Advertisment

ଗୌତମ କହିଲେ- ମୁଁ କୌଣସି ଖେଳାଳିର ଫ୍ୟୁଚର୍...

ସିଡନୀ ଟେଷ୍ଟ ଶେଷ ହେବା ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମୟରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସର ବିଷୟରେ ତାଙ୍କୁ ପଚରାଯାଇଥିଲା।

Gautam Gambhir

Gautam Gambhir

Advertisment

ଭାଙ୍ଗିଲା ଟିମ୍‌ ଇଣ୍ଡିଆର WTC ଫାଇନାଲ୍ ସ୍ୱପ୍ନ। ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ ସିରିଜ୍‌ର ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍‌ ହାରିଲା ଟିମ୍‌ ଇଣ୍ଡିଆ। ୬ ଓ୍ୱିକେଟ୍‌ରେ ମ୍ୟାଚ୍ ହାତେଇ ନେଲା ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ଟିମ୍‌କୁ ୧୬୨ ରନ୍‌ର ଟାର୍ଗେଟ ମିଳିଥିଲା। ଏହାକୁ ଅଷ୍ଟ୍ରେଲିଆ ଖେଳର ତୃତୀୟ ଦିନର ଦ୍ୱିତୀୟ ସେସନରେ ହାସଲ କରିନେଇଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍‌ ବିଶିଷ୍ଠ ମ୍ୟାଚକୁ ୩-୧ରେ କବ୍‌ଜା କରିନେଇଛି। ଏହି ପରାଜୟ ସହ ଭାରତ ୧୦ ବର୍ଷ ପରେ ବର୍ଡର ଗାଭାସ୍କର ଟ୍ରଫି ମଧ୍ୟ ହରାଇଛି।

Advertisment

ସିଡନୀ ଟେଷ୍ଟ ଶେଷ ହେବା ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମୟରେ ଯେତେବେଳେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସର ବିଷୟରେ ଗମ୍ଭୀରଙ୍କୁ ପଚରାଗଲା, ସେତେବେଳେ ସେ କହିଥିଲେ ଯେ କୌଣସି ଖେଳାଳିଙ୍କ ଭବିଷ୍ୟତ ସେ ସ୍ଥିର କରିପାରିବି ନାହିଁ। ଏହା ସେମାନଙ୍କ ଉପରେ ନିର୍ଭର କରେ।

ସେମାନଙ୍କ ମଧ୍ୟରେ ବିଜୟର ଭୋକ ଏବଂ ପ୍ରତିବଦ୍ଧତା ଅଛି। ଆଶା କରୁଛି ସେ ଭାରତୀୟ କ୍ରିକେଟ୍‌କୁ ଆଗକୁ ନେବା ପାଇଁ ସବୁକିଛି କରିବେ, ଯାହା ସେମାନଙ୍କ ପକ୍ଷେ ସମ୍ଭବ। ମୁଁ ସର୍ବଦା ଚାହିଁବି ସମସ୍ତେ ଘରୋଇ କ୍ରିକେଟ୍ ଖେଳିନ୍ତୁ ଚାହେଁ। ଯଦି ଆପଣ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରତିବଦ୍ଧ ତେବେ ଘରୋଇ କ୍ରିକେଟ୍ ଖେଳନ୍ତୁ ବୋଲି ଭାରତୀୟ ଟିମ୍‌ର ହେଡ୍‌ କୋଚ୍‌ କହିଛନ୍ତି।

Advertisment

ଗୌତମ ଗମ୍ଭୀର ଆହୁରି କହିଛନ୍ତି, ' ପରିବର୍ତ୍ତନ ବିଷୟରେ ଆଗୁଆ କହିବା ଠିକ୍‌ ନୁହେଁ। ଆମେ ଜାଣିନାହୁଁ ୫ ମାସ ପରେ ଆମେ କେଉଁଠାରେ ଥିବୁ। ଡ୍ରେସିଂ ରୁମକୁ ଖୁସି ରଖିବା ପାଇଁ ମୋତେ ସମସ୍ତଙ୍କ ପ୍ରତି ସଚ୍ଚୋଟ ଏବଂ ନ୍ୟାୟଯୁକ୍ତ ହେବାକୁ ପଡିବ।

କହିରଖୁ ଯେ, ଟିମ୍‌ ଇଣ୍ଡିଆ ତା'ର ପରବର୍ତ୍ତୀ ଟେଷ୍ଟ ସିରିଜ୍ ଆସନ୍ତା ଜୁନ୍‌-ଜୁଲାଇରେ ଇଂଲଣ୍ଡରେ ଖେଳିବ।

Goutam Gambhir Sydney Test Ind Vs Aus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe