର ଅଶ୍ୱିନ୍ ଯାଦବଙ୍କର ମାତ୍ର ୩୩ ବର୍ଷରେ ପରଲୋକ ହୋଇଯାଇଛି। ହୃଦଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପତ୍ନୀ ଓ ତିନି ପୁଅ ଉପସ୍ଥିତ ଥିଲେ। ତାଙ୍କ ଦେହାନ୍ତରେ ହାଇଦ୍ରାବାଦ କ୍ରିକେଟରେ ଶୋକର ଛାୟା ଖେଳିଯାଇଛି।

Advertisment

ତାଙ୍କ ପରଲୋକରେ ଭାରତୀୟ କ୍ରିକେଟ୍ ଟିମର ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀଧର ଟ୍ୱିଟ୍ କରି ଲେଖିଛନ୍ତି, ଅଶ୍ୱିନ୍ ଯାଦବଙ୍କ ଦେହାନ୍ତ ଖବର ଶୁଣି ମୁଁ ପୂରା ଭାଙ୍ଗି ପଡ଼ିଛି। ଅଶ୍ୱିନ୍ ଜଣେ ଖୁସିମିଜାଜ ଓ ବିନ୍ଦାସ୍ ବ୍ୟକ୍ତିତ୍ୱ ଥିଲେ। ସେ ସର୍ବଦା ଟିମ୍ ପାଇଁ ଖେଳିଛନ୍ତି। ସେ ଜଣେ ଜବରଦସ୍ତ ବୋଲର ଥିଲେ। ଏଭଳି ଏକ ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ଲଢ଼ିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ। ଆପଣ ସର୍ବଦା ମନେ ରହିବେ।

https://twitter.com/coach_rsridhar/status/1385801473443786753?s=20

ସେହିପରି ଅଶ୍ୱିନଙ୍କ ସହ ଖେଳିସାରିଥିବା ବିଶାଲ ଶର୍ମା କହିଛନ୍ତି, ତାଙ୍କର ବ୍ୟବହାର ସର୍ବଦା ଫ୍ରେଣ୍ଡଲୀ ଥିଲା ଏବଂ ତାଙ୍କ ମୁହଁରେ ସବୁବେଳେ ହସ ଦେଖିବାକୁ ମିଳୁଥିଲା। ସେ ଟିମ୍ ମ୍ୟାନ୍ ଥିଲେ। ମୁଁ ଏବେବି ବିଶ୍ୱାସ କରିପାରୁନି ଯେ ସେ ଆଉ ଆମ ଗହଣରେ ନାହାନ୍ତି।

Advertisment

ଅଶ୍ୱିନ୍ ୨୦୦୭ରେ ମୋହାଲିରେ ପଞ୍ଜାବ ବିପକ୍ଷ ମ୍ୟାଚ୍ ଖେଳି ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ। ସେ ହାଇଦ୍ରାବାଦ ପକ୍ଷରୁ ୧୪ ପ୍ରଥମଶ୍ରେଣୀ ମ୍ୟାଚରେ ୩୪ ୱିକେଟ୍ ନେଇଥିଲେ। ଏହାବ୍ୟତୀତ ସେ ୧୦ ଲିଷ୍ଟ-ଏ ମ୍ୟାଚରେ ୪ ୱିକେଟ୍ ହାସଲ କରିଥିଲେ। ଏହାଛଡ଼ା ସେ ୨ଟି ଟି-୨୦ ମ୍ୟାଚ୍ ଖେଳି ୩ଟି ୱିକେଟ୍ ନେଇଥିଲେ।

୨୦୦୮-୦୯ରେ ଦିଲ୍ଲୀ ବିପକ୍ଷ ରଣଜୀ ମ୍ୟାଚରେ ଅଶ୍ୱିନ୍ ୫୨ ରନ୍ ଦେଇ ୬ ୱିକେଟ୍ ନେଇଥିଲେ, ଯାହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଅଶ୍ୱିନ୍ ୨୦୦୯ରେ ମୁମ୍ବାଇ ବିପକ୍ଷରେ ନିଜର ଶେଷ ରଣଜୀ ଟ୍ରଫି ମ୍ୟାଚ୍ ଖେଳିଥିଲେ। ତେବେ ସେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ହାଇଦ୍ରାବାଦ ପକ୍ଷରୁ ସ୍ଥାନୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳିବା ଜାରି ରଖିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe