Advertisment

ବାଲକୋନୀରୁ ଖସି ପଡ଼ିଲେ ଭାରତୀୟ ଟିମର ପୂର୍ବତନ କ୍ରିକେଟର, ଚାଲିଗଲା ଜୀବନ

୫୨ ବର୍ଷୀୟ ଡାଭିଡ ଜନସନ ନିଜର ପତ୍ନୀ ଓ ଦୁଇ ପିଲାଙ୍କ ସହ ରହୁଥିଲେ। ଘର ପାଖରେ ସେ ଗୋଟିଏ କ୍ରିକେଟ ଏକାଡେମୀ ଖୋଲି ପିଲାମାନଙ୍କୁ ଟ୍ରେନିଂ ଦେଉଥିଲେ।

author-image
Hemant Lenka
David

David

ଟିମ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଡାଭିଡ ଜନସନ ଆଉ ନାହାନ୍ତି। ସେ ଆଜି ତାଙ୍କ ୪ର୍ଥ ମହଲା ଆପାର୍ଟମେଣ୍ଟର ବାଲକୋନୀରୁ ଖସି ପଡ଼ିଥିଲେ। ଏଥିଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହା ଦୁର୍ଘଟଣା ନା ସେ ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଛନ୍ତି, ସେକଥା ଜଣାପଡ଼ିନି। ବେଙ୍ଗାଲୁରୁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।

Advertisment

୫୨ ବର୍ଷୀୟ ଡାଭିଡ ଜନସନ ନିଜର ପତ୍ନୀ ଓ ଦୁଇ ପିଲାଙ୍କ ସହ ରହୁଥିଲେ। ଘର ପାଖରେ ସେ ଗୋଟିଏ କ୍ରିକେଟ ଏକାଡେମୀ ଖୋଲି ପିଲାମାନଙ୍କୁ ଟ୍ରେନିଂ ଦେଉଥିଲେ। କିନ୍ତୁ ବେଶ କିଛି ଦିନ ହେବ ତାଙ୍କ ଅବସ୍ଥା ଭଲ ନଥିଲା ବୋଲି କୁହାଯାଉଛି।

କର୍ଣ୍ଣାଟକା କ୍ରିକେଟ ଆସୋସିଏସନର ଜଣେ ଅଧିକାରୀ କହିଛନ୍ତି, ଡାଭିଡ ଜନସନ ତାଙ୍କ ଆପାର୍ଟମେଣ୍ଟ ବିଲଡିଂର ୪ର୍ଥ ମହଲାରୁ ଖସି ପଡ଼ିଥିବା ଆମକୁ ଖବର ମିଳିଥିଲା। ଘଟଣା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Advertisment

ଡାଭିଡ ଜନସନ ଓ ତାଙ୍କ ପରିବାର ଲୋକ କୋଥାନୁର ସ୍ଥିତ କନକ ଶ୍ରୀ ଲେଆଉଟ ଆପାର୍ଟମେଣ୍ଟର ୪ର୍ଥ ମହମଲାରେ ରହୁଥିଲେ। ସେଇଠାରେ ଏହି ଘଟଣା ଘଟିଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ଡାଭିଡ ଜନସନ ଭାରତ ପାଇଁ ୨ଟି ଟେଷ୍ଟ ଖେଳିଥିବା ବେଳେ ୩୯ଟି ପ୍ରଥମ ଶ୍ରେଣୀ କ୍ରିକେଟରେ ନଜର ଆସିଥିଲେ। ଅନୀଲ କୁମ୍ବଲେ, ଜବାଗଲ ଶ୍ରୀନାଥ, ଭେଙ୍କଟେଶ ପ୍ରସାଦ ଓ ଡୋଡା ଗଣେଶଙ୍କ ଭଳି ପ୍ରସିଦ୍ଧ କର୍ଣ୍ଣାଟକା ବୋଲରଙ୍କ ଭଳି ଜନସନ ମଧ୍ୟ ବେଶ ଖ୍ୟାତି ଅର୍ଜନ କରିଥିଲେ।

ଡାଭିଡ ଜନସନଙ୍କ ମୃତ୍ୟୁରେ ଗଣେଶଙ୍କ ଠାରୁ ଆରମ୍ଭ କରି ଅନୀଲ କୁମ୍ବଲେ ଓ ବିସିସିଆଇର ସମ୍ପାଦକ ଜୟ ଶାହ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Karnataka Cricket