Advertisment

ରୋହିତ ନ ଖେଳିଲେ କିଏ ହେବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଅଧିନାୟକ? ନାଁ କହିଲେ ଗମ୍ଭୀର

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର କହିଛନ୍ତି, “ବୁମ୍ରା ହେଉଛନ୍ତି ଭାରତୀୟ ଟେଷ୍ଟ ଟିମର ଉପ ଅଧିନାୟକ। ଯଦି ରୋହିତ ଉପଲବ୍ଧ ନ ହେବେ, ତା’ହେଲେ ବୁମ୍ରା ପର୍ଥରେ ଭାରତୀୟ ଟିମର ନେତୃତ୍ୱ ନେବେ।”

Rohit

Rohit

Advertisment

ନଭେମ୍ବର ୨୨ରୁ ଆରମ୍ଭ ହେଉଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଅନୁପସ୍ଥିତ ରହି ପାରନ୍ତି। ଯଦି ରୋହିତ ପର୍ଥ ଟେଷ୍ଟରେ ଉପଲବ୍ଧ ନ ହେବେ, ତା’ହେଲେ ଯଶପ୍ରୀତ ବୁମ୍ରା ଭାରତୀୟ ଟିମର ନେତୃତ୍ୱ ନେବେ। ଭାରତୀୟ ଟିମର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଆଜି ଏକଥାକୁ ନିଶ୍ଚିତ କରିଛନ୍ତି।

Advertisment

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର କହିଛନ୍ତି, “ବୁମ୍ରା ହେଉଛନ୍ତି ଭାରତୀୟ ଟେଷ୍ଟ ଟିମର ଉପ ଅଧିନାୟକ। ଯଦି ରୋହିତ ଉପଲବ୍ଧ ନ ହେବେ, ତା’ହେଲେ ବୁମ୍ରା ପର୍ଥରେ ଭାରତୀୟ ଟିମର ନେତୃତ୍ୱ ନେବେ।”

ବର୍ଡର ଗାଭାସ୍କର ଟ୍ରଫି ପାଇଁ ପ୍ରଥମ ଦଫାରେ କିଛି ଖେଳାଳି ରବିବାର ଠାରୁ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ଦ୍ୱିତୀୟ ଦଫାରେ ଗମ୍ଭୀରଙ୍କ ସହ ଅନ୍ୟମାନେ ଆଜି ଠାରୁ ଅଷ୍ଟ୍ରେଲିଆ ଗସ୍ତ କରିବେ। ତେବେ ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆ ଗସ୍ତ କରିବେ ନାହିଁ।

Advertisment

ବ୍ୟକ୍ତିଗତ କାରଣ ପାଇଁ ସେ ପ୍ରଥମ ଟେଷ୍ଟ ଖେଳି ନ ପାରନ୍ତି। କିନ୍ତୁ ମୁଖ୍ୟ କୋଚ ଗମ୍ଭୀର ଏଯାଏ ତାଙ୍କ ଅନୁପସ୍ଥିତିକୁ ନିଶ୍ଚିତ କରି ନାହାନ୍ତି। ସେ କହିଛନ୍ତି, “ରୋହିତଙ୍କୁ ନେଇ ଏବେ କି କିଛି ନିଶ୍ଚିତ ହୋଇନି। ଆମା ଆଶା ସେ ଖେଳିବେ। ସିରିଜର ଠିକ ପୂର୍ବରୁ ଆମେ ଏକଥା ଆପଣମାନଙ୍କୁ ଜଣାଇ ଦେବୁ।”

ରୋହିତଙ୍କ ବିକଳ୍ପ ପାଇଁ ମ୍ୟାନେଜମେଣ୍ଟ ବ୍ୟାକଅପ ପ୍ଲାନ ପ୍ରସ୍ତୁତ କରି ରଖିଛି। ଗମ୍ଭୀର ମଧ୍ୟ ଏକଥାକୁ ଦୋହରାଇଛନ୍ତି। ରୋହିତ ଉପଲବ୍ଧ ନ ହେଲେ ଅଭିମନ୍ୟୁ ଈଶ୍ୱରନ କିମ୍ବା କେଏଲ ରାହୁଲ ଅଷ୍ଟ୍ରେଲିଆରେ ଭାରତ ପାଇଁ ଯଶସ୍ୱୀ ଜୈସୱାଲଙ୍କ ସହ ଇନିଂସ ଆରମ୍ଭ କରିବେ।

ଗମ୍ଭୀର କହିଛନ୍ତି, “ଆମ ପାଖରେ ଅଭିମନ୍ୟୁ ଈଶ୍ୱରନ ଓ କେଏଲ ରାହୁଲଙ୍କ ଭଳି ଖେଳାଳି ସ୍କ୍ୱାଡରେ ରହିଛନ୍ତି। ତେଣୁ ଆମେ ଶ୍ରେଷ୍ଠ ଏକାଦଶ ଚୟନ କରିବୁ। ପ୍ରଥମ ଟେଷ୍ଟ ପୂର୍ବରୁ ଏହା ଉପରେ ନିଷ୍ପତ୍ତି ହେବ।”

Border-Gavaskar Trophy Gautam Gambhir Jasprit Bumrah Rohit Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe