Advertisment

ଗାଙ୍ଗୁଲି ଓ ଦ୍ରାବିଡଙ୍କ ଉପରେ ରିଦ୍ଧିମାନ ସାହାଙ୍କ ସିଧା ଆକ୍ରମଣ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଟିମ୍‌। ତେବେ ଏଥିରୁ ବାଦ୍‌ ପଡିଛନ୍ତି ୱିକେଟ୍‌କିପର ରିଦ୍ଧିମାନ ସାହା। ତାଙ୍କୁ ଏଥର ଟିମ୍‌ରେ ସ୍ଥାନ ମିଳିନାହିଁ। ଏହାପର ଠାରୁ ଚର୍ଚ୍ଚାରେ ଅଛନ୍ତି ଏହି ଭାରତୀୟ କ୍ରିକେଟ ଖେଳାଳି। ଏବେ ଟେଷ୍ଟ ସିରିଜ୍‌କୁ ବାଦ୍‌ ପଡିବା ପରେ ବସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ଉପରକୁ ସିଧାସଳଖ ଆକ୍ରମଣ କରିଛନ୍ତି। ଏକ ସାକ୍ଷାତକାରରେ ରିଦ୍ଧିମାନ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଗାଙ୍ଗୁଲି ଓ ଦ୍ରାବିଡଙ୍କ ଉପରେ ରିଦ୍ଧିମାନ ସାହାଙ୍କ ସିଧା ଆକ୍ରମଣ

wriddhiman-saha

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଟିମ୍‌। ତେବେ ଏଥିରୁ ବାଦ୍‌ ପଡିଛନ୍ତି ୱିକେଟ୍‌କିପର ରିଦ୍ଧିମାନ ସାହା। ତାଙ୍କୁ ଏଥର ଟିମ୍‌ରେ ସ୍ଥାନ ମିଳିନାହିଁ। ଏହାପର ଠାରୁ ଚର୍ଚ୍ଚାରେ ଅଛନ୍ତି ଏହି ଭାରତୀୟ କ୍ରିକେଟ ଖେଳାଳି। ଏବେ ଟେଷ୍ଟ ସିରିଜ୍‌କୁ ବାଦ୍‌ ପଡିବା ପରେ ବସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ଉପରକୁ ସିଧାସଳଖ ଆକ୍ରମଣ କରିଛନ୍ତି।

Advertisment

ଏକ ସାକ୍ଷାତକାରରେ ରିଦ୍ଧିମାନ ସାହା ଏହି ଦୁଇ ଜଣଙ୍କୁ ନେଇ ବଡ ଖୁଲାସା କରିଛନ୍ତି। ଯାହାକୁ ନେଇ ଜୋରସୋର୍‌ରେ ଚର୍ଚ୍ଚା ଚାଲଇଛି। ସାହା କହିଛନ୍ତି, 'ଟିମରେ ସ୍ଥାନକୁ ନେଇ ଅଦୌ ଚିନ୍ତା ନକରିବାକୁ ଗାଙ୍ଗୁଲି ମୋତେ ଆଶ୍ୱସ୍ତ କରିଥିଲେ। ଗତବର୍ଷ ନଭେମ୍ବର ମାସରେ କାନପୁରରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ପେନ୍ କିଲର ଖାଇ ଅପରାଜିତ ୬୧ ରନ କରିଥିଲି। ସେତେବେଳେ ଗାଙ୍ଗୁଲି ମୋତେ ଧନ୍ୟବାଦ ଜଣାଇଥିଲେ। ଏପରିକି ଯେତେବେଳ ଯାଏ ବିସିସିଆଇ ଅଧକ୍ଷ ଅଛି ସେତେବେଳେ ଯାଏ ତୁମେ ଟିମ୍‌ରେ ରହିବ ବୋଲି ଗାଙ୍ଗୁଲି ତାଙ୍କୁ ଆଶ୍ୱସ୍ତି ଦେଇଥିଲେ। ଆଉ ସେତେବେଳେ ବୋର୍ଡ ଅଧ୍ୟକ୍ଷଙ୍କ ଏଭଳି ଆଶ୍ୱସ୍ତିବାଣୀ ମୋର ଆତ୍ମବିଶ୍ୱାସ ବଢାଇଥିଲା। କିନ୍ତୁ ସବୁ କିଛି ଏତେ କମ ସମୟ କାହିଁକି ବଦଳିଗଲା ତାହା ମୋର ବୁଝିବା ବାହାରେ ବୋଲି କହିଛନ୍ତି ସାହା।'

ସେହିପରି ସେ ଦ୍ରାବିଡଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଥିବା ରାହୁଲ ଦ୍ରାବିଡ ମଧ୍ୟ ମୋତେ ଅବସର ନେବାକୁ ପରାମର୍ଶ ଦେଇଥିବା କହିଛନ୍ତି ସାହା। ଏପରିକି ଏହା ପଛର କାରଣ ବୟସ ନା ପ୍ରଦର୍ଶନ ବୋଲି ପଚାରିଥିଲି। ଆଉ ଉତ୍ତରରେ ଦ୍ରାବିଡ କହିଥିଲେ, ଟିମ୍ ମ୍ୟାନେଜମେଣ୍ଟ ଜଣେ ଯୁବ ୱିକେଟ କିପରଙ୍କୁ ଖୋଜୁଛି। ତେଣୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା କଷ୍ଟକର ବୋଲି କହିଥିଲେ।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟ, ରଣଜୀ ଟ୍ରଫିରୁ ରିଦ୍ଧିମାନ ଓହରିଯିବାର ଏହା ସବୁଠୁ ବଡ କାରଣ ବୋଲି କୁହାଯାଉଛି। କାରଣ ତାଙ୍କୁ କୁହାଯାଇଥିଲା ଯେ ଭାରତୀୟ ଟିମରେ ତାଙ୍କୁ ଆଉ ଚୟନ କରାଯିବ ନାହିଁ।