Advertisment

ଇଂଲଣ୍ଡରୁ ହଠାତ୍‌ ଦିଲ୍ଲୀ ଫେରିଲେ ଗୌତମ ଗମ୍ଭୀର

ଭାରତୀୟ ଟିମ ଇଂଲଣ୍ଡରେ ପହଞ୍ଚି ଜୋରଦାର ଅଭ୍ୟାସ କରୁଛି। କିନ୍ତୁ ମୁଖ୍ୟ କୋଚ୍‌ ହଠାତ ଇଂଲଣ୍ଡରୁ ଦିଲ୍ଲୀ ଫେରିଛନ୍ତି।

GG

GG

Advertisment

ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ପ୍ରଥମ ଟେଷ୍ଟର ମାତ୍ର କିଛି ଦିନ ପୂର୍ବରୁ ଇଂଲଣ୍ଡରୁ ଭାରତ ଫେରି ଆସିଛନ୍ତି। ଜୁନ ୨୦ରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ ଟିକିଆ ଟେଷ୍ଟ ସିରିଜର ପ୍ରଥମେ ମ୍ୟାଚ୍‌ ଆରମ୍ଭ ହେବ। ଏଥିପାଇଁ ଭାରତୀୟ ଟିମ ଇଂଲଣ୍ଡରେ ପହଞ୍ଚି ଜୋରଦାର ଅଭ୍ୟାସ କରୁଛି। କିନ୍ତୁ ମୁଖ୍ୟ କୋଚ୍‌ ହଠାତ ଇଂଲଣ୍ଡରୁ ଦିଲ୍ଲୀ ଫେରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀରେ ରହୁଥିବା ଗମ୍ଭୀରଙ୍କ ମା’ ହୃଦଘାତର ଶିକାର ହୋଇଛନ୍ତି। ଏହି ଖବର ଗମ୍ଭୀରଙ୍କ ପାଖରେ ପହଞ୍ଚିବା କ୍ଷଣି ସେ ତୁରନ୍ତ ଇଂଲଣ୍ଡରୁ ଦିଲ୍ଲୀ ଫେରିଛନ୍ତି। ଗମ୍ଭୀରଙ୍କ ମା’ ସୀମା ଗମ୍ଭୀର ଜୁନ ୧୧ରେ ହୃଦଘାତର ଶିକାର ହୋଇଥିଲେ। ଏବେ ତାଙ୍କର ଚକିତ୍ସା ହସ୍ପିଟାଲରେ ଚାଲିଛି। ମା’ଙ୍କୁ ଦେଖିବା ପାଇଁ ଗମ୍ଭୀର ସ୍ୱଦେଶ ଫେରିଛନ୍ତି।

ଏବେ ଦିଲ୍ଲୀରେ ଥିବା ଗମ୍ଭୀର ଜୁନ ୧୭ ବେଳକୁ ଭାରତୀୟ ଟିମ ସହ ଯୋଗ ଦେବେ। ଜୁନ ୨୦ରେ ଲିଡ୍ସର ହେଡିଂଲୀରେ ପ୍ରଥମ ମ୍ୟାଚ୍‌ ଆରମ୍ଭ ହେଉଥିବା ବେଳେ ଏହାର ୩ ଦିନ ପୂର୍ବରୁ ଗମ୍ଭୀର ଦଳ ସହ ସାମିଲ ହେବେ।

Advertisment

ରୋହିତ ଶର୍ମା, ବିରରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ଭେଟରାନ କ୍ରିକେଟଙ୍କ ଅବସର ପରେ ଭାରତୀୟ ଟିମ କୌଣସି ଟେଷ୍ଟ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଶୁବମନ ଗିଲଙ୍କ ଟେଷ୍ଟ କ୍ୟାପ୍ଟେନ୍ସିର ଯୁଗ ମଧ୍ୟ ଇଂଲଣ୍ଡ ଟେଷ୍ଟ ସିରିଜରୁ ଆରମ୍ଭ ହେବ। ଜୁନ ୨୦ରୁ ଆରମ୍ଭ ହେଉଥିବା ଗିଲ ଓ ଗମ୍ଭୀର ଯୁଗକୁ ସମସ୍ତେ ଚାତକ ଭଳି ଚାହିଁଛନ୍ତି।

Gautam Gambhir India Vs England Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe