Advertisment

ମୋର 'ଟାଇମଡ ଆଉଟ' ହୋଇନଥିଲା, ଫୋର୍ଥ ଅମ୍ପାୟାରଙ୍କ ନିଷ୍ପତ୍ତି ଭୁଲ୍: ଆଞ୍ଜେଲୋ ମାଥ୍ୟୁସ

ଆଞ୍ଜେଲୋ ମାଥ୍ୟୁସ ଗୋଟିଏ ବି ବଲ୍ ସାମ୍ନା ନ କରି ଆଉଟ୍ ହୋଇ ଯାଇଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
Angelo Mathews Discussed With Umpire

Angelo Mathews Discussed With Umpire

'ଟାଇମଡ ଆଉଟ' ନିଷ୍ପତ୍ତିକୁ ଭୁଲ୍ ଦର୍ଶାଇରେ ଆଞ୍ଜେଲୋ ମାଥ୍ୟୁସ। ଫୋର୍ଥ ଅମ୍ପାୟାରଙ୍କୁ ଭୁଲ୍ ଦର୍ଶାଇ ଗତକାଲି ବିଶ୍ୱକପ ମଇଦାନରେ ତାଙ୍କୁ ଦିଆଯାଇଥିବା 'ଟାଇମଡ ଆଉଟ' ନିଷ୍ପତ୍ତିକୁ ଭୁଲ୍ ବୋଲି ଦାବି କରିଛନ୍ତି। ଏଥିସହ ତାଙ୍କ ପାଖରେ ଆଉ 5 ସେକେଣ୍ଡ ବାକି ଥିଲା କହି ଏକ ଭିଡିଓ ପ୍ରୁଫ୍(ପ୍ରମାଣ) ଜାରି କରିଛନ୍ତି ଆଞ୍ଜେଲୋ ମାଥ୍ୟୁସ।

Advertisment

ଏକ୍ସ(ପୂର୍ବର ଟ୍ୱିଟର)ରେ ଏକ ପୋଷ୍ଟ ଶେଆର୍ କରି ମାଥ୍ୟୁସ କହିଛନ୍ତି, "ଏଠାରେ ଫୋର୍ଥ ଅମ୍ପାୟାର ଭୁଲ୍! ଭିଡିଓ ପ୍ରମାଣ ଦର୍ଶାଉଛି ଯେ, ହେଲମେଟ ଦେବା ପରେ ମଧ୍ୟ ମୋର ଆଉ 5 ସେକେଣ୍ଡ ଥିଲା! ଫୋର୍ଥ ଅମ୍ପାୟାର ଦୟାକରି ଏହାକୁ ସଂଶୋଧନ କରିପାରିବେ କି? ମୋର କହିବାର ଅର୍ଥ ହେଉଛି ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କାରଣ ମୁଁ ବିନା ହେଲମେଟରେ ବୋଲରଙ୍କ ସାମ୍ନା କରିପାରିନଥାନ୍ତି।" 

Advertisment

ଗତକାଲି ଅରୁଣ ଜେଟଲୀ ଷ୍ଟାଡିୟମରେ ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଥିଲା ଶ୍ରୀଲଙ୍କାର ଅଭିଜ୍ଞ ଖେଳାଳି ଆଞ୍ଜେଲୋ ମାଥ୍ୟୁସ ଗୋଟିଏ ବି ବଲ୍ ସାମ୍ନା ନ କରି ଆଉଟ୍ ହୋଇ ଯାଇଥିଲେ। 'ଟାଇମଡ ଆଉଟ' ନିୟମ ଆଧାରରେ ତାଙ୍କୁ ପାଭିଲିଅନ୍ ଫେରିବାକୁ ପଡିଥିଲା, ଯାହା ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ପ୍ରଥମ।

MCC(ମେରିଲେବୋନ କ୍ରିକେଟ କ୍ଲବ୍) ନିୟମ ଅନୁଯାୟୀ, "ଜଣେ ବ୍ୟାଟର ଆଉଟ ହେବା ପରେ କିମ୍ବା ରିର୍ଟାର୍ଡ ନେବା ପରେ ପରବର୍ତ୍ତୀ ଖେଳାଳି ୩ ମିନିଟ ମଧ୍ୟରେ ବ୍ୟାଟିଂ କରିବାକୁ ପୋଜିସନ ନେବେ। ଯଦି ଏହି ସମୟସୀମା ଅତିକ୍ରମ କରିଯିବ, ତା’ହେଲେ ବ୍ୟାଟରଙ୍କୁ 'ଟାଇମଡ ଆଉଟ' ଘୋଷଣା କରାଯିବ।" କିନ୍ତୁ ଚଳିତ ବିଶ୍ୱକପରେ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଅନୁସାରେ ପରବର୍ତ୍ତୀ ବ୍ୟାଟରଙ୍କୁ ବଲ ସାମ୍ନା କରିବା ପାଇଁ ୨ ମିନିଟର ସମୟ ଦିଆଯାଇଛି।

ଗତକାଲିର ମ୍ୟାଚରେ ଆଞ୍ଜେଲୋ ମାଥ୍ୟୁସ ନିର୍ଦ୍ଧାରିତ ସମୟରେ ପଡିଆକୁ ଆସିଥିଲେ, କିନ୍ତୁ ତାଙ୍କ ହେଲମେଟରେ ତ୍ରୁଟି ଥିବାରୁ ସେ ବଦଳାଇଥିଲେ, ଯେଉଁଥିରେ ସମୟ ଯାଇଥିଲା। ଧାର୍ଯ୍ୟ ସମୟ ଅନୁସାରେ ମ୍ୟାଥୁସ ଷ୍ଟ୍ରାଇକ ନ ନେବାରୁ ତାଙ୍କୁ ଟାଇମଡ ଆଉଟ ଘୋଷଣା କରାଯାଇଥିଲା। ମାଥ୍ୟୁସ ଏ ସମ୍ପର୍କରେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନଙ୍କୁ ବୁଝାଇ ଅପିଲ ପ୍ରତ୍ୟାହାର କରି ନେବାକୁ ମଧ୍ୟ ଅନୁରୋଧ କରିଥିଲେ। କିନ୍ତୁ ସେ କରିଥିବା ଅପିଲକୁ ପ୍ରତ୍ୟାହାର କରି ନଥିଲେ। 

ପରବର୍ତ୍ତୀ ସମୟରେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ଭୁଲ୍ ଦର୍ଶାଇଛନ୍ତି ମାଥ୍ୟୁସ୍। ସେ ଦୁଇଟି ଫଟୋ ପୋଷ୍ଟ କରି ପ୍ରମାଣ ଦେଇଛନ୍ତି, ଯେଉଁଥିରେ ତାଙ୍କର ଟାଇମଡ ଆଉଟ୍ ହୋଇନଥିବା ଦର୍ଶାଯାଇଛି। ତାଙ୍କ ହାତରେ ଆଉ ପାଞ୍ଚ ସେକେଣ୍ଟ ଥାଇ ମଧ୍ୟ ଟାଇମଡ ଆଉଟ୍ ଡିସିସନ୍ ଫୋର୍ଥ ଅମ୍ପାୟାରଙ୍କ ଭୁଲ୍ ବୋଲି ମାଥ୍ୟୁସ ଦାବି କରି କହିଛନ୍ତି। 

Angelo Mathews Timed Out Angelo Mathews Video Evidence Angelo Mathews Timed Out