Advertisment

ଏହି ଖେଳାଳିଙ୍କ ପାଇଁ ଗୁଳି ଖାଇବାକୁ ପ୍ରସ୍ତୁତ ଥିବା କହିଲେ ଗୌତମ ଗମ୍ଭୀର

ଆଇପିଏଲର ଗତ ୨ଟି ସଂସ୍କରଣରେ କେକେଆର ସେତେଟା ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହିଁ। ଏବେ ଗମ୍ଭୀରଙ୍କ କମବ୍ୟାକ ପରେ ଦଳର ଭାଗ୍ୟଳ ବଦଳିବ ବୋଲି ସମସ୍ତେ ଆଶା କରିଛନ୍ତି।

author-image
Hemant Lenka
GG

GG

ଆଇପିଏଲ ୨୦୨୪ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି କୋଲକାତା ନାଇଟ ରାଇଡର୍ସ(କେକେଆର)ର ମେଣ୍ଟୋର ଗୌତମ ଗମ୍ଭୀର। ବେଶ କିଛି ବର୍ଷର ବ୍ୟବଧାନ ପରେ ସେ ଚଳିତ ବର୍ଷ କେକେଆରକୁ ମେଣ୍ଟୋର ଭୂମିକାରେ ଫେରିଛନ୍ତି। ଏକଦା ସେ କେକେଆରର କ୍ୟାପ୍ଟେନ୍ସି କରୁଥିଲେ। ୨୦୧୨ ଓ ୨୦୧୪ରେ ଦଳ ତାଙ୍କ ନେତୃତ୍ୱରେ ଟ୍ରଫି ମଧ୍ୟ ଜିତିଥିଲା।

Advertisment

୨୦୧୧ରେ ଟିମ ଇଣ୍ଡିଆର ପୂର୍ବତନ ଓପନର ଗମ୍ଭୀର କେକେଆରର ନେତୃତ୍ୱ ନେଇଥିଲେ। ଏହାର ଗୋଟିଏ ବର୍ଷ ପରେ ଦଳ ୨୦୧୨ରେ ଚାମ୍ପିୟନ ହୋଇଥିଲା। ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ୨୦୧୪ରେ କେକେଆର ପୁଣି ଟ୍ରଫି ଜିତିଥିଲା।

ଏବେ ସେ ପୁଣି ସେ କେକେଆରକୁ ଫେରିଛନ୍ତି। ଆଇପିଏଲର ଗତ ୨ଟି ସଂସ୍କରଣରେ କେକେଆର ସେତେଟା ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହିଁ। ଏବେ ଗମ୍ଭୀରଙ୍କ କମବ୍ୟାକ ପରେ ଦଳର ଭାଗ୍ୟଳ ବଦଳିବ ବୋଲି ସମସ୍ତେ ଆଶା କରିଛନ୍ତି।

Advertisment

ତେବେ ଆଇପିଏଲ ୨୦୨୪ ପୂର୍ବରୁ ଗମ୍ଭୀର ବଡ଼ କଥା କହିଛନ୍ତି। କେକେଆରର ପୂର୍ବତନ ଖେଳାଳି ରାୟନ ଟେନ ଡୋସ୍କେଟଙ୍କୁ ସେ ସବୁଠାରୁ ମହାନ ଟିମ ମ୍ୟାନ ଭାବେ ବିବେଚନା କରିଛନ୍ତି।

ରାୟନ ଏତେ ନିଃସ୍ୱାର୍ଥ ପର ଖେଳାଳି, ଯାହାଙ୍କ ପାଇଁ ଗମ୍ଭୀର ଗୁଳି ଖାଇବାକୁ ମଧ୍ୟ ପଛାଇବେ ନାହିଁ ବୋଲି କହିଛନ୍ତି। ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ୍ସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳି ଏକଦା ସମସ୍ତଙ୍କୁ ନିଜ ବ୍ୟାଟିଂରୁ ଯାଦୁ ଦେଖାଇଥିଲେ ରାୟନ।

ସେ କହିଛନ୍ତି, “ଯେତେବେଳେ ମୁଁ ନିଃସ୍ୱାର୍ଥ ପର କଥା କହୁଛି ସେତେବେ ଗୋଟିଏ ଲୋକ ମୋ ନଜରକୁ ଆସୁଛନ୍ତି। ମୁଁ ମୋର ୪୨ ବର୍ଷ କ୍ୟାରିୟର ମଧ୍ୟରେ ଯାହା କହି ନଥିଲି ଆଜି ସେକଥା କହିବାକୁ ଚାହୁଁଛି। ଆଜି ଯାଏ ମୁଁ ଖେଳିଥିବା ମହାନ କ୍ରିକେଟର, ସବୁଠାରୁ ନିଃସ୍ୱାର୍ଥ ପର ବ୍ୟକ୍ତି, ଯାହାଙ୍କ ପାଇଁ ମୁଁ ଗୁଳି ମଧ୍ୟ ଖାଇପାରିବି, ଯାହାକୁ ମୁଁ ଜୀବନରେ ବିଶ୍ୱାସ କରିପାରିବ, ତା’ହେଲେ ସେ ହେଉଛନ୍ତି ରାୟନ ଟେନ ଡୋସ୍କେଟ।

ଏକଥା ମୁଁ ଆପଣମାନଙ୍କୁ ବେଶ ଦମ୍ଭର ସହ କହିବା ପଛର କାରଣ ମଧ୍ୟ ରହିଛି। ୨୦୧୧ରେ ଅଧିନାୟକ ଭାବେ କେକେଆରର ମୋର ପ୍ରଥମ ମ୍ୟାଚ ଥାଏ। ଆମ ପାଖରେ କେବଳ ୪ ଜଣ ବିଦେଶୀ ଖେଳାଳି ରହିଥିଲେ। ରାୟନ ସେତେବେଳେ ୫୦ ଓଭର ବିଶ୍ୱକପରେ କମାଲ କରିଥିଲେ। ତଥାପି ଆମେ ୩ ଜଣ ବିଦେଶୀ ଖେଳାଳିଙ୍କୁ ନେଇ ମ୍ୟାଚ୍‌ ଖେଳିଥିଲୁ।

ଏହି ସମୟରେ ରାୟନ ଆମ ପାଇଁ ପାଣି ବୋହି ନେଉଥିଲେ। ତାଙ୍କ ମୁହଁରେ କୌଣସି ପ୍ରକାରର ନିରାଶା ନଥିଲା। ସେ ମୋତେ ନିସ୍ୱାର୍ଥପରର ଶିକ୍ଷା ଦେଇଛନ୍ତି। ରାୟନଙ୍କ ଭଳି ଟିମକୁ ଭଲ ପାଉଥିବା ଖେଳାଳି ମୁଁ ଆଜି ଯାଏ ଦେଖିନି। ତାଙ୍କ ଭଳି ଲୋକମାନେ ମୋତେ ଲିଡର ପରିଚୟ ଦେଇଛନ୍ତି।”

କାର୍ଯ୍ୟକ୍ରମରେ ଗମ୍ଭୀର ଆହୁରି କହିଛନ୍ତି ଯେ “ମୁଁ କେକେଆରକୁ ସଫଳତା ଦେଇ ନାହିଁ। କେକେଆର ହିଁ ମୋତେ ସଫଳ କ୍ୟାପ୍ଟେନ କରାଇଛି।”

IPL Gautam Gambhir IPL 2024