Advertisment

ଅଣ୍ଡର୍-୧୯ ବିଶ୍ୱକପରେ ପଶିଲା କରୋନା, ୪ ଖେଳାଳି ପଜିଟିଭ୍

ନୂଆଦିଲ୍ଲୀ: ଆଉ ସପ୍ତାହକ ପରେ ଆରମ୍ଭ ହେବ ଆଇସିସି ଅଣ୍ଡର୍-୧୯ ବିଶ୍ୱକପ୍। ତେବେ ଏହା ପୂର୍ବରୁ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ସାୟା ଅଣ୍ଡର୍-୧୯ ବିଶ୍ୱକପ୍ ଉପରେ ପଡ଼ିଛି। ଜିମ୍ବାୱେ କ୍ରିକେଟ୍ ଟିମର ୪ଜଣ ଖେଳାଳି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶର କ୍ରିକେଟ୍ ବୋର୍ଡ ଏ ନେଇ ସୂଚନା ଦେଇଛି। ରବିବାର ଆୟର୍ଲ୍ୟାଣ୍ଡ ବିପକ୍ଷ ଶେଷ ହୋଇଥିବା ଚାରିମ୍ୟାଚ୍ ବିଶିଷ୍ଟ ଯୁବ ଦିନିକିଆ ସିରିଜରେ ଭାଗ ନେଇଥିବା ଖେଳାଳିଙ୍କର ସୋମବାର ସକାଳେ ଆରଟିପିସିଆର୍ ଟେଷ୍ଟ କରାଯାଇଥିଲା। […]

ଅଣ୍ଡର୍-୧୯ ବିଶ୍ୱକପରେ ପଶିଲା କରୋନା, ୪ ଖେଳାଳି ପଜିଟିଭ୍

wi

Advertisment

ନୂଆଦିଲ୍ଲୀ: ଆଉ ସପ୍ତାହକ ପରେ ଆରମ୍ଭ ହେବ ଆଇସିସି ଅଣ୍ଡର୍-୧୯ ବିଶ୍ୱକପ୍। ତେବେ ଏହା ପୂର୍ବରୁ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ସାୟା ଅଣ୍ଡର୍-୧୯ ବିଶ୍ୱକପ୍ ଉପରେ ପଡ଼ିଛି। ଜିମ୍ବାୱେ କ୍ରିକେଟ୍ ଟିମର ୪ଜଣ ଖେଳାଳି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶର କ୍ରିକେଟ୍ ବୋର୍ଡ ଏ ନେଇ ସୂଚନା ଦେଇଛି। ରବିବାର ଆୟର୍ଲ୍ୟାଣ୍ଡ ବିପକ୍ଷ ଶେଷ ହୋଇଥିବା ଚାରିମ୍ୟାଚ୍ ବିଶିଷ୍ଟ ଯୁବ ଦିନିକିଆ ସିରିଜରେ ଭାଗ ନେଇଥିବା ଖେଳାଳିଙ୍କର ସୋମବାର ସକାଳେ ଆରଟିପିସିଆର୍ ଟେଷ୍ଟ କରାଯାଇଥିଲା। ଆଉ ସେଥିମଧ୍ୟରୁ ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି।

Advertisment

ଏ ନେଇ ଜିମ୍ବାୱେ କ୍ରିକେଟ୍ ଏକ ବିବୃତ୍ତିରେ କହିଛି, ୱେଷ୍ଟଇଣ୍ଡିଜରେ ହେବାକୁଥିବା ୨୦୨୨ ଅଣ୍ଡର୍-୧୯ ବିଶ୍ୱକପରେ ଭାଗ ନେଇଥିବା ଜିମ୍ବାୱେ ଟିମର ଚାରିଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଚାରି ଖେଳାଳିଙ୍କ ଭିତରେ କୌଣସି ଲକ୍ଷଣ ନାହିଁ ଏବଂ ସମସ୍ତେ ଏବେ ଆଇସୋଲେସନରେ ଅଛନ୍ତି। ସେଣ୍ଟ କିଟ୍ସ ଓ ନେଭିସରେ ଜିମ୍ବାୱେର ଅଭ୍ୟାସ ମ୍ୟାଚ୍ ପୂର୍ବରୁ ଏହି ଚାରି ଖେଳାଳିଙ୍କର ପୁନର୍ବାର ପରୀକ୍ଷା କରାଯିବ।

ଅଭ୍ୟାସ ମ୍ୟାଚ୍ ପରେ ବିଶ୍ୱକପର ମୁଖ୍ୟ ରାଉଣ୍ଡ ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହେବ। ଜିମ୍ବାୱେ ଗ୍ରୁପ୍-ସି’ରେ ସ୍ଥାନ ପାଇଛି। ଏହି ଗ୍ରୁପରେ ଆଫଗାନିସ୍ତାନ, ପାକିସ୍ତାନ ଓ ପାପୁଆ ନ୍ୟୁ ଗିନି ରହିଛନ୍ତି। ଜାନୁଆରୀ ୧୬ ତାରିଖରେ ଜିମ୍ବାୱେ ତା’ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ। ଏହା ପରେ ଟିମ୍ ୨୦ ତାରିଖରେ ପିଏନଜି ଏବଂ ୨୨ ତାରିଖରେ ପାକିସ୍ତାନକୁ ଭେଟିବ। ସେହିପରି ଭାରତୀୟ ଟିମ୍ ଜାନୁଆରୀ ୧୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe