Advertisment

ଓଭାଲ ପିଚ୍‌ କ୍ୟୁରେଟରଙ୍କ ସହ ଗମ୍ଭୀରଙ୍କ ଭୟଙ୍କର ଯୁକ୍ତିତର୍କ, ସାମ୍ନାକୁ ଆସିଲା ଭିଡିଓ

ତୁମେ ଜଣେ ଗ୍ରାଉଣ୍ଡ୍ସମ୍ୟାନ ଓ ନିଜ ଔକତାରେ ରୁହ ବୋଲି ବୋଲି ଫୋର୍ଟିସଙ୍କୁ ଗମ୍ଭୀର କହୁଥିବା ଶୁଣିବାକୁ ମିଳିଛି।

GG

GG

Advertisment

ଆସନ୍ତା ୩୧ ତାରିଖରୁ ଲଣ୍ଡନର ଦ ଓଭାଲରେ ଇଂଲଣ୍ଡ ବିପକ୍ଷରେ ୫ ଟିକିଆ ସିରିଜର ଶେଷ ଟେଷ୍ଟ ଖେଳିବ ଭାରତ। ଏହାପୂର୍ବରୁ ଭାରତୀୟ ଟିମ ଓଭାଲରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି। କିନ୍ତୁ ଏହି ଅଭ୍ୟାସ ବେଳେ ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଓଭାଲ ପିଚ୍‌ର ମୁଖ୍ୟ କ୍ୟୁରେଟର ଲି ଫୋର୍ଟିସଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଛି। ଗମ୍ଭୀର ଯକ୍ତିତର୍କ ବେଳେ ଫୋର୍ଟିସଙ୍କୁ ମନଇଚ୍ଛା ଗାଳି ଦେବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ତୁମେ ଜଣେ ଗ୍ରାଉଣ୍ଡ୍ସମ୍ୟାନ ଓ ନିଜ ଔକତାରେ ରୁହ ବୋଲି ବୋଲି ଫୋର୍ଟିସଙ୍କୁ ଗମ୍ଭୀର କହୁଥିବା ଶୁଣିବାକୁ ମିଳିଛି। ତେବେ ଗମ୍ଭୀର କାହିଁକି ଫୋର୍ଟିସଙ୍କ ଉପରେ ଏତେ ଜୋରରେ ରାଗିଲେ, ସେକଥା ଜଣାପଡ଼ିନାହିଁ। କିନ୍ତୁ ଏବେ ଗମ୍ଭୀରଙ୍କ ବିରୋଧରେ ଫୋର୍ଟିସ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ କରିବାର ଆଶଙ୍କା ରହିଛି।

ପୂରା ଘଟଣା ଭାରତୀୟ ଟିମର ନେଟ୍ସ ବେଳେ ଘଟିଥିଲା। କିଛି ଖେଳାଳି ରନ ଅପ ଅଞ୍ଚଳକୁ ମାପୁଥିବା ବେଳେ ଗମ୍ଭୀର ଓ ଫୋର୍ଟିସଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହି ସମୟରେ ଟିମ ଇଣ୍ଡିଆର ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ ଏଥିରା ହସ୍ତକ୍ଷେପ କରିଥିଲେ। ସେ ଗମ୍ଭୀରଙ୍କ ଠାରୁ ଫୋର୍ଟିସଙ୍କୁ କିଛି ଦୂରକୁ ନେଇ କଥାବାର୍ତ୍ତା ହୋଇଥିଲେ। ତଥାପି ଗମ୍ଭୀରଙ୍କ ରାଗ ଥଣ୍ଡା ହୋଇ ନଥିଲା। ସେ ଫୋର୍ଟିସଙ୍କୁ ବଡ଼ ଆଖି ଦେଖାଇ ଗାଳି କରି ଚାଲିଥିଲେ।

Advertisment

ଗମ୍ଭୀର ଓ ପିଚ୍ କ୍ୟୁରେଟରଙ୍କ ମଧ୍ୟରେ କ’ଣ ହୋଇଥିଲା?

ଫୋର୍ଟିସ: ଏମିତି ବାରମ୍ବାର କୁହନି। ନଚେତ ମୁଁ ମ୍ୟାଚ ରେଫରୀଙ୍କ ଆଗରେ ରିପୋର୍ଟ କରିବି।

ଗମ୍ଭୀର: ଯାଅ ରିପୋର୍ଟର କର। ଯାଅ, ଯାହା ଇଚ୍ଛା କର। ଯାଅ ...(ଖରାପ ଶବ୍ଦ)

କୋଟାକ ଓ କ୍ୟୁରେଟରଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଏହା ଶୁଣା ଯାଉ ନାହିଁ।

ଗମ୍ଭୀର ହଠାତ୍‌ ଏଥିରେ ହସ୍ତକ୍ଷେପ କରି କୋଟାକଙ୍କୁ କହିଥିଲେ ଯେ ଏହି..କୁ କୁହ ଯାଇ ମ୍ୟାଚ୍ ରେଫରୀଙ୍କୁ କହିବ। ତା’ ସହ କୌଣସି କଥା ହେବା ଦରକାର ନାହିଁ।

କ୍ୟୁରେଟରଙ୍କ କଥା ଶୁଣା ଯାଉ ନାହିଁ।

ଗମ୍ଭୀର: ବନ୍ଦ କର। ଆମକୁ କ’ଣ କରିବାର ଅଛି ତୁମର କହିବା କିଛି ଦରକାର ନାହିଁ। ଆମେ କ’ଣ କରିବୁ, ସେକଥା ତୁମର ଜାଣିବା ଦରକାର ନାହିଁ। ଆମେ ଆମ କାମ କରିବୁ।

କ୍ୟୁରେଟରଙ୍କ କଥା ଶୁଣା ଯାଉ ନାହିଁ।

ଗମ୍ଭୀର: ହଁ, ତୁମେ ଆମ ଭିତରୁ କାହାକୁ କିଛି କହିବା ଦରକାର ନାହିଁ। ତୁମେ କିଛି କୁହ ନାହିଁ। ଆମକୁ କିଛି କହିବାର ଅଧିକାର ତୁମର ନାହିଁ। ତୁମେ କେବଳ ଜଣେ ଗ୍ରାଉଣ୍ଡ୍ସମ୍ୟାନ। ତେଣୁ ନିଜ ଔକାତରେ ରୁହ। ତୁମେ ଜଣେ ଗ୍ରାଉଣ୍ଡ୍ସମ୍ୟାନ। ଏହା ଠାରୁ ତୁମେ କିଛି ଅଧିକ ନୁହଁ। କେବଳ ଗ୍ରାଉଣ୍ଡ୍ସମ୍ୟାନ। ନିଜ ସୀମାରେ ରୁହ।

ଭିଡିଓଟି ଏହି ଠାରେ ଶେଷ ହୋଇଥିବା ବେଳେ ଯୁକ୍ତିତର୍କର କାରଣ କିଛି ବି ଜଣାପଡ଼ିନି । ସେହି ଘଟଣାକୁ ନେଇ କ୍ୟୁରେଟର ଅଭିଯୋଗ କରିଛନ୍ତି କି ନାହିଁ, ସେକଥା ବି ସ୍ପଷ୍ଟ ହୋଇନି।

Gautam Gambhir Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe