Advertisment

ଫର୍ଗୁସନ, ସ୍ମିଥ, ପାଣ୍ଡେ ଓ ଇଙ୍ଗଲିସଙ୍କୁ କେହି କିଣିଲେନି

ଷ୍ଟିଭ ସ୍ମିଥ ଓ ଇଙ୍ଗଲିସ ମଧ୍ୟ ନିଜ ନିଜର ବେସ ପ୍ରାଇସ ୨ କୋଟି ଟଙ୍କା ଲେଖାଏ ରଖିଥଲେ। ମନୀଷ ପାଣ୍ଡେ ଓ କରୁଣ ନାଏରଙ୍କ ବେସ ପ୍ରାଇସ ୫୦ ଲକ୍ଷ ଟଙ୍କା ଥିଲା।

IPL

IPL

Advertisment

ଆଇପିଏଲର ମିନି ଅକ୍ସନରେ ଅନେକ ଓଲଟପାଲଟ ଦେଖିବାକୁ ମିଳିଛି। ଗୋଟିଏ ପଟେ ପାଟ କମିନ୍ସଙ୍କ ଭଳି ଖେଳାଳି ୨୦.୫୦ କୋଟିରେ ବିକ୍ରି ହୋଇଥିବା ବେଳେ ଅନ୍ୟପଟେ ଅନେକ ଷ୍ଟାର ଖେଳାଳିଙ୍କୁ କେହି ବି କିଣିବା ପାଇଁ ଆଗ୍ରହ ଦେଖାଇ ନାହାନ୍ତି।

Advertisment

କିଣା ହୋଇ ନଥିବା ଖେଳାଳିଙ୍କ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଲକି ଫର୍ଗୁସନ, ଅଷ୍ଟ୍ରେଲିଆର ବିଶ୍ୱକପ ବିଜେତା ଟିମରେ ଥିବା ଷ୍ଟିଭ ସ୍ମିଥ, ଜୋଶ ଇଙ୍ଗଲିସ ଓ ଭାରତର ମନୀଷ ପାଣ୍ଡେ ପ୍ରମୁଖ ରହିଛନ୍ତି।

ଫର୍ଗୁସନ କ୍ରମାଗତ ଭାବେ ଆଇପିଏଲ ଖେଳି ଆସୁଥିଲେ। ନ୍ୟୁଜିଲ୍ୟାଣ୍ଡର ବିଶ୍ୱକପ ଟିମରେ ମଧ୍ୟ ସିଏ ଥିଲେ। ତାଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ଥିଲା ବେଳେ ତାଙ୍କୁ ପ୍ରଥମ ରାଉଣ୍ଡରେ କେହି ବି କିଣି ନାହାନ୍ତି। ଷ୍ଟିଭ ସ୍ମିଥ ଓ ଇଙ୍ଗଲିସ ମଧ୍ୟ ନିଜ ନିଜର ବେସ ପ୍ରାଇସ ୨ କୋଟି ଟଙ୍କା ଲେଖାଏ ରଖିଥଲେ। ମନୀଷ ପାଣ୍ଡେ ଓ କରୁଣ ନାଏରଙ୍କ ବେସ ପ୍ରାଇସ ୫୦ ଲକ୍ଷ ଟଙ୍କା ଥିଲା।

Advertisment

ଶ୍ରୀଲଙ୍କାର କୁଶଲ ମେଣ୍ଡିସ ୱିକେଟ କପିର ତାଲିକାରେ ନିଜ ନାଁ ପଞ୍ଜୀକରଣ କରିଥିଲେ। ସେ ମଧ୍ୟ ତାଙ୍କ ବେସ୍‌ ପ୍ରାଇସ ୫୦ ଲକ୍ଷ ଟଙ୍କା ରଖିଥିଲେ। କିନ୍ତୁ ମେଣ୍ଡିସଙ୍କୁ କେହି ବି କିଣି ନାହାନ୍ତି।

IPL IPL Dubai IPL Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe