Advertisment

ଆଇପିଏଲ: କେଉଁ ଦଳ କେତେ ଟଙ୍କାରେ କାହାକୁ କିଣିଲେ, ପଢ଼ନ୍ତୁ ପୂରା ଟିମ୍‌ ତାଲିକା

ଚେନ୍ନାଇ: ଆଇପିଏଲର ୧୪ତମ ସଂସ୍କରଣ ପାଇଁ ମିନି ନିଲାମୀ ଶେଷ ହୋଇଛି। ଆଜି ୮ଟି ଯାକ ଦଳ ସେମାନଙ୍କ ପସନ୍ଦ ମୁତାବକ ଖେଳାଳି କିଣିଛନ୍ତି। ୧୪୫.୩ କୋଟି ଟଙ୍କା ଖର୍ଚ୍ଚ କରି ୫୭ ଜଣ ଖେଳାଳିଙ୍କୁ ଫ୍ରାଞ୍ଚାଇଜମାନେ ନିଜ ଟିମ୍‌ରେ ସାମିଲ କରିଛନ୍ତି। ୨୨ ଜଣ ବିଦେଶୀ ଖେଳାଳି କିଣା ଯାଇଥିବା ବେଳେ ଦକ୍ଷିଣ ଆଫ୍ରିକାର କ୍ରିସ ମୋରିସ ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ସେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ଭାବେ ଆଜି […]

ଆଇପିଏଲ: କେଉଁ ଦଳ କେତେ ଟଙ୍କାରେ କାହାକୁ କିଣିଲେ, ପଢ଼ନ୍ତୁ ପୂରା ଟିମ୍‌ ତାଲିକା

IPL

Advertisment

ଚେନ୍ନାଇ: ଆଇପିଏଲର ୧୪ତମ ସଂସ୍କରଣ ପାଇଁ ମିନି ନିଲାମୀ ଶେଷ ହୋଇଛି। ଆଜି ୮ଟି ଯାକ ଦଳ ସେମାନଙ୍କ ପସନ୍ଦ ମୁତାବକ ଖେଳାଳି କିଣିଛନ୍ତି। ୧୪୫.୩ କୋଟି ଟଙ୍କା ଖର୍ଚ୍ଚ କରି ୫୭ ଜଣ ଖେଳାଳିଙ୍କୁ ଫ୍ରାଞ୍ଚାଇଜମାନେ ନିଜ ଟିମ୍‌ରେ ସାମିଲ କରିଛନ୍ତି।

Advertisment

୨୨ ଜଣ ବିଦେଶୀ ଖେଳାଳି କିଣା ଯାଇଥିବା ବେଳେ ଦକ୍ଷିଣ ଆଫ୍ରିକାର କ୍ରିସ ମୋରିସ ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ସେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ଭାବେ ଆଜି ୧୬.୨୫ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ ପାଖକୁ ଯାଇଛନ୍ତି।

ଅନ୍ୟପକ୍ଷରେ ଆରୋନ ଫିଞ୍ଚ, ଜେସନ ରୟ ଓ ଆଲେକ୍ସ ହେଲ୍ସଙ୍କ ଭଳି ଖେଳାଳିଙ୍କୁ କେହି ବି କିଣି ନାହାନ୍ତି। ସେହିପରି ଓଡ଼ିଶାର ଦୁଇ ଖେଳାଳି ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାର ଆଦୌ ନିଲାମରେ ସାମିଲ ହୋଇପାରିନାହାନ୍ତି। ତେବେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ମୁମ୍ବାଇ ୨୦ ଲକ୍ଷ ଟଙ୍କାରେ ନିଜ ଶେଷ ଖେଳାଳି ଭାବେ ନିଜ ଟିମରେ ସାମିଲ କରିଛି।

Advertisment

ତେବେ ଆସନ୍ତୁ ଜାଣିବା କେଉଁ ଦଳ କେତେ ଟଙ୍କାରେ କାହାକୁ କିଣିଲେ

ମୁମ୍ବାଇ ଇଣ୍ଡିଆନ୍ସ:ନେଥନ କୁଲଟର ନାଇଲ(୫ କୋଟି), ଆଡାମ ମିଲନେ(୩.୨ କୋଟି), ପୀୟୂଷ ଚାୱଲା(୨.୪ କୋଟି), ଜିମ୍ମି ନିଶମ(୫୦ ଲକ୍ଷ), ଯୁଦ୍ଧବୀର ଚରକ(୨୦ ଲକ୍ଷ), ମାରକୋ ଜାନସେନ(୨୦ ଲକ୍ଷ) ଓ ଅର୍ଜୁନ ତେନ୍ଦୁଲକର (୨୦ ଲକ୍ଷ)।

କାହାକୁ ରଖିଥିଲା- ରୋହିତ ଶର୍ମା, କାଏରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲ୍ଟ, କ୍ୱିଣ୍ଟନ ଡି’କକ, ସୂର୍ଯ୍ୟ କୁମାର ଯାଦବ, ଯଶପ୍ରୀତ ବୁମ୍ରା, ରାହୁଲ ଚହର, ଈଶାନ କିଷନ, କୃନାଲ ପାଣ୍ଡ୍ୟା, କ୍ରିସ ଲୀନ, ଧୱଲ କୁଲକର୍ଣ୍ଣି, ଅଙ୍କୁଲ ରୟ, ମୋହସିନ ଖାନ, ଆଦିତ୍ୟ ତାରେ, ସୌରଭ ତିୱାରୀ, ଜୟନ୍ତ ଯାଦବ ଓ ଅନମୋଲପ୍ରୀତ ସିଂହ।

ରାଜସ୍ଥାନ ରୟାଲ୍ସ:କ୍ରିସ ମୋରିସ(୧୬.୨୫ କୋଟି), ଶିବମ ଦୁବେ(୪.୪ କୋଟି), ମୁସ୍ତାଫିଜୁର ରହମାନ(୧ କୋଟି), ଚେତନ ସକରିୟା(୧.୨୦ କୋଟି), କେସି କାରିପ୍ପା(୨୦ ଲକ୍ଷ), ଲିଆମ ଲିଭିଙ୍ଗଷ୍ଟୋନ(୭୫ ଲକ୍ଷ), କୁଲଦିପ ଯାଦବ(୨୦ ଲକ୍ଷ) ଓ ଆକାଶ ସିଂହ(୨୦ ଲକ୍ଷ)।

କାହାକୁ ରଖିଥିଲା-ସଞ୍ଜୁ ସାମସନ, ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଜୋଶ ବଟଲର, ରିୟାନ ପରାଗ, ଶ୍ରେୟସ ଗୋପାଲ, ରାହୁଲ ତେୱାତିଆ, ମହିପାଲ ଲୋମରୋ, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ର୍ୟୁ ଟାଏ, ଜୟଦେବ ଉନାଦକତ, ମୟଙ୍କ ମାର୍କଣ୍ଡେ, ଯଶସ୍ୱୀ ଜୈସୱାଲ, ଅନୁଜ ରାୱତ, ଡାଭିଡ ମିଲର, ମନନ୍ ଭୋରା ଓ ରବିନ ଉଥାପା।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:ଗ୍ଲେନ ମ୍ୟାକ୍ସୱେଲ(୧୪.୨୫ କୋଟି), ସଚିନ ବେବି(୨୦ ଲକ୍ଷ), ରଜତ ପାତିଦାର(୨୦ ଲକ୍ଷ), ମହମ୍ମଦ ଆଝାରୁଦ୍ଦିନ(୨୦ ଲକ୍ଷ), କାଇଲ ଜାମିସନ(୧୫ କୋଟି), ଡାନିଏଲ କ୍ରିଷ୍ଟିଆନ(୪.୮ କୋଟି), କେଏସ ଭାରତ(୨୦ ଲକ୍ଷ), ସୂୟଶ ପ୍ରଭୁଦେଶାଇ(୨୦ ଲକ୍ଷ)।

କାହାକୁ ରଖିଥିଲା-ବିରାଟ କୋହଲି, ଏବି ଡିଭିଲିୟର୍ସ, ୟୁଜବେନ୍ଦର ଚହଲ, ଦେବଦତ୍ତ ପାଡ୍ଡିକଲ, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ନଭଦୀପ ସାଇନି, ଆଡାମ ଜାମ୍ପା, ଶାହାବାଜ ଅହମଦ, ଜୋଶ ପିଲ୍ପି, କେନ ରିଚାର୍ଡସନ ଓ ପବନ ଦେଶପାଣ୍ଡେ

ସନରାଇଜର୍ସ ହାଇଦ୍ରାବାଦ:ଜଗଦୀଶ ସୁଚିତ(୩୦ ଲକ୍ଷ), କେଦାର ଯାଦବ(୨ କୋଟି) ଓ ମୁଜୀବ ଉର ରହମାନ(୧.୫ କୋଟି)।

କାହାକୁ ରଖିଥିଲା: ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ଅବଦୁଲ ସାମଦ, ଡାଭିଡ ୱାର୍ଣ୍ଣର, ମହମ୍ମଦ ନାବି, ମିଚେଲ ମାର୍ଶ, କେନ ୱିଲିୟମସନ, ରିଦ୍ଧିମାନ ସାହ, ମନୀଷ ପାଣ୍ଡେ, ଜନ୍ନି ବେୟାରଷ୍ଟୋ, ଶ୍ରୀବତ୍ସ ଗୋସ୍ୱାମୀ, ଶାହବାଜ ନଦୀମ, ଭୁବନେଶ୍ୱର କୁମାର, ସିର୍ଦ୍ଧାଥ କୌଲ, ସନ୍ଦୀପ ଶାର୍ମ, ବିଜୟ ଶଙ୍କର, ବିରାଟ ସିଂହ, ବସିଲ ଥାମ୍ପି, ରସିଦ ଖାନ, ଟି ନଟରାଜନ ଓ ଖଲୀଲ ଅହମ୍ମଦ।

ଚେନ୍ନାଇ ସୁପରକିଙ୍ଗସ:ମୋଇନ ଅଲୀ(୭ କୋଟି), କେ ଗୌତମ(୯.୨୫ କୋଟି), ଚେତେଶ୍ୱର ପୂଜାରା(୫୦ ଲକ୍ଷ), ହରିଶଙ୍କର ରେଡ୍ଡୀ(୨୦ ଲକ୍ଷ), ଭଗତ ବର୍ମା(୨୦ ଲକ୍ଷ) ଓ ହରି ନିଶାନ୍ତ(୨୦ ଲକ୍ଷ)।

କାହାକୁ ରଖିଥିଲା- ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଡେଜା, ସୁରେଶ ରାଇନା, ଡୁ ପ୍ଲେସିସ୍, ସାମ କରାନ, ଡ୍ୱେନ୍ ବ୍ରାଭୋ, ଜୋଶ ହେଜେଲଉଡ, ଅମ୍ବାତି ରାୟୁଡୁ, ଲୁଙ୍ଗି ଏନଗିଡି, କରନ ଶର୍ମା, ମିଚେଲ ସାଣ୍ଟନର, ଶାର୍ଦ୍ଦୁଲ ଠାକୁର, ଋତୁରାଜ ଗାଏକ୍ୱାଡ, ଏନ ଜଗଦୀଶନ, ଇମ୍ରାନ ତାହିର, ଦୀପକ ଚହର, କେଏମ ଅସିଫ ଓ ଆର ସାଈ କିଶୋର।

ଦିଲ୍ଲୀ କ୍ୟାପିଟାଲ୍ସ:ଷ୍ଟିଭ ସ୍ମିଥ(୨.୨ କୋଟି), ଉମେଶ ଯାଦବ(୧ କୋଟି), ରିପାଲ ପଟେଲ(୨୦ ଲକ୍ଷ), ବିଷ୍ଣୁ ବିନୋଦ(୨୦ ଲକ୍ଷ), ଲୁକମାନ ମେରିୱାଲ(୨୦ ଲକ୍ଷ), ଏମ ସିର୍ଦ୍ଧାଥ(୨୦ ଲକ୍ଷ), ଟମ କୁରାନ(୫.୨୫ କୋଟି) ଓ ସାମ ବିଲିଙ୍ଗସ(୨ କୋଟି)।

କାହାକୁ ରଖିଥିଲା-ଶିଖର ଧୱନ, କାଗିସୋ ରାବଡା, ପୃଥ୍ୱୀ ଶ’, ଅଜିଙ୍କ୍ୟ ରାହଣେ, ଋଷଭ ପନ୍ତ, ଶ୍ରେୟସ ଆୟର, ଅନରିଚ୍‌ ନୋର୍ଜେ, ମାର୍କସ ଷ୍ଟୋଇନିସ, ଶିମରନ ହେଟମେୟର, ଅକ୍ଷର ପଟେଲ, ଅମିତ ମିଶ୍ରା, ଈଶାନ୍ତ ଶର୍ମା, ରବି ଅଶ୍ୱିନ, ଲଳିତ ଯାଦବ, ହର୍ଷ ପଟେଲ, କ୍ରିସ ୱକ୍ସ, ଡି ସାମ୍ସ, ଅଭେଶ ଖାନ ଓ ପ୍ରବୀଣ ଦୁବେ।

ପଞ୍ଜାବ କିଙ୍ଗସ: ଝାଏ ରିଚାର୍ଡସନ(୧୪ କୋଟି), ଶାହରୁଖ ଖାନ(୫.୨୫ କୋଟି), ଡେୱିଡ ମଲାନ(୧.୫ କୋଟି), ରିଲେ ମେରେଡିଥ(୮ କୋଟି), ମୋଜେସ ହେନରିକ୍ସ(୪.୨୦ କୋଟି), ଜଲଜ ସକ୍ସସେନା(୩୦ ଲକ୍ଷ), ଉର୍ତ୍କଷ ସିଂହ(୨୦ ଲକ୍ଷ), ଫାବିୟାନ ଆଲେନ(୭୫ ଲକ୍ଷ) ଓ ସୌରଭ କୁମାର(୨୦ ଲକ୍ଷ)।

କାହାକୁ ରଖିଥିଲା-କେଏଲ ରାହୁଲ, କ୍ରିସ ଗେଲ, ନିକୋଲ୍ସ ପୁରାନ, ମହମ୍ମଦ ଶାମି, କ୍ରିସ ଜୋର୍ଡାନ, ମନଦୀପ ସିଂହ, ମୟଙ୍କ ଅଗ୍ରୱାଲ, ରବି ବିଷ୍ଣୋଇ, ପି ସିଂହ, ଦୀପକ ହୁଡ୍ଡା, ସର୍ଫରାଜ ଖାନ, ଅର୍ଶଦୀପ ସିଂହ, ମୁରଗାନ ଅଶ୍ୱିନ, ଦର୍ଶନ ନଲକାଣ୍ଡେ, ଈଶାନ ପରୋଲେ ଓ ହରପ୍ରୀତ ବରାର।

କୋଲକାତା ନାଇଟ ରାଇଡର୍ସ: ସାକିବ ଅଲ ହସନ(୩.୨୦ କୋଟି), ଶେଲଡନ ଜ୍ୟାକସନ(୨୦ ଲକ୍ଷ), ବୈଭବ ଅରୋରା(୨୦ ଲକ୍ଷ), କରୁଣ ନାଏର(୫୦ ଲକ୍ଷ), ହରଭଜନ ସିଂହ(୨ କୋଟି), ବେନ କଟିଂ(୭୫ ଲକ୍ଷ), ଭେଙ୍କେଟେଶ ଆୟର(୨୦ ଲକ୍ଷ) ଓ ପବନ ନେଗୀ(୪୦ ଲକ୍ଷ)।

କାହାକୁ ରଖିଥିଲା-ଇଓନ ମୋର୍ଗାନ, ଆନ୍ଦ୍ରେ ରସେଲ, ଦୀନେଶ କାର୍ତ୍ତିକ, କମଲେଶ ନାଗରକୋଟି, କୁଲଦୀପ ଯାଦବ, ଲକି ଫର୍ଗୁସନ, ନୀତୀଶ ରାଣା, ପ୍ରସିଦ୍ଧ କ୍ରିଷ୍ଣା, ରିଙ୍କୁ ସିଂହ, ସନ୍ଦୀପ ୱାରିୟର, ଶିବମ ମାଭି, ଶୁବମନ ଗିଲ, ସୁନୀଲ ନାରିନ, ପ୍ୟାଟ କମିନ୍ସ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ ଓ ଟିମ ସୈଫର୍ଟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe