Advertisment

ଗୌତମ ଗମ୍ଭୀରଙ୍କ ସମ୍ପର୍କରେ ସାଂଘାତିକ କଥା କହିଲେ ଏହି ଅବସରପ୍ରାପ୍ତ କ୍ରିକେଟର

ମନୋଜ ତିୱାରୀ ଖୁଲାସା କରିଛନ୍ତି ଯେ ଏକଦା ଗମ୍ଭୀର ତାଙ୍କୁ ଯୁକ୍ତିତର୍କ ପରେ ବାହାରେ ଦେଖାହେବାକୁ କହିଥିଲେ। ହେଲେ ଏହା କେବେ ବି ସମ୍ଭବ ହୋଇପାରି ନାହିଁ।

author-image
Hemant Lenka
Manoj Tiwary

Manoj Tiwary

ଭାରତ ତଥା କୋଲକାତା ନାଇଟ ରାଇଡର୍ସର ପୂର୍ବତନ କ୍ରିକେଟର ମନୋଜ ତିୱାରୀ ଖେଳ ସମୟରେ ତାଙ୍କ ସହ ଘଟିଥିବା ବିଭିନ୍ନ ଘଟଣା ସମ୍ପର୍କରେ ଏବେ ଖୁଲାସା କରିଛନ୍ତି।

Advertisment

ନିକଟରେ କ୍ରିକେଟରୁ ଅବସର ଘୋଷଣା କରିଥିବା ମନୋଜ ଏବେ କିଛି ପୁରୁଣା କଥା ସମସ୍ତଙ୍କୁ ଜଣାଇଛନ୍ତି। କ୍ରିକେଟ ଜୀବନରେ ତାଙ୍କର ଏକମାତ୍ର ଅନୁତାପର ବିଷୟ ହେଲା ଯେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ସହ ତାଙ୍କର ହୋଇଥିବା ଯୁକ୍ତିତର୍କ। ରଣଜୀ ଟ୍ରଫିର ଗୋଟିଏ ମ୍ୟାଚ୍‌ ବେଳେ ଗମ୍ଭୀରଙ୍କ ସହ ତାଙ୍କର ହୋଇଥିବା ବାକଯୁଦ୍ଧ ଉପରୁ ମନୋଜ ପରଦା ଉଠାଇଛନ୍ତି।

ମନୋଜ ତିୱାରୀ କହିଛନ୍ତି, “ଗମ୍ଭୀରଙ୍କ ସହ ହୋଇଥିବା ପାଟିତୁଣ୍ଡ ହେଉଛି ମୋର ଏକମାତ୍ର ଦୁଃଖ ବା ମୋ ପାଇଁ ପରିତାପର ବିଷୟ। କାରଣ ମୋତେ ଜାଣିଥିବା ଲୋକମାନେ ଜାଣିଛନ୍ତି ଯେ ମୁଁ ସେମିତି ଲୋକ ନୁହେଁ ଯିଏ ବରିଷ୍ଠ ଖେଳାଳିଙ୍କ ସହ ଯୁକ୍ତିତର୍କ କରେ। ତେଣୁ ଗମ୍ଭୀରଙ୍କ ସହ ଯାହା ହେଲା ସେଇଟା ହେବାର ନଥିଲା। ବରିଷ୍ଠ ଖେଳାଳିଙ୍କ ସହ ମୋର ଭଲ ସମ୍ପର୍କ। କିନ୍ତୁ ଗୋଟିଏ ଘଟଣା ମୋ ଛବିକୁ ପୂରା ଖରାପ କରିଥିଲା।”

Advertisment

ଗମ୍ଭୀର ଓ ତିୱାରୀ ଆଇପିଏଲ ସମୟରେ ଏକାଠି କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ। ଗୋଟିଏ ସମୟରେ ଉଭୟଙ୍କ ମଧ୍ୟରେ ବେଶ ଭଲ ବନ୍ଧୁତା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ତିକ୍ତତା ଦେଖାଯାଇଥିଲା।

ମନୋଜ ତିୱାରୀ କହିଛନ୍ତି, “ଗମ୍ଭୀରଙ୍କ ସହ ମୋର ସମ୍ପର୍କ ବେଶ ଭଲ ରହିଥିଲା। ତେଣୁ ତାଙ୍କ ସହ ତିକ୍ତତା ସୃଷ୍ଟି ହେବା ପରିତାପର ବିଷୟ। କେକେଆର ପାଇଁ ଖେଳିବା ବେଳେ ଆମେ ଦୁଇ ଜଣ ପରସ୍ପର ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିଲୁ।

କୋଲକାତାରୁ କାହାକୁ ଟିମରେ ସାମିଲ କରାଯିବ, ସେବିଷୟରେ କଥା ହେଉଥିଲୁ। ସମ୍ପର୍କ ଏବେ ଭଲ ଥିଲା ଯେ ଆମେ ସବୁ କିଛି ବିସ୍ତୃତ ଭାବେ ଆଲୋଚନା କରୁଥିଲୁ ଓ ତଥ୍ୟ ଆଦାନପ୍ରଦାନ କରୁଥିଲୁ। କିନ୍ତୁ ସମୟ ସହିତ ସବୁ କିଛି ବଦଳି ଯାଇଥିଲା।”

ମନୋଜ ତିୱାରୀ ଖୁଲାସା କରିଛନ୍ତି ଯେ ଏକଦା ଗମ୍ଭୀର ତାଙ୍କୁ ଯୁକ୍ତିତର୍କ ପରେ ବାହାରେ ଦେଖାହେବାକୁ କହିଥିଲେ। ହେଲେ ଏହା କେବେ ବି ସମ୍ଭବ ହୋଇପାରି ନାହିଁ।

ମନୋଜ ତିୱାରୀ କହିଛନ୍ତି, “ଗମ୍ଭୀର ମୋତେ ଥରେ କହିଥିଲେ ଯେ ତୁ ବାହାରେ ମ୍ୟାଚ ପରେ ଦେଖା କରେ। ଆଜି ତୁ ଗଲୁ। ତୋ କଥା ମୁଁ ବୁଝିବି। ହଁ ଏଇଟା ହିଁ ସେ କହିଥିଲେ। ତାଙ୍କ ଭଳି ଖେଳାଳି ଏପରି କହିବେ ବୋଲି ଆଶା ନଥିଲା। କୋଟଲାର ସମ୍ବାଦିକ ଟେଣ୍ଟ ଗ୍ରାଉଣ୍ତ ଭିତରେ ରହିଛି। ସେଠାରେ ଉପସ୍ଥିତ ଥିବା ସମସ୍ତେ ସବୁ କଥା ଶୁଣିଥିଲେ। କାହାକୁ ଜଣା କିଏ ସନ୍ଧ୍ୟାରେ କାହାକୁ ମିଳିବ?

ଗମ୍ଭୀର ଜଣେ ଭଲ କ୍ରିକେଟର। ମୁଁ ମଧ୍ୟ କ୍ରିକେଟ ପାଇଁ ପାଗଳ। କିନ୍ତୁ ବେଳେବେଳେ ଏହି ପାଗଳ ପଣିଆ ଏମିତି କିଛି ଘଟଣା ସୃଷ୍ଟି କରିଥାଏ। ତେବେ ସର୍ବସମ୍ମୁଖରେ ଏମିତି ହେବା ଠିକ ନୁହେଁ। ସେକଥା ଆଦୌ ଆଶା କରି ନଥିଲି। ମୁଁ ଏହାକୁ ନେଇ କୌଣସି ଭୁଲ କରିନାହିଁ। ଆମେ କେବେ ହେଲେ ଏ ବିଷୟରେ ଆଉ କଥା ହୋଇନାହୁଁ। ଏଥିସହ ଦେଖା ହେବାକୁ ମଧ୍ୟ ସମୟ ପାଇ ନାହୁଁ।”

Cricket Gautam Gambhir Manoj Tiwary