Advertisment

Gautam Gambhir: ଟେଷ୍ଟରେ ଭାରତର ସବୁଠାରୁ ଖରାପ କୋଚ ନୁହନ୍ତି ଗମ୍ଭୀର, ବିପର୍ଯ୍ୟୟର ରେକର୍ଡ କରିଛନ୍ତି ଏହି ବ୍ୟକ୍ତି

ଗତ ୨୫ ବର୍ଷ ମଧ୍ୟରେ ଭାରତୀୟ କୋଚଙ୍କ ତୁଳନାରେ ଗମ୍ଭୀରଙ୍କ ରେକର୍ଡ ସବୁଠାରୁ ଖରାପ ରହିଛି। ତେବେ ଅତିକମରେ ୧୫ଟି ଟେଷ୍ଟରେ ଭାରତର କୋଚିଂ ଦାୟିତ୍ୱରେ ଥିବା ବ୍ୟକ୍ତିମାନଙ୍କ ରେକର୍ଡକୁ ବିବେଚନା କଲେ ଗମ୍ଭୀର ସବୁଠାରୁ ଖରାପ ନୁହନ୍ତି।

GG2

ଗମ୍ଭୀର, ଶାସ୍ତ୍ରୀ ଓ ଚାପେଲ୍‌

Advertisment

ଗୁହାଟୀରେ ଭାରତ ରେକର୍ଡ ୪୦୮ରେ ଦକ୍ଷିଣ ଆଫ୍ରିକା ଠାରୁ ହାରିବା ପରେ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନାଲି ବଲ ବା ଟେଷ୍ଟ କ୍ରିକେଟ ପାଇଁ ଗମ୍ଭୀର ଫିଟ କି ନାହିଁ, ତା’ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି।

Advertisment

ଗୁହାଟୀରେ ଭାରତର ଲଜ୍ଜାଜନକ ପରାଜୟ ଯୋଗୁ ଦକ୍ଷିଣ ଆଫ୍ରିକା ୨-୦ରେ ଟେଷ୍ଟ ସିରିଜ କ୍ଲିନସୁଇପ କରିଛି। ଗୁହାଟୀରେ ଭାରତ ରେକର୍ଡ ୪୦୮ ରନରେ ହାରିଛି। ଘରୋଇ ମାଟିରେ ଭାରତର ଏହା ସବୁଠାରୁ ବଡ଼ ଟେଷ୍ଟ ପରାଜୟ।

ଭାରତୀୟ ଟିମ ପୂର୍ବରୁ କେବେ ବି ଘରୋଇ ମାଟିରେ କୌଣସି ଟେଷ୍ଟ ୩୫୦ରୁ ଅଧିକ ରନରେ ହାରି ନଥିଲା। କିନ୍ତୁ ଗୁହାଟୀରେ ଦଳକୁ ୪୦୮ ରନରେ ହାରିବାକୁ ପଡ଼ିଛି। ଏସବୁ ଗମ୍ଭୀର ଯୁଗରେ ହୋଇଛି। 

Advertisment

ଦକ୍ଷିଣ ଆଫ୍ରିକା ମଧ୍ୟ ଗମ୍ଭୀର ଯୁଗରେ ଦୀର୍ଘ ୨୫ ବର୍ଷ ପରେ ଭାରତ ମାଟିରେ କୌଣସି ଟେଷ୍ଟ(Test Match) ସିରିଜ ଜିତିଛି। ଗମ୍ଭୀର ଯୁଗରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ କୌଣସି ଟେଷ୍ଟ ସିରିଜରେ ମୂଳପୋଛ ହୋଇଯାଇଛି। ୨୦୨୪ରେ ଭାରତ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ହାରିଥିଲା।  ଦକ୍ଷିଣ ଆଫ୍ରିକା ଠାରୁ ୦-୨ରେ ହାରିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଭରତ ସିଧା ୫ ନମ୍ବରକୁ ଖସି ଆସିଛି। 

ଭାରତ ଉପରେ ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ଦଳ ରହିଛନ୍ତି। ଗମ୍ଭୀର ଯୁଗରେ ଏହା ଘଟିଛି। ଗମ୍ଭୀର ପ୍ରଥମ ଭାରତୀୟ କୋଚ ଯାହାଙ୍କ ଅଧୀନରେ ଭାରତ ଦୁଇଟି ଘରୋଇ ଟେଷ୍ଟ(Test Cricket) ସିରିଜରେ ମୂଳପୋଛର ଲଜ୍ଜା ମୁଣ୍ଡାଇଛି। ଟେଷ୍ଟ କୋଚ ଭାବେ ଗମ୍ଭୀରଙ୍କ ପ୍ରଥମ ବର୍ଷରେ ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ଓ ଏବେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି।

ଗମ୍ଭୀର ଯୁଗରେ ଭାରତର ଏହା ୧୦ମ ଟେଷ୍ଟ ପରାଜୟ। ୨୦୨୪ ଜୁଲାଇରେ କୋଚ ଦାୟିତ୍ୱ ନେଇଥିବା ଗମ୍ଭୀରଙ୍କ କୋଚିଂରେ ଭାରତ ୧୯ଟି ଟେଷ୍ଟ ଖେଳିଥିବା ବେଳେ ୧୦ଟି ହାରିଛି ଓ ୭ଟି ଜିତିଛି। ସେହିପରି ଦୁଇଟି ମ୍ୟାଚ୍‌ ଡ୍ର ରହିଛି। ଘରୋଇ ପରିବେଶରେ ଭାରତ ଶେଷ ୭ ଟେଷ୍ଟରୁ ୫ଟିରେ ହାରିଛି। ଗମ୍ଭୀର ଯୁଗରେ ଭାରତର ବିଜୟ ପ୍ରତିଶତ ମାତ୍ର ୩୮.୯% ରହିଛି। 

ଗତ ୨୫ ବର୍ଷ ମଧ୍ୟରେ ଭାରତୀୟ କୋଚଙ୍କ ତୁଳନାରେ ଗମ୍ଭୀରଙ୍କ ରେକର୍ଡ ସବୁଠାରୁ ଖରାପ ରହିଛି। ତେବେ ଅତିକମରେ ୧୫ଟି ଟେଷ୍ଟରେ ଭାରତର କୋଚିଂ ଦାୟିତ୍ୱରେ ଥିବା ବ୍ୟକ୍ତିମାନଙ୍କ ରେକର୍ଡକୁ ବିବେଚନା କଲେ ଗମ୍ଭୀର ସବୁଠାରୁ ଖରାପ ନୁହନ୍ତି। ସେ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିବା ତାଲିକାର ଦ୍ୱିତୀୟରେ ରହିଛନ୍ତି।

ତାଙ୍କ ଉପରେ ଡୁକାନ ଫ୍ଲେଚର ରହିଛନ୍ତି। ଫ୍ଲେଚର ମୁଖ୍ୟ କୋଚ୍ ଥିବା ବେଳେ ଟେଷ୍ଟ କ୍ରିକେଟରେ ଭାରତର ବିଜୟ ପ୍ରତିଶତ ମାତ୍ର ୩୩.୩% ଥିଲା। ତେଣୁ ଗମ୍ଭୀରଙ୍କ ତୁଳନାରେ ଫ୍ଲେଚରଙ୍କ ରେକର୍ଡ ଅଧିକ ଖରାପ। 

ଭାରତୀୟ କ୍ରିକେଟର ସବୁଠାରୁ ବିବାଦୀୟ କୋଚ କୁହାଯାଉଥିବା ଗ୍ରେଗ ଚାପେଲଙ୍କ ରେକର୍ଡ ଗମ୍ଭୀରଙ୍କ ତୁଳନାରେ ଭଲ ରହିଛି। ୨୦୦୫ରୁ ୨୦୦୭ ଯାଏ ଚାପେଲ ଭାରତୀୟ ଟିମର କୋଚ ରହିଥିଲେ। ଏହି ସମୟରେ ଭାରତ ୧୮ଟି ମ୍ୟାଚ୍‌ ଖେଳିଥିବା ବେଳେ ୭ଟିରେ ଜିତିଥିଲା ଓ ୭ଟି ଡ୍ର କରିଥିଲା। ଭାରତକୁ କେବଳ ୪ଟି ମ୍ୟାଚ୍‌ ହାରିବାକୁ ପଡ଼ିଥିଲା। 

ଏଯାଏ କେବଳ ୩ ଜଣ ଭାରତୀୟ କୋଚ୍‌ ଯିଏ ୫୦ରୁ ଅଧିକ ବିଜୟ ପ୍ରତିଶତ ସହ ନିଜର କାର୍ଯ୍ୟକାଳ ଶେଷ କରିଛନ୍ତି। ଏହି ତାଲିକାର ୧ ନମ୍ବରରେ ରହିଛନ୍ତି କିମ୍ବଦନ୍ତୀ କ୍ରିକେଟର ଅନୀଲ କୁମ୍ବଲେ। ୨୦୧୬ରୁ ୨୦୧୭ ଯାଏ କୁମ୍ବଲେ ଭାରତୀୟ ଟିମର କୋଚ ରହିଥିଲେ।

ଏହି ସମୟରେ ଦଳ ୧୭ଟି ଟେଷ୍ଟ ଖେଳି ୧୨ଟିରେ ଜିତିଥିଲା। ମାତ୍ର ଗୋଟିଏ ଟେଷ୍ଟ ହାରିଥିଲା ଓ ୪ଟି ଡ୍ର କରିଥିଲା। କୁମ୍ବେଲଙ୍କ ବିଜୟ ରେକର୍ଡ ୭୦.୬% ରହିଛି। ସେ ସବୁଠାରୁ ସଫଳ ଭାରତୀୟ କୋଚର ମାନ୍ୟତା ପାଇଛନ୍ତି। 

ରବି ଶାସ୍ତ୍ରୀ (୨୦୧୭-୨୦୨୧)ଙ୍କ ଅଧୀନରେ ଭାରତ ୪୩ଟି ଟେଷ୍ଟ ଖେଳି ୨୫ଟିରେ ଜିତିଛି ଓ ୧୩ଟି ହାରିଛି। ଡ୍ର ମ୍ୟାଚ୍‌ ସଂଖ୍ୟା ୫ ରହିଛି। ଶାସ୍ତ୍ରୀଙ୍କ ବିଜୟ ରେକର୍ଡ ପ୍ରତିଶତକ ୫୮.୧ ରହିଥିବା ବେଳେ ଭାରତ ତାଙ୍କ କୋଚିଂ ସମୟରେ ବିଦେଶରେ ଅନେକ ଐତିହାସିକ ସଫଳତା ହାସଲ କରିଥିଲା। 

ରାହୁଲ ଡ୍ରାଭିଡ(୨୦୨୧-୨୦୨୪)ଙ୍କ ଅଧୀନରେ ଭାରତ ୨୪ଟି ଟେଷ୍ଟ ଖେଳି ୧୪ଟିରେ ଜିତିଛି, ୭ଟି ହାରିଛି ଓ ୩ଟି ଡ୍ର କରିଛି। ତାଙ୍କ ବିଜୟ ପ୍ରତିଶତ ଶାସ୍ତ୍ରୀଙ୍କ ଠାରୁ ସାମନ୍ୟ ଭଲ ଅର୍ଥାତ ୫୮.୩ ରହିଛି। 

ବୁଧବାର ଗୁହାଟୀ ପରାଜୟ ପରେ ଗମ୍ଭୀର ଭାରତୀୟ କୋଚଙ୍କ ମଧ୍ୟରେ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନର ଲଜ୍ଜା ମୁଣ୍ଡାଇଛନ୍ତି। ଗମ୍ଭୀରଙ୍କ ୧୩ ମାସର କାର୍ଯ୍ୟକାଳରେ ଭାରତ ଦୁଇ ଥର ଘରୋଇ ମାଟିରେ କ୍ଲିନସୁଇପ ହୋଇଛି। 

Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe