Advertisment

'କୋହଲି ବଡ଼ ଭୁଲ୍ କରିଛନ୍ତି, ତାଙ୍କୁ କେହି ନିଜର ଆଦର୍ଶ ମାନିବେନି'

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା କେପ୍ ଟାଉନ୍ ଟେଷ୍ଟର ତୃତୀୟ ଦିବସରେ ଘରୋଇ ଦଳର କ୍ୟାପଟେନ୍ ଡିନ୍ ଏଲଗାରଙ୍କୁ ବଡ଼ ଜୀବନଦାନ ମିଳିଛି। ଯାହାକୁ ନେଇ ବଡ଼ ବିବାଦ ଛିଡ଼ା ହୋଇଛି। ହକ୍ ଆଇ ନିଷ୍ପତ୍ତିରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସହମତ ନଥିଲେ ଏବଂ ବିଚ୍ ମଇଦାନରେ ଏହାକୁ ନେଇ ଅସନ୍ତୋଷ ଝାଡ଼ିଥିଲେ। କୋହଲି ଷ୍ଟମ୍ପ ମାଇକ ନିକଟକୁ ଯାଇ କିଛି କହିଥିଲେ। ଏହାଛଡ଼ା ସେ ରାଗିକି ନିଜ ଗୋଡ଼ରେ […]

ଅଦ୍ୟତନ ହୋଇଛି
'କୋହଲି ବଡ଼ ଭୁଲ୍ କରିଛନ୍ତି, ତାଙ୍କୁ କେହି ନିଜର ଆଦର୍ଶ ମାନିବେନି'

kohli-and-gambhir

Advertisment

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା କେପ୍ ଟାଉନ୍ ଟେଷ୍ଟର ତୃତୀୟ ଦିବସରେ ଘରୋଇ ଦଳର କ୍ୟାପଟେନ୍ ଡିନ୍ ଏଲଗାରଙ୍କୁ ବଡ଼ ଜୀବନଦାନ ମିଳିଛି। ଯାହାକୁ ନେଇ ବଡ଼ ବିବାଦ ଛିଡ଼ା ହୋଇଛି। ହକ୍ ଆଇ ନିଷ୍ପତ୍ତିରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସହମତ ନଥିଲେ ଏବଂ ବିଚ୍ ମଇଦାନରେ ଏହାକୁ ନେଇ ଅସନ୍ତୋଷ ଝାଡ଼ିଥିଲେ। କୋହଲି ଷ୍ଟମ୍ପ ମାଇକ ନିକଟକୁ ଯାଇ କିଛି କହିଥିଲେ। ଏହାଛଡ଼ା ସେ ରାଗିକି ନିଜ ଗୋଡ଼ରେ ଗ୍ରାଉଣ୍ଡକୁ ମାରିଥିଲେ। କୋହଲିଙ୍କ ବ୍ୟବହାରରେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ଗମ୍ଭୀର କହିଛନ୍ତି, କୋହଲି କେପ୍ ଟାଉନ୍ ମଇଦାନରେ ଯାହା କିଛି କରିଛନ୍ତି, ଏହା ପରେ ତାଙ୍କୁ କେହିବି ଆଦର୍ଶ ମାନିବେ ନାହିଁ। କୋହଲି ଏମିତି କାମ କରି ଅପରିପକ୍ୱତାର ପରିଚୟ ଦେଇଛନ୍ତି। ଟିମ୍ ଇଣ୍ଡିଆର କ୍ୟାପଟେନ୍ ଭାବେ ଷ୍ଟମ୍ପ ପାଖକୁ ଯାଇ ଏମିତି କହିବା, ବହୁତ ବଡ଼ ଭୁଲ୍। ଏମିତି କାମ କରି ସେ କେବେବି ଯୁବ ଖେଳାଳିଙ୍କ ଆଦର୍ଶ ହୋଇପାରିବେ ନାହିଁ। ପ୍ରଥମ ଇନିଂସରେ ୱିକେଟ୍ କିପର କ୍ୟାଚ୍ ମାମଲା ୫୦-୫୦ ଥିଲା, ସେତେବେଳେ କୋହଲି ଶାନ୍ତ ଥିଲେ ଏବଂ ମୟଙ୍କ ଅଗ୍ରୱାଲ୍ ଅପିଲ୍ କରୁଥିଲେ। ମୋ ମତରେ ରାହୁଲ ଦ୍ରାବିଡଙ୍କୁ ଏହି ମାମଲାରେ କୋହଲିଙ୍କ ସହ କଥା ହେବ ଦରକାର।

https://twitter.com/ThatXolani/status/1481662818105630720?s=20

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଟିମ୍ ମଧ୍ୟ କୋହଲି ଓ ଟିମ୍ ଇଣ୍ଡିଆର ଏଭଳି ଆଚରଣରେ ଅସନ୍ତୁଷ୍ଟ ପ୍ରକାଶ କରିଛି। ଟିମର ପେସ୍ ବୋଲର ଲୁଙ୍ଗି ଏନଗିଡି କହିଛନ୍ତି, ମୋତେ ଲାଗୁଛି ଏଭଳି ପ୍ରତିକ୍ରିୟା ଟିମର ହତାଶାକୁ ଦର୍ଶାଉଛି। ଅନେକ ସମୟରେ ଟିମ୍ ଏହାର ଫାଇଦା ଉଠାଇଥାଏ। ଆପଣ କେବେବି ନିଜ ଭାବନାକୁ ଅଧିକ ଜାହିର୍ କରିବାକୁ ଚାହାନ୍ତି ନାହିଁ। କିନ୍ତୁ ପରିସ୍ଥିତି ଏମିତି ହୁଏ ଯେ ଆପଣ ଅଧିକ ଭାବବିହ୍ୱଳ ହୋଇପଡ଼ନ୍ତି ଏବଂ ଆଉ ଏଥିରୁ ଜଣାପଡ଼େ ଯେ ଟିମ୍ କେତେ ଚାପରେ ଅଛି।

Advertisment

https://twitter.com/muthupradeep/status/1481649476343595008?s=20

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସରେ ୨୭ତମ ଓଭରରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ବଲ୍ ଏଲଗାରଙ୍କ ପ୍ୟାଡରେ ବାଜିଥିଲା ଏବଂ ଅମ୍ପାୟାର ଦକ୍ଷିଣ ଆଫ୍ରିକା କ୍ୟାପଟେନଙ୍କୁ ଆଉଟ୍ ଦେଇଥିଲେ। ଏଲଗାର ତୁରନ୍ତ ଡିଆରଏସ୍ ନେଇଥିଲେ। ହକ୍ ଆଇରେ ଦେଖିବାକୁ ମିଳିଲା ଯେ ବଲ୍ ଷ୍ଟମ୍ପ ଉପରେ ଯାଉଛି ଏବଂ ଏହାଦ୍ୱାରା ଏଲଗାରଙ୍କ ବଡ଼ ଜୀବନଦାନ ମିଳିଥିଲା। ନିଷ୍ପତ୍ତିରେ କୋହଲି ଭୀଷଣ ରାଗି ଯାଇଥିଲେ। କୋହଲି ଷ୍ଟମ୍ପ ପାଖକୁ ଯାଇ କହିଥିଲେ, ଯେତେବେଳେ ଆପଣଙ୍କ ଟିମ୍ ବଲ୍ ଚମକାଉଥିବ, ସେତେବେଳେ ଆପଣ ତାହା ଉପରେ ଧ୍ୟାନ ଦିଅନ୍ତୁ। ସବୁବେଳେ ବିରୋଧୀ ଟିମକୁ ଦେଖନ୍ତୁ ନାହିଁ।

Ind Vs SA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe