Advertisment

ଦ୍ରାବିଡଙ୍କ ପରେ ଗମ୍ଭୀର ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ହେଡ୍ କୋଚ୍ ଭାବେ ନିଯୁକ୍ତ ହେବାକୁ ଯାଉଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Rahul Dravid & Goutam Gambhir

Rahul Dravid & Goutam Gambhir

ରାହୁଲ ଦ୍ରାବିଡଙ୍କ ଉତ୍ତରାଧିକାରୀ ଭାବେ କିଏ ହେବ ଭାରତୀୟ କ୍ରିକେଟ ଟିମର ହେଡ୍ କୋଚ୍ ବା ମୁଖ୍ୟ ପ୍ରଶିକ୍ଷକ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି। ଏଥିପାଇଁ BCCI କୋଚ୍ ସନ୍ଧାନରେ ଥିବାବେଳେ ନିଯୁକ୍ତି ପାଇଁ ମଧ୍ୟ ଆବେଦନ ମେ ୨୭ରେ ସରିଯାଇଛି।  

Advertisment

ଆବେଦନ କରିଥିବା ପୂର୍ବତନ ଖେଳାଳିଙ୍କ ବିଷୟରେ କୌଣସି ରିପୋର୍ଟ ପ୍ରକାଶ ପାଇନଥିଲେ ମଧ୍ୟ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ର ବର୍ତ୍ତମାନର ଚେୟାରମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ଏହି ପଦବୀ ପାଇଁ ଆଗ୍ରହୀ ନଥିବା ଜଣାପଡ଼ିଛି। ତେବେ ହେଡ୍ କୋଚ୍ ଦୌଡ଼ରେ ଗୌତମ ଗମ୍ଭୀରଙ୍କ ନାଁ ଆଗରେ ଥିବାବେଳେ ବିସିସିଆଇ ମଧ୍ୟ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେବାକୁ ଯୋଜନା କରୁଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର କ୍ରିକେଟ ଟିମର ମୁଖ୍ୟ କୋଚ୍ ହେବାକୁ ଯାଉଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ସମସ୍ତ ତିନୋଟି ଫର୍ମାଟରେ ଗମ୍ଭୀର ହେଡ୍ କୋଚ୍ ରହିବେ। 

Advertisment

ଇଣ୍ଡିଆନ ପ୍ରିମିୟର ଲିଗ୍ (IPL), ୨୦୨୪ ସଂସ୍କରଣରେ ଗମ୍ଭୀରଙ୍କ ମେଣ୍ଟରସିପ୍ ଅଧୀନରେ କୋଲକାତା ନାଇଟ୍ ରାଇଡର୍ସ(KKR) ଚାମ୍ପିଅନ୍ ହୋଇଛି। ଏହା ପୂର୍ବରୁ ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) IPL ୨୦୨୨ ଏବଂ IPL ୨୦୨୩ରେ ପ୍ଲେ ଅଫ୍ ରାଉଣ୍ଡରେ ପ୍ରବେଶ କରିଥିଲା। ବିଶେଷ କରି କୋଲକାତାର ବିଜୟ ପରେ ଗମ୍ଭୀର ଭାରତର ହେଡ୍ କୋଚ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। 

ତେବେ, ଗମ୍ଭୀରଙ୍କୁ ଏହି ଦାୟିତ୍ୱ ନେବାକୁ ହେଲେ IPL ଫ୍ରାଞ୍ଚାଇଜ୍ ଟିମ୍ କୋଲକାତା ନାଇଟ୍ ରାଇଡର୍ସ(KKR)ର ମେଣ୍ଟରସିପ୍ ପଦ ଛାଡ଼ିବାକୁ ପଡ଼ିବ। 

Indian Cricket Team Goutam Gambhir Rahul Dravid India Cricket Team Head Couch