Advertisment

ଟଙ୍କା ଛିଡୁନି!

ମୁଖ୍ୟ କୋଚ୍ ଭାବେ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହେବା ସହିତ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର, ବୋଲିଂ କୋଚ୍ ପାରସ ମହାମ୍ବ୍ରେ ଓ ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Gautam Gambhir

Gautam Gambhir

ଟି-ଟ୍ୱେଣ୍ଟି ବିଶ୍ୱକପ୍ ଶେଷ ହେବା ସହିତ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି। ଏବେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ଖାଲି ପଡ଼ିଛି। ଟି-ଟ୍ୱେଣ୍ଟି ସିରିଜ୍ ଖେଳିବା ପାଇଁ ଜିମ୍ବାୱେ ଯାଇଥିବା ଟିମ୍ ଇଣ୍ଡିଆ ସହିତ ଅସ୍ଥାୟୀ କୋଚ୍ ଭାବେ ଯାଇଛନ୍ତି ଜାତୀୟ କ୍ରିକେଟ ଏକାଡେମୀ (NCA)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ। ଇତି ମଧ୍ୟରେ ବିସିସିଆଇ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦରେ ନିଯୁକ୍ତି ପାଇଁ ଗୌତମ ଗମ୍ଭୀର ଓ ଡବ୍ଲ୍ୟୁ.ଭି ରମଣଙ୍କ ସାକ୍ଷାତକାର ନେଇସାରିଛି। ଆଶା କରାଯାଉଛି, ବିସିସିଆଇ ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେବ। ଏନେଇ ନିଷ୍ପତ୍ତି ହୋଇସାରିଥିଲେ ସୁଦ୍ଧା ମୁଖ୍ୟ କୋଚ୍ ଭାବେ ତାଙ୍କ ନାଁ ଘୋଷଣାରେ ବିଳମ୍ବ ହେଉଛି। ଏହାର ଗୋଟିଏ କାରଣ ହୋଇଥାଇପାରେ ଯେ ପୂର୍ବରୁ ବିସିସିଆଇ ସଂପାଦକ ଜୟ ଶାହ କହିଥିଲେ ଯେ ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରୁ ନୂଆ କୋଚ୍ ଦାୟିତ୍ୱ ନେବେ।

Advertisment

ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଗୌତମ ଗମ୍ଭୀରଙ୍କ ନାଁ ଘୋଷଣା ବିଳମ୍ବ ହେବା ପଛର କାରଣ ‘ଦରମା’ ବୋଲି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଗୌତମଙ୍କୁ କେତେ ଦରମା ଦିଆଯିବ, ସେ ନେଇ ବିସିସିଆଇ କିଛି ନିଷ୍ପତ୍ତି ନେଇପାରୁ ନାହିଁ ବୋଲି ଜଣାପଡ଼ିଛି। ଦରମା ପ୍ରସଙ୍ଗ ନେଇ ବିସିସିଆଇ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡ଼ିଛି। 

ମୁଖ୍ୟ କୋଚ୍ ଭାବେ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହେବା ସହିତ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର, ବୋଲିଂ କୋଚ୍ ପାରସ ମହାମ୍ବ୍ରେ ଓ ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି। ଗମ୍ଭୀର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପରେ ଅନ୍ୟ କୋଚ୍ ପଦବୀ ପୂରଣ ହେବ। ଏନେଇ ବିସିସିଆଇ ଗମ୍ଭୀରଙ୍କୁ ସଂପୂର୍ଣ୍ଣ ସ୍ୱାଧୀନତା ଦେବ। ଏହି ପଦଗୁଡ଼ିକ ପାଇଁ ସେ ପ୍ରାର୍ଥୀ ଚୟନ କରିବେ। ଏକ ସୂଚନା ଅନୁଯାୟୀ, ଗମ୍ଭୀର ବ୍ୟାଟିଂ କୋଚ୍ ନିଯୁକ୍ତ କରି ନପାରନ୍ତି।  

Advertisment

ଚଳିତ ମାସ ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ। ସେଠାରେ ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଓ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଜୁଲାଇ ୨୭ ତାରିଖରେ ପ୍ରଥମ  ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ।            

Bcci Gautam Gambhir