Advertisment

ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଗମ୍ଭୀରଙ୍କ ଇସ୍ତଫା, କେକେଆରକୁ ଫେରିଲେ

କେକେଆରର କୋ ଓନର ଶାହରୁଖ ଖାନ ମଧ୍ୟ ଗମ୍ଭୀରଙ୍କୁ ସ୍ୱାଗତ କରିଛନ୍ତି। ଦଳ ପାଖକୁ କ୍ୟାପ୍ଟେନ ଫେରିଥିବା ଶାହରୁଖ କହିଛନ୍ତି।

author-image
Hemant Lenka
GG

GG

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବିଧିବଦ୍ଧ ଭାବେ ଆଇପିଏଲ ପ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଇସ୍ତଫା ଦେଇଛନ୍ତି। ଆସନ୍ତାବର୍ଷ ସେ ଆଇପିଏଲର ଗୋଟିଏ ନୂଆ ପ୍ରାଞ୍ଚାଇଜ୍‌ ସହ କାମ କରିବେ। ନିଜେ ଗମ୍ଭୀର ଲକ୍ଷ୍ନୌ ଟିମର ମେଣ୍ଟୋର ପଦରୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଛନ୍ତି। ଏଥିସହ ସେ କୋଲକାତା ନାଇଟ ରାଇଡର୍ସକୁ ଫେରିଥିବା କଥା କହିଛନ୍ତି। ଗମ୍ଭୀରଙ୍କ ନେତୃତ୍ୱରେ କେକେଆର ଦୁଇ ଥର ଆଇପିଏଲ ଟ୍ରଫି ଜିତିଥିଲା। ଏବେ ଗମ୍ଭୀର ପୁଣି କେକେଆରକୁ ଫେରିଛନ୍ତି।

Advertisment

ଗମ୍ଭୀର କେକେଆରରେ ସାମିଲ ହୋଇଥିବା କଥା ଦଳର ସିଇଓ ଭେଙ୍କୀ ମହୀଶୂର ସୂଚନା ଦେଇଛନ୍ତି। ସେ ଦଳର ମେଣ୍ଟୋର ଭାବେ କାମ କରିବେ। କେକେଆରର କୋ ଓନର ଶାହରୁଖ ଖାନ ମଧ୍ୟ ଗମ୍ଭୀରଙ୍କୁ ସ୍ୱାଗତ କରିଛନ୍ତି। ଦଳ ପାଖକୁ କ୍ୟାପ୍ଟେନ ଫେରିଥିବା ଶାହରୁଖ କହିଛନ୍ତି।

Advertisment

ଗମ୍ଭୀର ଦୁଇଟି ସଂସ୍କରଣରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ମେଣ୍ଟୋର ଭାବେ କାମ କରି ଆସୁଥିଲେ। ୨୦୨୨ ସଂସ୍କରଣରେ ଲକ୍ଷ୍ନୌ ଫାଇନାଲରେ ମଧ୍ୟ ପ୍ରବେଶ କରିଥିଲା। ୨୦୨୩ରେ ଦଳ ତୃତୀୟ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଥିଲା।

ଲକ୍ଷ୍ନୌରୁ ବିଦାୟ ନେବା ସମ୍ପର୍କରେ ଗମ୍ଭୀର କହିଛନ୍ତି, “ଲକ୍ଷ୍ନୌ ସୁପର ଜାଏଣ୍ଟସ ସହ ମୋର ସ୍ମରଣୀୟ ଯାତ୍ରା ଶେଷ ହୋଇଛି। ମୁଁ ସମସ୍ତ ଖେଳାଳି, କୋଚ, ସପୋର୍ଟ ଷ୍ଟାଫ ଓ ମୋ ଯାତ୍ରାକୁ ସ୍ମରଣୀୟ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଉଛି। ଚମତ୍କାର ଟିମ ତିଆରି କରିବା ଓ ସବୁ ପ୍ରକାରର ସମର୍ଥନ ଯୋଗାଇ ଦେଇଥିବା ଡ.ସଞ୍ଜୀବ ଗୋଏଙ୍କାଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଭବିଷ୍ୟତରେ ଟିମ ଭଲ କରିବ ବୋଲି ମୋର ବିଶ୍ୱାସ। ଏଲଏସଜି ବ୍ରିଗେଡକୁ ଅଲ ଦି ବେଷ୍ଟ।”

ଆଉ ଏକ ପୋଷ୍ଟରେ ଗମ୍ଭୀର କୋଲାକାତା ନାଇଟ ରାଇଡର୍ସରେ ଯୋଗ ଦେଉଥିବା କଥା ଘୋଷଣା କରିଛନ୍ତି।

IPL Gautam Gambhir