Advertisment

ଲଳିତ ମୋଦିଙ୍କ ସମ୍ପର୍କରେ ବଡ଼ ଖୁଲାସା କଲେ ଏହି ପୂର୍ବତନ କ୍ରିକେଟର

ପ୍ରବୀଣ କୁମାର କହିଛନ୍ତି ଯେ ସେ ଆଇପିଏଲର ପ୍ରଥମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିବାକୁ ଚାହୁଁ ନଥିଲେ।

author-image
Hemant Lenka
Lalit Modi

Lalit Modi

ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ପ୍ରବୀଣ କୁମାର ଆଇପିଏଲ ପ୍ରଥମ ସଂସ୍କରଣ ବେଳେ ତାଙ୍କ ଉପରେ ସୃଷ୍ଟି କରାଯାଇଥିବା ଚାପ ସମ୍ପର୍କରେ ଖୁଲାସା କରିଛନ୍ତି। ପସନ୍ଦର ପ୍ରାଞ୍ଚାଇଜ ସମ୍ପର୍କରେ ସେ କହିବାରୁ ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦି କେମିତି ତାଙ୍କୁ ଧମକ ଦେଇଥିଲେ, ସେକଥା ପ୍ରବୀଣ ସାର୍ବଜନୀନ କରିଛନ୍ତି।

Advertisment

ଗୋଟିଏ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ପ୍ରବୀଣ କୁମାର କହିଛନ୍ତି ଯେ ସେ ଆଇପିଏଲର ପ୍ରଥମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିବାକୁ ଚାହୁଁ ନଥିଲେ। ତାଙ୍କର ଏପରି ଆଭିମୁଖ୍ୟକୁ ନେଇ ଲଳିତ ମୋଦି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତାଙ୍କୁ ସେ ଧମକ ମଧ୍ୟ ଦେଇଥିଲେ। ଆରସିବି ବଦଳରେ ପ୍ରବୀଣ କୁମାର ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳିବାକୁ ଚାହୁଁଥିଲେ।

ସେ କହିଛନ୍ତି, “ମୁଁ ଆରସିବି ପାଇଁ ଖେଳିବାକୁ ଚାହୁଁ ନଥିଲି। କାରଣ ମୁଁ ରହୁଥିବା ସ୍ଥାନରୁ ବେଙ୍ଗାଲୁରୁ ବହୁତ ଦୂର। ମୁଁ ଇଂରାଜୀ ଜାଣି ନଥିଲି। ସେଠାରେ ମିଳୁଥିବା ଖାଦ୍ୟ ମୋର ପସନ୍ଦ ନୁହେଁ। ଦିଲ୍ଲୀ ମୋ ଘର ମୀରଟ ଠାରୁ ବହୁତ ପାଖ। ତେଣୁ ସେଠାକୁ ଯିବା ଆସିବାରେ ମୋତେ ସୁବିଧା ହେବ ବୋଲି ମୁଁ ଆଶା କରିଥିଲି।”

Advertisment

କିନ୍ତୁ ଜଣେ ଆରସିବି ଅଧିକାରୀଙ୍କ ସହ ପେପରରେ ଦସ୍ତଖତ କରିବା ବେଳେ ପ୍ରବୀଣ କୁମାର ଭୁଲ ବୁଝାମଣାରେ ପଡ଼ି ଯାଇଥିଲେ। ସେ ଆଉ ଗୋଟିଏ ଦସ୍ତାବିଜ ଭାବେ ଆରସିବି ସହ ଚୁକ୍ତି କରି ଦେଇଥିଲେ। ଯେତେବେଳେ ପ୍ରବୀଣ କୁମାର ନିଜ ପସନ୍ଦ ସମ୍ପର୍କରେ ଲଳିତ ମୋଦିଙ୍କୁ କହିଥିଲେ ସେ ପୂରା ବିରକ୍ତ ହୋଇ ଯାଇଥିଲେ। ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଏ ସମ୍ପର୍କରେ ପ୍ରବୀଣ କୁମାର କହିଛନ୍ତି, “ସେଦିନ ଜଣେ ବ୍ୟକ୍ତି ଥିଲେ ଯିଏ ମୋର ଦସ୍ତଖତ ଗୋଟିଏ ଦସ୍ତାବିଜରେ ନେଇଥିଲେ। ମୁଁ ଏହା ଏକ କଣ୍ଟ୍ରାକ୍ଟ ପେପର ଥିଲା ବୋଲି ମୁଁ ଜାଣି ନଥିଲି। ମୁଁ ସେମାନଙ୍କୁ ଦିଲ୍ଲୀ ପାଇଁ ଖେଳିବାକୁ ଚାହୁଁଥିବା ଜଣାଇଥିଲି। ଏହାର କିଛି ସମୟରେ ପରେ ଲଳିତ ମୋଦି ମୋତେ ଫୋନ କରିଥିଲେ। ମୁଁ ତାଙ୍କୁ ମଧ୍ୟ ସବୁ କଥା କହିଥିଲି। ହେଲେ ସେ ମୋତେ ଧମକ ଦେଇଥିଲେ। ମୋ କ୍ୟାରିୟର ଶେଷ କରିଦେବେ ବୋଲି କହିଥିଲେ। ଏହାକୁ ନେଇ ମୁଁ ପ୍ରବଳ ଚାପରେ ରହିଥିଲି।”

ଆଇପିଏଲର ପ୍ରାରମ୍ଭିକ ପର୍ଯ୍ୟାୟରେ ଖେଳାଳିମାନେ ନିଜ କ୍ୟାରିୟର ପାଇଁ ପସନ୍ଦର ପ୍ରାଞ୍ଚାଇଜ ଅପସନ ପାଉଥିଲେ। ଏହି କାରଣ ପାଇଁ ପ୍ରବୀଣ ମଧ୍ୟ ଦିଲ୍ଲୀ ପାଇଁ ଖେଳିବାକୁ ଆଗ୍ରହ ଦେଖାଇଥିଲେ। ତେବେ ତାଙ୍କୁ ପ୍ରବଳ ଚାପ ଅନୁଭବ କରିବାକୁ ପଡ଼ିଥିଲା।

IPL Lalit Modi