Advertisment

୯୭୨ ୱିକେଟ୍ ନେଇଥିବା ଭାରତୀୟ ବୋଲରଙ୍କ କ୍ରିକେଟକୁ ଗୁଡ୍‌ବାଏ

ବେଙ୍ଗାଲୁରୁ: ଭାରତର ଅଭିଜ୍ଞ ପେସ୍ ବୋଲର ବିନୟ କୁମାର ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟକୁ ଅଲବିଦା କହିଛନ୍ତି। ଶୁକ୍ରବାର ଅର୍ଥାତ୍ ଫେବୃଆରୀ ୨୬ ତାରିଖରେ ବିନୟ କୁମାର ନିଜର ୧୭ ବର୍ଷର କ୍ରିକେଟ୍ କ୍ୟାରିୟରରେ ବିରାମ ଲଗାଇଛନ୍ତି। ଭାରତ ପକ୍ଷରୁ ତିନୋଟି ଯାକ ଫର୍ମାଟ୍ ଅର୍ଥାତ୍ ଦିନିକିଆ, ଟେଷ୍ଟ ଓ ଟି-୨୦ କ୍ରିକେଟ୍ ଖେଳିଥିବା ଏହି ବୋଲର ନିଜ କ୍ୟାରିୟରରେ ୯୦୦ରୁ ଅଧିକ ୱିକେଟ୍ ନେଇଛନ୍ତି, ଯେଉଁଥିରେ ସେ କେବଳ ପ୍ରଥମ ଶ୍ରେଣୀ କ୍ରିକେଟରେ କେବଳ ୫୦୪ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୯୭୨ ୱିକେଟ୍ ନେଇଥିବା ଭାରତୀୟ ବୋଲରଙ୍କ କ୍ରିକେଟକୁ ଗୁଡ୍‌ବାଏ

vinay-kumar

ବେଙ୍ଗାଲୁରୁ: ଭାରତର ଅଭିଜ୍ଞ ପେସ୍ ବୋଲର ବିନୟ କୁମାର ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟକୁ ଅଲବିଦା କହିଛନ୍ତି। ଶୁକ୍ରବାର ଅର୍ଥାତ୍ ଫେବୃଆରୀ ୨୬ ତାରିଖରେ ବିନୟ କୁମାର ନିଜର ୧୭ ବର୍ଷର କ୍ରିକେଟ୍ କ୍ୟାରିୟରରେ ବିରାମ ଲଗାଇଛନ୍ତି। ଭାରତ ପକ୍ଷରୁ ତିନୋଟି ଯାକ ଫର୍ମାଟ୍ ଅର୍ଥାତ୍ ଦିନିକିଆ, ଟେଷ୍ଟ ଓ ଟି-୨୦ କ୍ରିକେଟ୍ ଖେଳିଥିବା ଏହି ବୋଲର ନିଜ କ୍ୟାରିୟରରେ ୯୦୦ରୁ ଅଧିକ ୱିକେଟ୍ ନେଇଛନ୍ତି, ଯେଉଁଥିରେ ସେ କେବଳ ପ୍ରଥମ ଶ୍ରେଣୀ କ୍ରିକେଟରେ କେବଳ ୫୦୪ ୱିକେଟ୍ ସାମିଲ୍ ଅଛି।

Advertisment

ବିନୟ କୁମାର ଶୁକ୍ରବାର ସୋଶାଲ ମିଡିଆରେ ଏକ ପୋଷ୍ଟ କରି ନିଜର ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ଫ୍ୟାନ୍ ଓ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଧନ୍ୟବାଦ ଜଣାଇଛନ୍ତି। ବିନୟ କୁମାର ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ନିଜ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ମୁହୂର୍ତ୍ତ ବୋଲି କହିଛନ୍ତି।

https://twitter.com/Vinay_Kumar_R/status/1365228439528120327?s=20

ବିନୟ କହିଛନ୍ତି, 'ମୋ ପାଇଁ କ୍ରିକେଟ୍ କେବଳ ଏକ ଗେମ୍ ନୁହେଁ, ଏହା ମୋ ଜୀବନର ଏକ ଅଂଶ। କ୍ରିକେଟ୍ ମୋତେ ବହୁତ କିଛି ଶିଖାଇଛି। କ୍ରିକେଟରେ ମୁଁ ଉତଥାନ ଓ ପତନ, ସଫଳତା ଓ ବିଫଳତା ଏବଂ ଖରାପ ଓ ଭଲ ଦିନ ଦେଖିଛି, ଯାହା ମୋତେ ଉନ୍ନତ ମଣିଷ ଭାବେ ଗଠନ କରିବାରେ ସହାୟତା ହୋଇଛି। ଜଣେ କ୍ରିକେଟର ଭାବେ ମୁଁ ଏହିସବୁ ଅଭିଜ୍ଞତା ପାଇଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଛି।'

Advertisment

୨୦୧୦ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ବିନୟ କୁମାର ୨୦୧୩ରେ ଭାରତ ପକ୍ଷରୁ ନିଜର ଶେଷ ମ୍ୟାଚ୍ ଖେଳିଥିଲେ। ସେ ୨୦୧୦ରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଏହା ପରେ ସେ ଜିମ୍ବାୱେ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। ବିନୟ କୁମାର ଭାରତ ପକ୍ଷରୁ ୩୧ ଦିନିକିଆ ଖେଳି ୩୮ ୱିକେଟ୍ ନେଇଥିବା ବେଳେ ୯ ଟି-୨୦ ମ୍ୟାଚରେ ୧୦ ୱିକେଟ୍ ଏବଂ ଏକମାତ୍ର ଟେଷ୍ଟରେ ଗୋଟିଏ ୱିକେଟ୍ ନେଇଛନ୍ତି।

ଏହାଛଡ଼ା ବିନୟ ୧୩୯ ପ୍ରଥମ ଶ୍ରେଣୀ ମ୍ୟାଚରେ ୨୨.୪୪ ହାରରେ ୫୦୪ ୱିକେଟ୍ ନେଇଥିବା ବେଳେ ଲିଷ୍ଟ-ଏ କ୍ରିକେଟରେ ୧୪୧ ମ୍ୟାଚ୍ ଖେଳି ୨୨୫ ୱିକେଟ୍ ଏବଂ ୧୮୧ ଟି-୨୦ ମ୍ୟାଚରେ ୧୯୪ ୱିକେଟ୍ ହାସଲ କରିଛନ୍ତି। ଅର୍ଥାତ୍ ସବୁ ଫର୍ମାଟର କ୍ରିକେଟରେ ମୋଟ ୯୭୨ ୱିକେଟ୍ ଅକ୍ତିଆର କରିଛନ୍ତି।

Cricket