Advertisment

ଶାମିଙ୍କ ଠାରୁ ହ୍ୟାରୀ ବ୍ରୁକ: କେଉଁ ସବୁ ଖେଳାଳି ଖେଳିବେନି ଆଇପିଏଲ

ଆଇପିଏଲ ନିଲାମ ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ରୁକଙ୍କୁ ୪ କୋଟି ଟଙ୍କାରେ କିଣିଥିଲା।

shami

shami

Advertisment

ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ। ଏହାପୂର୍ବରୁ ଜଣଙ୍କ ପରେ ଜଣେ ଖେଳାଳି ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଉଛନ୍ତି। ପୂର୍ବରୁ ଏକାଧିକ ଖେଳାଳି ଆଇପିଏଲରୁ ଓହରି ଥିବା ବେଳେ ଏହି ତାଲିକାରେ ଏବେ ହ୍ୟାରୀ ବ୍ରୁକ ଯୋଡ଼ି ହୋଇ ଯାଇଛନ୍ତି।

Advertisment

ଜେଜେ ମା’ଙ୍କ ମୃତ୍ୟୁ ଯୋଗୁ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ଏପରି ସ୍ଥିତିରେ ସେ ପରିବାର ଲୋକଙ୍କ ସହ ରହିବାକୁ ଚାହୁଁଛନ୍ତି। ତେଣୁ ଶେଷ ମୁହୂର୍ତ୍ତରେ ସେ ଆଇପିଏଲରୁ ନିଜର ନାଁ ପ୍ରତ୍ୟାହାର କରି ନେଇଛନ୍ତି।

ଆଇପିଏଲ ନିଲାମ ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ରୁକଙ୍କୁ ୪ କୋଟି ଟଙ୍କାରେ କିଣିଥିଲା। ପୂର୍ବରୁ ସେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିଲେ। ହେଲେ ଦଳ ତାଙ୍କୁ ନିଲାମ ପୂର୍ବରୁ ରିଲିଜ କରି ଦେଇଥିଲା।

Advertisment

ରିଲିଜ ପରେ ସେ ନିଲାମରେ ସାମିଲ ହୋଇଥିଲେ। ତାଙ୍କୁ ଦିଲ୍ଲୀ ୪ କୋଟି ଟଙ୍କାରେ କିଣିଥିଲା। ହେଲେ ଏବେ ସେ ଟୁର୍ଣ୍ଣାମେଣ୍ଟରୁ ନିଜର ନାଁ ପ୍ରତ୍ୟାହାର କରି ନେଇଛନ୍ତି। ତେଣୁ ଦିଲ୍ଲୀ କ୍ୟାପିଟାଲ୍ସ ବଦଳ ଖେଳାଳିଙ୍କୁ ଖୋଜିବା ଆରମ୍ଭ କରିଛି।

ହ୍ୟାରୀ ବ୍ରୁକଙ୍କ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଓପନର ଡେଭୋନ କନୱେ ଆହତ ସମସ୍ୟା ଯୋଗୁ ଆଇପିଏଲରୁ ବାଦ ପଡ଼ିଥିଲେ। ଗୁଜରାଟ ଟାଇଟନ୍ସକୁ ଏଥର ମହମ୍ମଦ ଶାମିଙ୍କ ସେବା ମିଳିବ ନାହିଁ। ଗୋଇଠି ସମସ୍ୟା ଯୋଗୁ ଶାମିଙ୍କ ସର୍ଜରୀ ହୋଇଛି। ସେ ଫିଟ ହେବାକୁ ବେଶ କିଛି ସମୟ ଲାଗିବ।

କୋଲକାତା ନାଇଟ ରାଇଡର୍ସର ଦୁଇ ଖେଳାଳି ଜେସନ ରୟ ଓ ଗସ ଅଟକିନସନ ମଧ୍ୟ ଆଇପିଏଲରୁ ଓହରି ଯାଇଛନ୍ତି। ପୂର୍ବବର୍ଷ ମଧ୍ୟ ଜେସନ ରୟ ସମାନ ପଦକ୍ଷେପ ନେଇଥିଲେ। ଏଥର ଅଟକିନସନ ଆଇପିଏଲରେ ଡେବ୍ୟୁ କରିବାର ଥିଲା। କିନ୍ତୁ ସେ ଶେଷ ମୁହୂର୍ତ୍ତରେ ଆଇପିଏଲ ଖେଳିବେ ନାହିଁ ବୋଲି କହିଛନ୍ତି। ଏହି ଦୁଇ ଖେଳାଳିଙ୍କ ବଦଳରେ କେକେଆରଫିଲ ସଲ୍ଟ ଓ ଶ୍ରୀଲଙ୍କାର ଦୁଷ୍ମନ୍ତ ଚାମିରାଙ୍କୁ ନିଜ ସହ ସାମିଲ କରିଛି।

ରାଜସ୍ଥାନ ରୟାଲ୍ସର ପ୍ରମୁଖ ସଦସ୍ୟ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଆଇପିଏଲ ଖେଳିବେ ନାହିଁ। ରଣଜୀ ଟ୍ରଫି ଖେଳିବା ବେଳେ ସେ ଜଙ୍ଘ ଜନିତ ସମସ୍ୟାରେ ପଡ଼ିଥିଲେ। ଫେବୃଆରୀ ମାସରେ ତାଙ୍କର ସର୍ଜରୀ ହୋଇଥିଲା। ତେଣୁ ଗତବର୍ଷ ଭଳି ଏଥର ମଧ୍ୟ ପ୍ରସିଦ୍ଧ ଆଇପିଏଲରେ ନଜର ଆସିବେ ନାହିଁ।

IPL England IPL 2024 Harry Brook
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe