Advertisment

IPL 2026: ଆଇପିଏଲ ୨୦୨୬: କେଉଁ ଦଳ କାହାକୁ ଛାଡ଼ିଲେ, କାହାକୁ ରଖିଲେ? କାହା ପାଖରେ କେତେ ଟଙ୍କା?

ଡିଫେଣ୍ଡି ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ୫ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଗତ ବର୍ଷର ରନର୍ସ ଅପ ପଞ୍ଜାବ କିଙ୍ଗସ ସେମାନଙ୍କ ପ୍ରମୁଖ ଖେଳାଳିମାନଙ୍କୁ ରିଟେନ ବା ନିଜ ପାଖରେ ରଖିଛନ୍ତି।

IPL

ପଥିରାଣା ଓ ରସେଲ

Advertisment

ଆଇପିଏଲ(IPL) ୨୦୨୬ର ମନି ଅକ୍ସନ ପୂର୍ବରୁ ଆଜି ୧୦ଟି ଯାକ ପ୍ରାଞ୍ଚାଇଜ୍‌ ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ସବୁଠାରୁ ଅଧିକ ଖେଳାଳିଙ୍କୁ ରିଟେନ କରିଛନ୍ତି। ସେହିପରି ଚେନ୍ନାଇ ନିଜର ପ୍ରମୁଖ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ ଟ୍ରେଡ କରି ରାଜସ୍ଥାନକୁ ପଠାଇ ଦେଇଛି। କୋଲକାତା ମଧ୍ୟ ମିନି ଅକ୍ସନ ପୂର୍ବରୁ ଆନ୍ଦ୍ରେ ରସେଲଙ୍କୁ ରିଲିଜ କରି ଦେଇଛି।

Advertisment

ମୋଟ ୮ଟି ଟ୍ରେଡ୍ସ ପରେ ଆଇପିଏଲ ପକ୍ଷରୁ ପୂର୍ଣ୍ଣ ରିଟେନସନ ଓ ରିଲିଜ ତାଲିକାକୁ ସାର୍ବଜନୀନ କରାଯାଇଛି। କେକେଆର ରସେଲଙ୍କୁ ଛାଡ଼ି ଥିବା ବେଳେ ଅଜିଙ୍କ୍ୟ ରାହାଣେଙ୍କୁ ନିଜ ପାଖରେ ରଖିଛି। ରାହେଣ ପୂର୍ବଭଳି କେକେଆରର ନେତୃତ୍ୱ ନେଇପାରନ୍ତି।

ମହେନ୍ଦ୍ର ସିଂହ ଧୋନିଙ୍କ ବିଶ୍ୱାସ ହାସଲ କରି ପାରିଥିବା ଦ୍ରୁତ ବୋଲର ମଥିସା ପଥିରାଣାକୁ ଚେନ୍ନାଇ ରିଲିଜ କରିବା ସମସ୍ତଙ୍କୁ ଚକିତ କରିଛି। ଡିଫେଣ୍ଡି ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ୫ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଗତ ବର୍ଷର ରନର୍ସ ଅପ ପଞ୍ଜାବ କିଙ୍ଗସ ସେମାନଙ୍କ ପ୍ରମୁଖ ଖେଳାଳିମାନଙ୍କୁ ରିଟେନ ବା ନିଜ ପାଖରେ ରଖିଛନ୍ତି।

Advertisment

ପଞ୍ଜାବ କିଙ୍ଗସ ସବୁ ଅକ୍ସନ ପୂର୍ବରୁ ଅଧିକାଂଶ ଖେଳାଳିଙ୍କୁ ରିଲିଜ କରେ। କିନ୍ତୁ ଏଥର ଅଧିନାୟକ ଶ୍ରେୟସ ଆୟର ଓ ରିକି ପଣ୍ଟିଂ ସ୍ଥିରତା ଉପରେ ଗୁରୁତ୍ୱ ଦେଇ ଅଧିକାଂଶ ଖେଳାଳିଙ୍କୁ ରିଟେନ କରିଛନ୍ତି।

ଘରୋଇ ଖେଳାଳିଙ୍କ ଉପରେ ଅଧିକ ଗୁରୁତ୍ୱ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଏଥିପାଇଁ ଦଳ ଫାଫ ଡୁପ୍ଲେସିସି ଓ ଜ୍ୟାକ ଫ୍ରସେର ମ୍ୟାକର୍ଗଙ୍କ ଭଳି ବିଦେଶ ଖେଳାଳିଙ୍କୁ ଛାଡ଼ି ଦେଇଛି। ଟି ନଟରାଜନ ଓ ମୁକେଶ କୁମାରଙ୍କୁ ନିଜ ପାଖରେ ରଖିଛି ଦିଲ୍ଲୀ। 

ଟପ୍‌ ୫ ରିଲିଜ ଖେଳାଳି 

୧- ଭେଙ୍କଟେଶ ଆୟର- ୨୩.୭୫- କେକେଆର

୨- ଆନ୍ଦ୍ର ରସେଲ- ୧୨ କୋଟି- କେକେଆର 

୩- ମଥିସା ପଥିରାଣା- ୧୩ କୋଟି- ସିଏସ୍‌କେ 

୪- ରବି ବିଷ୍ଣୋଇ- ୧୧ କୋଟି – ଲକ୍ଷ୍ନୌ ସୁପର ଜାଏଣ୍ଟସ 

୫- ଲିଆମ ଲିଭଙ୍ଗଷ୍ଟୋନ – ୮.୭୫ କୋଟି- ଆରସିବି 

ଲକ୍ଷ୍ନୌ ସୁପର ଜାଏଣ୍ଟସ ଟି-୨୦ ଫର୍ମାଟର ସବୁଠାରୁ ବିସ୍ଫୋରକ ବ୍ୟାଟର୍‌ ଡାଭିଡ ମିଲରଙ୍କୁ ଛାଡ଼ି ଦେଇବା ବେଳେ ଆହତ ସମସ୍ୟା ଦେଇ ଗତି କରୁଥିବା ମୟଙ୍କ ଯାଦବଙ୍କୁ ରଖିଛି। 

ରିଟେନ ଓ ରିଲିଜ ତାଲିକା 

କୋଲକାତା ନାଇଟ ରାଇଡର୍ସ 

ରିଟେନ ଖେଳାଳି: ଅଜିଙ୍କ୍ୟ ରାହଣେ, ଅଙ୍ଗକ୍ରିଶ ରଘୁବଂଶୀ, ଅଙ୍କୁଲ ରୟ, ହର୍ଷିତ ରାଣା, ମନୀଷ ପାଣ୍ଡେ, ରମଣଦୀପ ସିଂହ, ରିଙ୍କୁ ସିଂହ, ରୋଭମାନ ପାୱେଲ, ସୁନିଲ ନାରିନ, ଉମରାନ ମଲିକ, ବୈଭବ ଅରୋରା, ବରୁଣ ଚକ୍ରବର୍ତ୍ତୀ 

ରିଲିଜ ଖେଳାଳି: ଆନ୍ଦ୍ରେ ରସେଲ(୧୨ କୋଟି), ଭେଙ୍କଟେଶ ଆୟର(୨୩.୭୫ କୋଟି), କ୍ୱିଣ୍ଟନ ଡି’କକ(୩.୬ କୋଟି), ମୋଇନ ଅଲୀ(୨ କୋଟି) ଓ ଅନରିଚ ନୋର୍ଖିୟା (୬.୫ କୋଟି)। 

ଉପଲବ୍ଧ ସ୍ଲଟ- ୧୩(୬ ବିଦେଶୀ ଖେଳାଳି) 

ଟଙ୍କା ଉପଲବ୍ଧ- ୬୪.୩ କୋଟି 

ଚେନ୍ନାଇ ସୁପର କିଙ୍ଗସ 

ରିଟେନ ଖେଳାଳି: ଋତୁରାଜ ଗାଏକ୍ୱାଡ(ଅଧିନାୟକ), ଆୟୁଷ ମାହତ୍ରେ, ଡେୱାଲ୍ଡ ବ୍ରେଭିସ, ମହେନ୍ଦ୍ର ସିଂହ ଧୋନି, ଉର୍ଭିଲ ପଟେଲ, ସଞ୍ଜୁ ସାମସନ(ଟ୍ରେଡ), ଶିବମ ଦୁବେ, ଖଲୀଳ ଅହମଦ, ମୁକେଶ ଚୌଧୁରୀ, ରାମକୃଷ୍ଣ ଘୋଷ, ନାଥନ ଏଲିସ, ଅଂଶୁଲ କମ୍ବୋଜ, ଜାମି ଓଭରଟନ, ଗୁରଜପନୀତ ସିଂହ, ନୁର ଅହମଦ ଓ ଶ୍ରେୟସ ଗୋପାଲ 

ରିଲିଜ ଖେଳାଳି: ରବୀନ୍ଦ୍ର ଜାଡେଜା(୧୮ କୋଟି), ମଥିସା ପଥିରାଣା(୧୩ କୋଟି), ଡେଭନ କନୱେ(୬.୨୫ କୋଟି), ରଚିନ ରବୀନ୍ଦ୍ର(୪ କୋଟି), ରାହୁଲ ତ୍ରିପାଠୀ(୩.୪୦ କୋଟି), ସାମ କୁରାନ(୨.୪୦ କୋଟି), ଦୀପକ ହୁଡ୍ଡା(୧.୭୦ କୋଟି), ବିଜୟ ଶଙ୍କର(୧.୨୦ କୋଟି), ବାଂଶ ବେଦୀ(୫୫ ଲକ୍ଷ), ଆନ୍ଦ୍ରେ ସିଦ୍ଧାର୍ଥ(୩୦ ଲକ୍ଷ), ଶେଖ ରଶିଦ(୩୦ ଲକ୍ଷ), କମଲେଶ ନାଗରକୋଟି(୩୦ ଲକ୍ଷ)। 

ଉପଲବ୍ଧ ସ୍ଲଟ – ୯ 

ଉପଲବ୍ଧ ଟଙ୍କା – ୪୩.୪ କୋଟି 

ଗୁଜରାଟ ଟାଇଟନ୍ସ

ରିଟେନ ଖେଳାଳି: ଶୁବମନ ଗିଲ(ଅଧିନାୟକ), ରାଶିଦ ଖାନ, ସାଈ ସୁଦର୍ଶନ, ରାହୁଲ ତେୱାତିଆ, ଶାହରୁଖ ଖାନ, କାଗିସୋ ରବାଡା, ଜଶ ବଟଲର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ନିଶାନ୍ତ ସିନ୍ଧୁ, କୁମାର କୁଶଗ୍ରା, ଅନୁଜ ରାୱତ, ମାନବ ସୁତାର, ୱାଶିଂଟନ ସୁନ୍ଦର, ଅର୍ଶଦ ଖାନ, ଗୁରନୁର ବ୍ରାର, ସାଈ କିଶୋର, ଈଶାନ୍ତ ଶର୍ମା, ଜୟନ୍ତ ଯାଦବ, ଗ୍ଲେନ ଫିଲିପ୍ସ।

ରିଲିଜ ଖେଳାଳି- କରିମ ଜନତ(୭୫ ଲକ୍ଷ), କୁଲବନ୍ତ ଖେଜରୋଲିୟା(୩୦ ଲକ୍ଷ), ଗେରାଲ୍ଡ କୋଏଜି(୨.୪୦ କୋଟି), ଦସୁନ ଶଣକା(୭୫ ଲକ୍ଷ), ମହିପାଲ ଲୋମରୋର(୧.୭୦ କୋଟି)। 

ଉପଲବ୍ଧ ସ୍ଲଟ- ୫ 

ଉପଲବ୍ଧ ଟଙ୍କା – ୧୨.୯ କୋଟି 

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 

ରିଟେନ ଖେଳାଳି: ରଜତ ପାଟିଦାର, ବିରାଟ କୋହଲି, ଫିଲ ସଲ୍ଟ, କ୍ରୁନାଲ ପାଣ୍ଡ୍ୟା, ଜୋଶ ହାଜେଲଉଡ, ଟିମ ଡାଭିଡ, ଜିତେଶ ଶର୍ମା, ଦେବଦତ୍ତ ପାଡିକଲ, ନୁୱାନ ତୁଶାରା, ଭୁବନେଶ୍ୱର କୁମାର, ଜ୍ୟାକବ ବେଥେଲ, ରୋମାରିଓ ଶେଫର୍ଡ, ସୂୟାଶ ଶର୍ମା, ସ୍ୱପ୍ନିଲ ସିଂହ, ୟାଶ ଦୟାଲ, ଅଭିନନନ୍ଦନ ସିଂହ ଓ ରାଶିକ ଡାର
ରିଲିଜ ଖେଳାଳି: ସ୍ୱସ୍ତିକ ଚିକାରା(୩୦ ଲକ୍ଷ), ମୟଙ୍କ ଅଗ୍ରୱାଲ, ଟିମ ସେଇଫର୍ଟ(୩୦ ଲକ୍ଷ), ଲିଆମ ଲିଭିଙ୍ଗଷ୍ଟୋନ(୮.୭୫ କୋଟି), ମନୋଜ ଭାନଡାଗେ(୩୦ ଲକ୍ଷ), ଲୁଙ୍ଗି ଏନଗିଡି(୧ କୋଟି) ଓ ମୋହିତ ରାଠୀ(୩୦ ଲକ୍ଷ)।

ଉପଲବ୍ଧ ସ୍ଲଟ- ୮ 

ଉପଲବ୍ଧ ଟଙ୍କା- ୧୬.୪ କୋଟି 

ଦିଲ୍ଲୀ କ୍ୟାପିଟାଲ୍ସ 

ରିଟେନ ଖେଳାଳି: ଅକ୍ଷର ପଟେଲ, କେଏଲ ରାହୁଲ, କରୁଣ ନାଏର, ଅଭିଷେକ ପୋରେଲ, ଟ୍ରିଷ୍ଟାନ ଷ୍ଟବ୍ସ, ସମୀର ରିଜଭି, ଆଶୁତୋଷ ଶର୍ମା, ବିପରାଜ ନିଗମ, ଅଜୟ ମଣ୍ଡଳ, ଟି ବିଜୟ, ମାଧବ ତିୱାରୀ, ମିଚେଲ ଷ୍ଟାର୍କ, ଟି ନଟରାଜନ, ମୁକେଶ କୁମାର, ଦୁଷ୍ମନ୍ତ ଚାମୀରା, କୁଲଦୀପ ଯାଦବ, ନୀତୀଶ ରାଣା(ଟ୍ରେଡ)। 
ରିଲିଜ ଖେଳାଳି: ମୋହିତ ଶର୍ମା (୨.୨୦ କୋଟି ଟଙ୍କା), ଫାଫ୍ ଡୁ ପ୍ଲେସିସ୍ (୨ କୋଟି ଟଙ୍କା), ସେଦିକୁଲ୍ଲା ଅଟଲ, ଜେକ୍ ଫ୍ରେଜର-ମ୍ୟାକଗର୍କ (୨ କୋଟି), ମାନଭନ୍ତ କୁମାର (୩୦ ଲକ୍ଷ), ଦର୍ଶନ ନାଲକାଣ୍ଡେ (୩୦ ଲକ୍ଷ ଟଙ୍କା), ଡୋନୋଭାନ ଫେରେରା (୭୫ ଲକ୍ଷ ଟଙ୍କା)।

ଉପଲବ୍ଧ ସ୍ଲଟ୍: ୮

ଉପଲବ୍ଧ ଟଙ୍କା: ୨୧.୮ କୋଟି

ପଞ୍ଜାବ କିଙ୍ଗସ୍

ରିଟେନ ଖେଳାଳି: ଶ୍ରେୟସ୍ ଆୟର (ଅଧିନାୟକ), ନେହାଲ ୱାଧେରା, ପ୍ରିୟଂଶ ଆର୍ଯ୍ୟ, ଶଶାଙ୍କ ସିଂହ, ପି ଅବିନାଶ, ହାରନୁର ପନ୍ନୁ, ମୁଶେର ଖାନ, ପ୍ରଭସିମ୍ରନ ସିଂହ, ବିଷ୍ଣୁ ବିନୋଦ, ମାର୍କସ ଷ୍ଟୋଇନିସ, ମାର୍କୋ ୟାନସେନ, ଅଜମତୁଲ୍ଲା ଓମରଜାଇ, ମିଚେଲ ଓୱେନ, ସୂଯ୍ୟାଂଶ ଶେଗଡେ,  ୟାଶ ଠାକୁର, ଜାଭିୟର୍ ବାରଲେଟ୍, ଲକି ଫର୍ଗୁସନ୍, ୟୁଜଭେନ୍ଦ୍ର ଚହଲ, ହରପ୍ରୀତ ବ୍ରାର।

ରିଲିଜ ଖେଳାଳି: ଜୋଶ ଇଂଲିସ୍ (୨.୬୦ କୋଟି ), ଆରୋନ ହାର୍ଡି ( ୧.୨୫ କୋଟି), ଗ୍ଲେନ ମ୍ୟାକ୍ସୱେଲ ( ୪.୨୦ କୋଟି), କୁଲଦୀପ ସେନ (୮୦ ଲକ୍ଷ), ପ୍ରବୀଣ ଦୁବେ (୩୦ ଲକ୍ଷ)। 

ଉପଲବ୍ଧ ସ୍ଲଟ୍: ୪

ଉପଲବ୍ଧ ଟଙ୍କା: ୧୧.୫ କୋଟି

ମୁମ୍ବାଇ ଇଣ୍ଡିଆନ୍ସ

ରିଟେନ ଖେଳାଳି - ରୋହିତ ଶର୍ମା, ସୂର୍ଯ୍ୟ କୁମାର ଯାଦବ, ତିଲକ ବର୍ମା, ରବିନ୍ ମିଞ୍ଜ, ରିଆନ୍ ରିକେଲଟନ୍, ହାର୍ଦ୍ଦିକ ପାଣ୍ଡ୍ୟା, ନମନ ଧୀର, ମିଚେଲ ସାଣ୍ଟନର୍, ୱିଲ୍ ଜ୍ୟାକ୍ସ, କର୍ବିନ ବୋଶ, ରାଜ ବାୱା, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍ରା, ଦୀପକ ଚହର, ଅଶ୍ୱିନୀ କୁମାର, ରଘୁ ଶର୍ମା ଓ ଏଏମ ଗଜନଫର

ରିଲିଜ ଖେଳାଳି: ସତ୍ୟନାରାୟଣ ରାଜୁ (୩୦ ଲକ୍ଷ), ରିସ ଟପଲୀ (୭୫ଲକ୍ଷ), କେଏଲ୍ ଶ୍ରୀଜିତ୍ (୩୦ ଲକ୍ଷ), କରନ ଶର୍ମା (୫୦ଲକ୍ଷ) ଅର୍ଜୁନ ତେନ୍ଦୁଲକର (୩୦ଲକ୍ଷ), ବେଭନ୍ ଜ୍ୟାବକ୍ସ (୩୦ଲକ୍ଷ), ଲିଜାଡ ୱିଲିୟମ୍ସ(୭୫ ଲକ୍ଷ), ମୁଜିବ ଉର ରହମାନ(୨ କୋଟି) ବିଗ୍ନେଶ ପୁଥୁର (୩୦ ଲକ୍ଷ)। 

ଉପଲବ୍ଧ ସ୍ଲଟ୍ - ୫

ଉପଲବ୍ଧ ଟଙ୍କା – ୨.୭୫ କୋଟି 

ଲକ୍ଷ୍ନୌ ସୁପର ଜଏଣ୍ଟସ୍ 

ରିଟେନ ଖେଳାଳି: ଋଷଭ ପନ୍ତ (ଅଧିନାୟକ), ଅବଦୁଲ ସାମଦ, ଆୟୁଷ ବଦୋନି, ଆଡେନ ମାର୍କରମ, ମାଥ୍ୟୁ ବ୍ରିଟଜକେ, ହିମତ ସିଂହ, ନିକୋଲାସ୍ ପୁରନ୍, ମିଚେଲ ମାର୍ଶ, ଶାହାବାଜ ଅହମ୍ମଦ, ଅର୍ଶିନ କୁଲକର୍ଣ୍ଣି, ମୟଙ୍କ ଯାଦବ, ଆଭେଶ ଖାନ, ମୋହସିନ ଖାନ, ଏମ ସିଦ୍ଧାର୍ଥ,  ଦିଗବେଶ ରାଠି, ପ୍ରିନ୍ସ ଯାଦବ ଓ ଆକାଶ ସିଂହ 
ରିଲିଜ ଖେଳାଳି: ଡାଭିଡ ମିଲର (୭.୫୦ କୋଟି), ରବି ବିଷ୍ଣୋଇ (୧୧ କୋଟି), ଆକାଶ ଦୀପ (୮ କୋଟି), ଆର୍ଯ୍ୟନ ଜୁୟାଲ (୩୦ ଲକ୍ଷ) ଟଙ୍କା), ଶମର ଯୋଶେଫ (୭୫ ଲକ୍ଷ), ଯୁବରାଜ ଚୌଧୁରୀ (୩୦ଲକ୍ଷ), ରାଜ୍ୟବର୍ଦ୍ଧନ ହଙ୍ଗେରକର(୩୦ ଲକ୍ଷ)। 

ଉପଲବ୍ଧ ସ୍ଲଟ୍: ୬

ଉପଲବ୍ଧ ଟଙ୍କା: ୨୨.୯୫ କୋଟି। 

ରାଜସ୍ଥାନ ରୟାଲ୍ସ

ରିଟେନ ଖେଳାଳି: ଧ୍ରୁବ ଜୁରେଲ, ଜୋଫ୍ରା ଆରର୍ଚର, କ୍ୱେନା ଏମଖାପା , ଲୁହାନ-ଡ୍ରେ ପ୍ରିଟୋରିୟସ, ନନ୍ଦ୍ରେ ବର୍ଗର, ରିୟାନ ପରାଗ, ସନ୍ଦୀପ ଶର୍ମା, ଶିମ୍ରନ୍ ହେଟମେୟର, ଶୁଭମ୍ ଦୁବେ, ତୁଶାର ଦେଶପାଣ୍ଡେ, ବୈଭବ ସୂର୍ଯ୍ୟବଂଶୀ, ଯଶ୍ୱସୀ ଜୈସୱାଲ, ଯୁଦ୍ଧବୀର ସିଂହ, ସାମ୍ କୁରାନ୍ (ଟ୍ରେଡ୍ ଇନ୍), ଡୋନୋଭାନ୍ ଫେରେରା (ଟ୍ରେଡ୍ ଇନ୍), ରବୀନ୍ଦ୍ର ଜାଡେଜା(ଟ୍ରେଡ ଇନ୍‌) |

ରିଲିଜ ଖେଳାଳି: କୁନାଲ ସିଂହ ରାଠୋର (୩୦ ଲକ୍ଷ), ଆକାଶ ମାଧୱାଲ (୧.୨୦ କୋଟି), ଅଶୋକ ଶର୍ମା (୩୦ ଲକ୍ଷ), ଫଜଲ ହକ ଫାରୁକି (୨ କୋଟି), କୁମାର କାର୍ତ୍ତିକେୟ (୩୦ ଲକ୍ଷ), ୱାନିନ୍ଦୁ ହସରଙ୍ଗା (୫.୨୫ କୋଟି), ମହେଶ ତୀକସାନା(୪.୪୦ କୋଟି)। 

ଉପଲବ୍ଧ ସ୍ଲଟ୍: ୯

ଉପଲବ୍ଧ ଟଙ୍କା: ୧୬.୦୫ କୋଟି 

ସନରାଇଜର୍ସ ହାଇଦ୍ରାବାଦ

ରିଟେନ ଖେଳାଳି: ପ୍ୟାଟ୍ କମିନ୍ସ (ଅଧିନାୟକ), ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମା, ଅନିକେତ ବର୍ମା, ଆର ସମରନ୍, ଇଶାନ୍ କିଶାନ୍, ହେନରିଚ କ୍ଲାସେନ୍, ନୀତୀଶ କୁମାର ରେଡ୍ଡୀ, ହର୍ଷ ଦୁବେ, କାମିଣ୍ଡୁ ମେଣ୍ଡିସ୍, ହର୍ଷଲ ପଟେଲ, ବ୍ରାଇଡନ୍ କାର୍ସେ, ଜୟଦେବ ଉନାଦକଟ, ଜିଶାନ ଅନସାରୀ ଓ ଈଶାନ ମାଲିଙ୍ଗା। 

ରିଲିଜ ଖେଳାଳି: ମହମ୍ମଦ ଶାମି (୧୦ କୋଟି), ଆଡାମ ଜାମ୍ପା (୨.୪୦ କୋଟି), ରାହୁଲ ଚହର (୩.୨୦ କୋଟି) ୱାଇଆନ ମୁଲଡର, ଅଭିନବ ମନୋହର (୩.୨୦ କୋଟି), ଅଥର୍ବ ତାଇଡେ (୩୦ ଲକ୍ଷ) ଟଙ୍କା), ସଚିନ ବେବି (୩୦ ଲକ୍ଷ)। 

ଉପଲବ୍ଧ ସ୍ଲଟ୍: ୧୦

ଉପଲବ୍ଧ ଟଙ୍କା: ୨୫.୫ କୋଟି 

IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe