Advertisment

ବିସିସିଆଇ ମାନିଲା ସବୁ ସର୍ତ୍ତ, ଗୌତମ ଗମ୍ଭୀର ହେବେ ମୁଖ୍ୟ କୋଚ୍‌!

ପୂର୍ବତନ ଷ୍ଟାର ବ୍ୟାଟର ଗୌତମ ଗମ୍ଭୀର ହେବେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌। ଏନେଇ ସବୁ କଥାବାର୍ତ୍ତା ଶେଷ ହୋଇଛି।

GG

GG

Advertisment

ପୂର୍ବତନ ଷ୍ଟାର ବ୍ୟାଟର ଗୌତମ ଗମ୍ଭୀର ହେବେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌। ଏନେଇ ସବୁ କଥାବାର୍ତ୍ତା ଶେଷ ହୋଇଛି। ବିସିସିଆଇ ଖୁବଶୀଘ୍ର ଏ ସମ୍ପର୍କରେ ଘୋଷଣା କରିପାରେ ବୋଲି ଖବର ପ୍ରକାଶ ପାଇଛି।

Advertisment

ଗମ୍ଭୀରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ କୋଚ କରିବା ପାଇଁ ବିସିସିଆଇ ପ୍ରାୟ ଗୋଟିଏ ମାସ ହେଲା ଆଲୋଚନା ଜାରି ରଖିଥିଲା। ଟି-୨୦ ବିଶ୍ୱକପ ଶେଷ ହେବା ପରେ ମୁଖ୍ୟ କୋଚ୍ ଥିବା ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହେବ। ତେଣୁ ତାଙ୍କ ସ୍ଥାନ ଗମ୍ଭୀର ନିଅନ୍ତୁ ବୋଲି ବିସିସିଆଇ ଚାହୁଁଥିଲା। ଏନେଇ ଚାଲିଥିବା କଥାବାର୍ତ୍ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ଜଣାପଡ଼ିଛି।

ଗୋଟିଏ ରିପୋର୍ଟରେ ଦାବି କରାଯାଇଛି ଯେ ଆଗାମୀ କିଛି ଦିନ ମଧ୍ୟରେ ଗୌତମ ଗମ୍ଭୀରଙ୍କ ନିଯୁକ୍ତି ସମ୍ପର୍କରେ ବିସିସିଆଇ ଘୋଷଣା କରିବ। ବିସିସିଆଇ ମୁଖ୍ୟ କୋଚ ପଦ ସମ୍ଭାଳିବାକୁ ଗମ୍ଭୀରଙ୍କୁ ପ୍ରସ୍ତାବ ଦେଇଥିଲା। ତେବେ ଏହାକୁ ଗ୍ରହଣ କରିବା ପୂର୍ବରୁ ସେ କିଛି ସର୍ତ୍ତ ଉପସ୍ଥାପନ କରିଥିଲେ। ସର୍ତ୍ତଗୁଡ଼ିକୁ ବିଚାର କରି ବିସିସିଆଇ ଗ୍ରହଣ କରି ନେଇଛି। ତେଣୁ ଗମ୍ଭୀର ମଧ୍ୟ ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବାକୁ ରାଜି ହୋଇଛନ୍ତି।

Advertisment

ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ଆମେ ଗମ୍ଭୀରଙ୍କ ସହ ମୁଖ୍ୟ କୋଚ ହେବାକୁ ଆଲୋଚନା କରିଥିଲୁ। ଟି-୨୦ ବିଶ୍ୱକପରେ ସେ ରାହୁଲ ଡ୍ରାଭିଡଙ୍କ ସ୍ଥାନ ନେବେ।”

ରିପୋର୍ଟରେ ଆହୁରି ଦାବି କରାଯାଇଛି ଯେ ଗୌତମ ଗମ୍ଭୀର ସିଧାସିଧା ବିସିସିଆଇକୁ କହିଥିଲେ, ଯଦି ସେ ସପୋର୍ଟ ଷ୍ଟାଫ ନିଜ ଇଚ୍ଛା ଅନୁସାରେ ଚୟନ କରିପାରିବେ, ତା’ହେଲେ ମୁଖ୍ୟ କୋଚ୍‌ ହେବେ। ଏହି ସର୍ତ୍ତକୁ ବିସିସିଆଇ ମାନି ନେଇଛି। ତେଣୁ ଗମ୍ଭୀର ମୁଖ୍ୟ କୋଚ୍‌ ହେବା ପରେ ଡ୍ରାଭିଡଙ୍କ ଅମଳରେ ଥିବା ସପୋର୍ଟଷ୍ଟାଫମାନେ ବଦଳିବେ।

ରବି ଶାସ୍ତ୍ରୀ ମୁଖ୍ୟ କୋଚ ଥିବା ବେଳେ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗରଙ୍କ ସ୍ଥାନ ବିକ୍ରମ ରାଠୋର ନେଇଥିଲେ। ଶାସ୍ତ୍ରୀଙ୍କ ସ୍ଥାନ ଡ୍ରାଭିଡ ନେଇଥିଲେ ହେଁ ରାଠୋର ପୂର୍ବ ଭଳି ବ୍ୟାଟିଂ କୋଚ ରହିଥିଲେ। ଏବେ ପାରସ ମାହାମ୍ୱ୍ରେ ବୋଲିଂ କୋଚ ଓ ଟି ଦିଲୀପ ଫିଲ୍ଡିଂ କୋଚ ରହିଛନ୍ତି।

ଗମ୍ଭୀର କେବଳ ସପୋର୍ଟଷ୍ଟାପରେ ପରିବର୍ତ୍ତନ କରିବେ ନାହିଁ, ଭାରତୀୟ ଟିମରେ ମଧ୍ୟ ଏକାଧିକ ପରିବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

ଗମ୍ଭୀରଙ୍କ ମାର୍ଗଦର୍ଶନରେ କୋଲକାତା ନାଇଟ ରାଇଡର୍ସ ୨୦୨୪ ଆଇପିଏଲ ଟ୍ରଫି ଜିତିଛି। ତାଙ୍କ ନେତୃତ୍ୱକୁ ସମସ୍ତେ ପ୍ରଶଂସା କରିଛନ୍ତି। କେକେଆର ଟ୍ରଫି ଜିତିବା ପରେ ଗମ୍ଭରୀ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା।

୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପ ଜିତିଥିବା ଦଳରେ ଗମ୍ଭୀର ପ୍ରମୁଖ ସଦସ୍ୟ ରହିଥିଲେ।

Bcci Indian Cricket Team Gautam Gambhir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe