Advertisment

ରୋହିତଙ୍କୁ ନେଇ ବଡ଼ ବୟାନ ଦେଲେ ସୌରଭ ଗାଙ୍ଗୁଲି

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ୨୦୯ ରନରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହେବା ପରେ ରୋହିତଙ୍କ ଉପରେ କ୍ରିକେଟ ପ୍ରେମୀ ଖପ୍ପା ହୋଇଛନ୍ତି।

Rohit Sharma

Rohit Sharma

Advertisment

ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ସପକ୍ଷରେ ମତ ରଖିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ବିରାଟ କୋହଲିଙ୍କ ସ୍ଥାନରେ ଅଧିନାୟକ ଭାବେ ରୋହିତ ଶର୍ମା ହିଁ ଉପଯୁକ୍ତ ଖେଳାଳି ବୋଲି ଦାଦା କହିଛନ୍ତି। ଏଥିସହ ରୋହିତ ଆଗକୁ ଭଲ ପ୍ରଦର୍ଶନ କରିବେ ବୋଲି ଗାଙ୍ଗୁଲି ବିଶ୍ୱାସ ରଖିଥିବା ମତ ରଖିଛନ୍ତି। 

Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ୨୦୯ ରନରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହେବା ପରେ ରୋହିତଙ୍କ ଉପରେ କ୍ରିକେଟ ପ୍ରେମୀ ଖପ୍ପା ହୋଇଛନ୍ତି। କେହି କେହି ରୋହିତ ଅଧିନାୟକ ପଦ ଛାଡ଼ିବା ଦରକାର ବୋଲି ମତ ରଖିଛନ୍ତି। ଭାରତ ଗତ ୧୦ ବର୍ଷ ମଧ୍ୟରେ ୪ର୍ଥ ଥର ପାଇଁ ଆଇସିସିର କୌଣସି ଫାଇନାଲ ମ୍ୟାଚ୍‌ ହାରିଛି।

ତଥାପି ଆଜିକା ଦିନରେ ଟିମ ଇଣ୍ଡିଆକୁ କ୍ରିକେଟର ସବୁ ଫର୍ମାଟରେ ନେତୃତ୍ୱ ନେବାର ଶ୍ରେଷ୍ଠ ବିକଳ୍ପ ହେଉଛନ୍ତି ରୋହିତ ଶର୍ମା। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ଥର ଚାମ୍ପିୟନ କରି ରୋହିତ ଶର୍ମା ସବୁଠାରୁ ସଫଳ ଅଧିନାୟକର ପରିଚୟ ଦେଇଛନ୍ତି ବୋଲି ଗାଙ୍ଗୁଲି କହିଛନ୍ତି।

Advertisment

ରୋହିତଙ୍କୁ ସମର୍ଥନ କରି ଦାଦା କହିଛନ୍ତି, “ବିଶ୍ୱକପ ଜିତିବା ଅପେକ୍ଷା ଆଇପିଏଲ ଟ୍ରଫି ହାତେଇବା ଅଧିକ କଷ୍ଟକର। ବିରାଟ ଅଧିନାୟକ ପଦ ଛାଡ଼ିବା ପରେ ଚୟନକର୍ତ୍ତା ଜଣେ ଅଧିନାୟକଙ୍କୁ ଖୋଜୁଥିଲେ। ସେହି ସମୟରେ ରୋହିତ ହିଁ ଶ୍ରେଷ୍ଠ ଥିଲେ।

ସେ ୫ଥର ଆଇପିଏଲରେ ଜିତିଥିଲେ। ଏଥିସହ ଅନ୍ତର୍ଜାତୀୟ ସ୍ତରରେ ସେ ଭଲ ପ୍ରଦର୍ଶନ ମଧ୍ୟ କରି ଚାଲିଥିଲେ। ସେ ଏସିଆ କପ ଜିତିଥିଲେ। ତେଣୁ ସେ ହିଁ ଶ୍ରେଷ୍ଠ ବିକଳ୍ପ ଥିଲେ। ଭାରତ ଟେଷ୍ଟ ଚାମ୍ପିୟନଶିପ ମଧ୍ୟ ଖେଳିଥିଲା। ଅବଶ୍ୟ ଆମେ ହାରିଥିଲୁ।

ଦୁଇ ବର୍ଷ ତଳେ ଆମେ WTC ଫାଇନାଲ ହାରିଥିଲୁ। ଆମେ ଟି-୨୦ ବିଶ୍ୱକପର ସେମିରେ ପହଞ୍ଚି ଥିଲୁ। ତେଣୁ ଚୟନକର୍ତ୍ତା ଅଧିନାୟକ ପଦ ପାଇଁ ଯିଏ ଉପଯୁକ୍ତ ଥିଲେ, ତାଙ୍କୁ ବାଛିଥିଲେ।”

ଗାଙ୍ଗୁଲି ଆହୁରି କହିଛନ୍ତି, “ରୋହିତଙ୍କ ଉପରେ ମୋର ବିଶ୍ୱାସ ଓ ଭରସା ରହିଛି। ଭବିଷ୍ୟତରେ ସେ ନିଶ୍ଚିତ ସଫଳ ହେବେ। ସେ ଓ ମହେନ୍ଦ୍ର ସିଂହ ଧୋନି ୫ଟି ଲେଖାଏ ଆଇପିଏଲ ଟ୍ରଫି ଜିତିଛନ୍ତି। ଆଇପିଏଲରେ ଟ୍ରଫି ଜିତିବା ଆଦୌ ସହଜ ନୁହେଁ।

କାରଣ ଏହା ଏକ ଚ୍ୟାଲେଞ୍ଜିଂ ଟୁର୍ଣ୍ଣାମେଣ୍ଟ। ଗୋଟିଏ ବିଶ୍ୱକପ ଜିତିବା ତୁଳନାରେ ଆଇପିଏଲ ଜିତିବା ଅଧିକ କଷ୍ଟ। ୧୪ଟି ମ୍ୟାଚ୍‌ ପରେ ଗୋଟିଏ ଦଳ ଫ୍ଲେ ଅଫକୁ ଯାଇଥାଏ। ବିଶ୍ୱକପରେ ଗୋଟିଏ ଦଳକୁ କେବଳ ସେମି ଫାଇନାଲ ପାଇଁ ୪ରୁ ୫ଟି ମ୍ୟାଚ୍‌ ଦରକାର। ଆଇପିଏଲରେ ଚାମ୍ପିୟନ ହେବା ପାଇଁ ୧୭ଟି ମ୍ୟାଚ୍‌ ଖେଳିବାକୁ ପଡ଼େ।”

Rohit Sharma Sourav Ganguly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe