Advertisment

ଆଇପିଏଲ ୨୦୨୪: କାହାକୁ ମିଳିଲା କେତେ ଟଙ୍କା ଓ କେଉଁ ପୁରସ୍କାର

ଫାଇନାଲରେ ଦଳ ସନରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ୮ ୱିକେଟ ପରାସ୍ତ କରି ତୃତୀୟ ଥର ପାଇଁ ଟ୍ରଫି କରାୟାତ କରିଛି।

KKR

KKR

Advertisment

ଶେଷ ହୋଇଛି ଆଇପିଏଲର ୨୦୨୪ ସଂସ୍କରଣ। ସମସ୍ତଙ୍କୁ ପଛରେ ପକାଇ କୋଲକାତା ନାଇଟ ରାଇଡର୍ସ (କେକେଆର) ବିନିଛି ଚାମ୍ପିୟନ। ଫାଇନାଲରେ ଦଳ ସନରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ୮ ୱିକେଟ ପରାସ୍ତ କରି ତୃତୀୟ ଥର ପାଇଁ ଟ୍ରଫି କରାୟାତ କରିଛି। ୨୦୧୨ ଓ ୨୦୧୪ ପରେ କେକେଆର ଆଇପିଏଲ ବିଜେତା ହୋଇଛି।

Advertisment

ଆଇପିଏଲ ପାଇଁ ମୋଟ ୪୬.୫ କୋଟି ଟଙ୍କା ରହିଥିବା ବେଳେ ଏହାକୁ ୱିନର, ରନର୍ସ ଅପ ଓ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। ଚାମ୍ପିୟନ ଦଳ କେକେଆର ଟ୍ରଫି ସହ ୨୦ କୋଟି ଟଙ୍କା ପାଇଥିବା ବେଳେ ହାଇଦ୍ରାବାଦ ୧୩ କୋଟି ଟଙ୍କା ପାଇଛି।

ଏହାବାଦ ପ୍ଲେଅଫକୁ ଆସି ପରାସ୍ତ ହୋଇଥିବା ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ମଧ୍ୟ ପୁରସ୍କାର ଭାବେ ଟଙ୍କା ଦିଆଯାଇଛି।

Advertisment

କାହାକୁ କେଉଁ ପୁରସ୍କାର ଓ କେତେ ଟଙ୍କା ମିଳିଲା

୧- କୋଲକାତା ନାଇଟ ରାଇଡର୍ସ- ଚାମ୍ପିୟନ- ୨୦ କୋଟି ଟଙ୍କା

୨- ସନ ରାଇଜର୍ସ ହାଇଦ୍ରାବାଦ- ରନର୍ସ ଅପ- ୧୩ କୋଟି ଟଙ୍କା

୩- ରାଜସ୍ଥାନ ରୟାଲ୍ସ- ତୃତୀୟ ସ୍ଥାନ- ୭ କୋଟି ଟଙ୍କା

୪- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ- ୪ର୍ଥ ସ୍ଥାନ – ୬.୫ କୋଟି ଟଙ୍କା

୫- କମଳା ରଙ୍ଗର ଟୋପି- ବିରାଟ କୋହଲି(ଆରସିବି,୭୧୪ ରନ)- ୧୫ ଲକ୍ଷ ଟଙ୍କା

୬- ବାଇଗଣୀ ରଙ୍ଗର ଟୋପି- ହର୍ଷଲ ପଟେଲ(ପଞ୍ଜାବ, ୨୪ ୱିକେଟ)- ୧୫ ଲକ୍ଷ ଟଙ୍କା

୭- ସିଜିନର ମୂଲ୍ୟବାନ ଖେଳାଳି- ସୁନୀଲ ନାରିନ(କେକେଆର)- ୧୨ ଲକ୍ଷ ଟଙ୍କା

୮- ସିଜିନର ଏମର୍ଜେଂ ଖେଳାଳି- ନୀତୀଶ କୁମାର ରେଡ୍ଡୀ(ହାଇଦ୍ରାବାଦ)- ୨୦ ଲକ୍ଷ ଟଙ୍କା

୯- ସିଜିନର ‍ଫାଣ୍ଟାସୀ ଖେଳାଳି- ସୁନୀଲ ନାରିନ(କେକେଆର) – ୧୦ ଲକ୍ଷ

୧୦- ସର୍ବାଧିକ ଚୌକା- ଟ୍ରାଭିସ ହେଡ୍‌(୬୪)- ୧୦ ଲକ୍ଷ ଟଙ୍କା

୧୧- ସର୍ବାଧିକ ଛକା- ଅଭିଷେକ ଶର୍ମା(୪୨)- ୧୦ ଲକ୍ଷ ଟଙ୍କା

୧୨- ଇଲେକ୍ଟ୍ରିକ ଷ୍ଟ୍ରାଇକର- ଜ୍ୟାକ ଫ୍ରେଜର ମ୍ୟାଗର୍କ(ଦିଲ୍ଲୀ)- ୧୦ ଲକ୍ଷ

୧୩- ସିଜିନର ଶ୍ରେଷ୍ଠ କ୍ୟାଚ୍‌- ରମଣଦୀପ ସିଂହ(କେକେଆର)- ୧୦ ଲକ୍ଷ

୧୪- ଫେୟାର ପ୍ଲେ ଆୱାର୍ଡ- ସନରାଇଜର୍ସ ହାଇଦ୍ରାବାଦ- ୧୦ ଲକ୍ଷ

୧୫-ପିଚ୍‌ ଓ ଗ୍ରାଉଣ୍ଡ ଆୱାର୍ଡ-ହାଇଦ୍ରାବାଦ କ୍ରିକେଟ ଆସୋସିଏସନ- ୫୦ ଲକ୍ଷ

IPL IPL 2024 KKR IPL 2024 Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe