Advertisment

ଅଷ୍ଟ୍ରେଲିଆକୁ ଚ୍ୟାଲେଞ୍ଜ ଦେଲେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌: ପିଚ୍‌କୁ ନେଇ ଏମିତି କହିଲେ

ଗମ୍ଭୀର ସିଧାସଳଖ ପିଚ୍‌କୁ ନେଇ ଅଷ୍ଟ୍ରେଲିଆକୁ ଚ୍ୟାଲେଞ୍ଜ ଦେଇଛନ୍ତି।

Goutam

Goutam

Advertisment

ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର। ନଭେମ୍ବର ୨୨ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହେବ। ଏଥିପାଇଁ କିଛି ଖେଳାଳି ରବିବାର ଠାରୁ ଅଷ୍ଟ୍ରେଲିଆ ଯାଇଥିବା ବେଳେ ଆଜି ଗମ୍ଭୀର ଓ ଅନ୍ୟମାନେ ଉଡ଼ାଣ ଭରିବେ।

Advertisment

ଏହାପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର ସିଧାସଳଖ ପିଚ୍‌କୁ ନେଇ ଅଷ୍ଟ୍ରେଲିଆକୁ ଚ୍ୟାଲେଞ୍ଜ ଦେଇଛନ୍ତି। ଅଷ୍ଟ୍ରେଲିଆ ତା’ ନିଜ ଇଚ୍ଛାରେ ପିଚ୍‌ ପ୍ରସ୍ତୁତ କରୁ। ଭାରତୀୟ ଖେଳାଳିମାନେ ବେଶ ଭଲ ଭାବେ ସବୁ ପ୍ରକାରର ୱିକେଟକୁ କାଉଣ୍ଟର କରିବାର କଳା ଶିଖିଛନ୍ତି ବୋଲି ଗମ୍ଭୀର କହିଛନ୍ତି।

ଗମ୍ଭୀର କହିଛନ୍ତି, “ଅଷ୍ଟ୍ରେଲିଆ ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା ପିଚକୁ ମୁକାବିଲା କରିବା ପାଇଁ ଭାରତୀୟ ଖେଳାଳି ନିଜକୁ ପ୍ରସ୍ତୁତ କରିଛନ୍ତି। ଆମେ ୱିକେଟକୁ ନିୟନ୍ତ୍ରଣ କରିପାରିବୁ ନାହିଁ। ଆମେ ସବୁ ପ୍ରକାରର ୱିକେଟ ପାଇଁ ପ୍ରସ୍ତୁତ।

Advertisment

ସେମାନେ ନିଜ ଇଚ୍ଛାରେ ଆମକୁ କ’ଣ ଦେବାକୁ ଚାହୁଁଛନ୍ତି, ତା’ର ନିଷ୍ପତ୍ତି ନେବେ। ଆମେ ସବୁ ପ୍ରକାରର ପରିବେଶକୁ ମୁକାବିଲା କରିବା ପାଇଁ ମାନସିକସ୍ତରରେ ପ୍ରସ୍ତୁତ ହୋଇ ରହିଛୁ। ଯଦି ଆମେ ଆମ ଦକ୍ଷତାର ସହ କ୍ରିକେଟ ଖେଳିବୁ, ତା’ହେଲେ ସେମାନଙ୍କୁ ହରାଇ ପାରିବୁ।”

ଭାରତୀୟ ଟିମର ଖେଳାଳିମାନେ ପ୍ରଥମ ଟେଷ୍ଟର ପ୍ରାୟ ୧୦ ଦିନ ପୂର୍ବରୁ ଅଷ୍ଟ୍ରେଲିଆରେ ପହଞ୍ଚିବେ। ଏହି ସମୟରେ ପର୍ଥର ପରିବେଶ ଓ ପିଚ ସହ ଖେଳାଳିମାନେ ନିଜକୁ ଖାପଖୁଆଇ ପାରିବେ। ଭାରତୀୟ ଟିମ ନିକଟରେ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ହାରିଥିଲା। ଏହାକୁ ନେଇ କୋଚ ଗମ୍ଭୀର ଓ ଖେଳାଳିମାନେ ଅତିରିକ୍ତ ଚାପରେ ରହିଛନ୍ତି।

ଗମ୍ଭୀର କହିଛନ୍ତି, “ଯଦି ୧୦ ଦିନ ମଧ୍ୟରେ ଆମେ ଭଲ ଭାବେ ପ୍ରସ୍ତୁତି କରିବୁ। ତା’ହେଲେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିପାରିବୁ। ଅଷ୍ଟ୍ରେଲିଆରେ ଏକାଧିକ ଥର ଖେଳିଥିବା ଅଭିଜ୍ଞ ଖେଳାଳିମାନେ ଆମ ସହ ରହିଛନ୍ତି। ତେଣୁ ସେମାନଙ୍କ ଅଭିଜ୍ଞତା ଆମକୁ ଫାଇଦା ଦେବ। ଯୁବ ଖେଳାଳିମାନେ ମଧ୍ୟ ଏଥିରୁ ଲାଭ ପାଇପାରିବେ।”

Border-Gavaskar Trophy Goutam Gambhir Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe