Advertisment

ସମସ୍ତେ ଭୁଲି ଯାଇଛନ୍ତି ଯେ ମୁଁ ରୋହିତଙ୍କୁ ଅଧିନାୟକ କରିଥିଲି, ଏମିତି କାହିଁକି କହିଲେ ଗାଙ୍ଗୁଲି

ଅଧିନାୟକ ଦାୟିତ୍ୱ ପରିବର୍ତ୍ତନ ସମୟରେ ଟିକେ ଗୋଳିଆ ପରିସ୍ଥିତି ଉପୁଜିଥିଲା।

Ganguly

Ganguly

Advertisment

ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୪ ଜିତିବା ପରେ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ କ୍ରେଜ୍ ଆହୁରି ବଢ଼ିଯାଇଛି। ସମସ୍ତେ ତାଙ୍କ ନେତୃତ୍ୱକୁ ପ୍ରଶଂସା କରୁଛନ୍ତି। ଆଉ ତା’ ଭିତରେ ନିଜ ସମାଲୋଚକଙ୍କୁ ଟାର୍ଗେଟ କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି।

Advertisment

ଏକ ବେଙ୍ଗଲୀ ସମ୍ବାଦପତ୍ରକୁ ଦେଇଥିବା ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, ଯେତେବେଳେ ମୁଁ ଟିମ୍‌ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦେଲି ସେତେବେଳେ ମୋତେ ସମସ୍ତେ ସମାଲୋଚନା କରିଥିଲେ। ଆଉ ଏବେ ଯେତେବେଳେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଯାଇଛି, କେହି ମୋତେ ସମାଲୋଚନା କରୁ ନାହାନ୍ତି। ମୁଁ ଭାବୁଛି, ରୋହିତଙ୍କୁ ମୁଁ ଟିମ୍ ଇଣ୍ଡିଆର ଅଧିନାୟକ କରିଛି ବୋଲି ସମସ୍ତେ ଭୁଲି ଯାଇଛନ୍ତି।

ବିରାଟ କୋହଲି ନିଜ ଆଡ଼ୁ ଟି-ଟ୍ୱେଣ୍ଟିର ଅଧିନାୟକ ଦାୟିତ୍ୱରୁ ଓହରି ଯାଇଥିଲେ। ପରେ ତାଙ୍କୁ ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବିରାଟ ଟେଷ୍ଟ ଟିମ୍‌ର ଅଧିନାୟକ ପଦ ମଧ୍ୟ ଛାଡ଼ିଥିଲେ। 

Advertisment

ଏହି ଅଧିନାୟକ ଦାୟିତ୍ୱ ପରିବର୍ତ୍ତନ ସମୟରେ ଟିକେ ଗୋଳିଆ ପରିସ୍ଥିତି ଉପୁଜିଥିଲା। ଅନିଚ୍ଛା ସତ୍ତ୍ୱେ ତାଙ୍କୁ ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା ବୋଲି ବିରାଟ କୋହଲି କହିବା ପରେ ଏହି ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଥିଲା। ସୋଶାଲ ମିଡିଆରେ ତତ୍‌କାଳୀନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତୀବ୍ର ସମାଲୋଚନା କରାଯାଇଥିଲା। ସେତେବେଳେ ଗାଙ୍ଗୁଲି ଗଣମାଧ୍ୟମକୁ କହିଥିଲେ ଯେ ଦୁଇ ପକ୍ଷ ମଧ୍ୟରେ ଏକ ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଆଲୋଚନା ପରେ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ଏମିତିକି କେତେକ ପୂର୍ବତନ କ୍ରିକେଟର ମଧ୍ୟ ବିସିସିଆଇକୁ ସମାଲୋଚନା କରିଥିଲେ। ଏହି ସ୍ଥିତିକୁ ବିସିସିଆଇ ସଠିକ୍ ଭାବେ ପରିଚାଳନା କରିବାରେ ବିଫଳ ହୋଇଥିଲା ବୋଲି ସେମାନେ କହିଥିଲେ।

ସୌରଭ ଗାଙ୍ଗୁଲି ଏବେ ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ପଦରୁ ରିକି ପଣ୍ଟିଂଙ୍କୁ ବିଦା କରାଯାଇଛି। କୁହାଯାଉଛି, ସୌରଭ ଗାଙ୍ଗୁଲି ଏହି ପଦ ସମ୍ଭାଳି ପାରନ୍ତି।

Virat Kohli Rohit Sharma Sourav Ganguly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe