Advertisment

ପୂର୍ବତନ ଶ୍ରୀଲଙ୍କା ଅଣ୍ଡର-୧୯ ଅଧିନାୟକଙ୍କୁ ଗୁଳି କରି ହତ୍ୟା

ଶ୍ରୀଲଙ୍କା ଅଣ୍ଡର-୧୯ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଥିଲେ ଧମ୍ମିକା ନିରୋଶନ।

author-image
Debibandita Barick
Dhammika Niroshana

Dhammika Niroshana

ଶ୍ରୀଲଙ୍କା ଅଣ୍ଡର-୧୯ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଧମ୍ମିକା ନିରୋଶନଙ୍କୁ ଗୁଳି କରି ହତ୍ୟା। ବାସଭବନରେ ସ୍ତ୍ରୀ ଓ ଦୁଇ ଛୁଆଙ୍କ ଆଗରେ ତାଙ୍କୁ ଗୁଳି କରି ହତ୍ୟା କରା ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଧମ୍ମିକା ନିରୋଶନ କଣ୍ଡା ମୱଥା ସ୍ଥିତ ତାଙ୍କ ଅମ୍ବଲଗୋଡ଼ା ବାସଭବନରେ ଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ଅତର୍କିତ ଗୁଳି ମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ଧମ୍ମିକାଙ୍କ ମୃତ୍ୟୁ ଘଟିଛି। 

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା, ତାର କାରଣ ଜଣାପଡି ନାହିଁ। 

Advertisment

ଧମ୍ମିକା ନିରୋଶନ ଜଣେ ଡାହାଣ ହାତୀ ଦ୍ରୁତ ବୋଲର ଏବଂ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଥିଲେ। ସେ ୨୦୦୦ରେ ଶ୍ରୀଲଙ୍କା ଅଣ୍ଡର-୧୯ ଦଳ ପାଇଁ ଡେବ୍ୟୁ କରିଥିଲେ। ନ୍ୟୁଜିଲ୍ୟାଣ୍ଡରେ ୨୦୦୨ରେ ଖେଳା ଯାଇଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ ସମୟରେ ସେ ଶ୍ରୀଲଙ୍କାର ନେତୃତ୍ୱ ନେଇଥିଲେ।ଦୁର୍ଭାଗ୍ୟବଶତ ୨୦ ବର୍ଷ ବୟସରେ କ୍ରିକେଟ୍ ଛାଡିଥିଲେ ଧମ୍ମିକା ନିରୋଶନ।

Dhammika Niroshana Former Sri Lanka Under-19 Captain