Advertisment

T20 World Cup: ବିଶ୍ୱକପ ଟ୍ରଫି ସହ ମନ୍ଦିରରେ ପୂଜାର୍ଚ୍ଚନା କଲେ ଗମ୍ଭୀର, ଜୟ ଶାହ ଓ ସୂର୍ଯ୍ୟ କୁମାର, ଉଠିଲା ପ୍ରଶ୍ନ

ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଟି-୨୦ ବିଶ୍ୱକପ ଫାଇନାଲ ଜିତିଥିଲା। ଏହାପରେ ଟ୍ରଫି ଧରି ଆଇସିସି ଅଧ୍ୟକ୍ଷ ଜୟ ଶାହ, ଭାରତୀୟ ଟିମର ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ସିଧା ଷ୍ଟାଡିୟମ ନିକଟରେ ଥିବା ହନୁମାନ ମନ୍ଦିରରେ ପହଞ୍ଚିଥିଲେ।

Trophy

ମନ୍ଦିରରେ ଟ୍ରଫି

Advertisment

ଭାରତ ୧୯୮୩ ଓ ୨୦୧୧ରେ ଦିନିକିଆ ବିଶ୍ୱକପ ଜିତିଥିଲା। ୨୦୦୭ ଓ ୨୦୨୪ରେ ଟି-୨୦ ବିଶ୍ୱକପ ବି ଜିତିଥିଲା। ୨୦୨୬ରେ ମଧ୍ୟ ଭାରତ ଟି-୨୦ ବିଶ୍ୱକପ(T20 World Cup) ଜିତିଛି। ହେଲେ ୧୯୮୩, ୨୦୧୧, ୨୦୦୭ ଓ ୨୦୨୪ରେ ଯାହା ଘଟି ନଥିଲା, ଏବେ ସେମିତି କିଛି ଘଟିଛି।

Advertisment

ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଟି-୨୦ ବିଶ୍ୱକପ ଫାଇନାଲ ଜିତିଥିଲା। ଏହାପରେ ଟ୍ରଫି ଧରି ଆଇସିସି ଅଧ୍ୟକ୍ଷ ଜୟ ଶାହ, ଭାରତୀୟ ଟିମର ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ସିଧା ଷ୍ଟାଡିୟମ ନିକଟରେ ଥିବା ହନୁମାନ ମନ୍ଦିରରେ ପହଞ୍ଚିଥିଲେ।

ସେମାନେ ମନ୍ଦିରରେ ଟ୍ରଫି ସହ ପୂଜାର୍ଚ୍ଚନା କରିଛନ୍ତି। ପୂର୍ବରୁ ବିଶ୍ୱକପ ଜିତିବା ପରେ କୌଣସି ଅଧିନାୟକ କିମ୍ବା କୋଚ କେବେ ବି ଏମିତି କରି ନଥିଲେ। ସେମାନେ ଟ୍ରଫି ସହ ରାଲି କରି ଦେଶବାସୀଙ୍କ ମଧ୍ୟରେ ଖୁସି ବାଣ୍ଟିଥିଲେ। ଦେଶ ଜିତୁଥିବା ଟ୍ରଫି ସମସ୍ତ ଭାରତୀୟଙ୍କର ବୋଲି ସେମାନେ ଚିନ୍ତା କରୁଥିଲେ।

Advertisment

ହେଲେ ଏବେ ଟି-୨୦ ବିଶ୍ୱକପ ଟ୍ରଫି ସହ ଭାରତୀୟ ଟିମର କୋଚ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟ କୁମାର ମିଳିତ ଭାବେ ଆଇସିସି ଅଧ୍ୟକ୍ଷଙ୍କ ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାକୁ ବିଭିନ୍ନ ମହଲରେ ନିନ୍ଦା କରିଛନ୍ତି।

୧୯୮୩ରେ ପ୍ରଥମଥର ପାଇଁ ଦେଶ ପାଇଁ ବିଶ୍ୱକପ ଜିତିଥିବା ଦଳର ସଦସ୍ୟ କୀର୍ତ୍ତି ଆଜାଦ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ କହିବା କଥା ଯେ ନିଜର ଆସ୍ଥା ଦୃଷ୍ଟିରୁ ଅଧିନାୟକ, କୋଚ ଓ ଅନ୍ୟମାନେ ବିଜୟ ପରେ ମନ୍ଦିରରେ ଈଶ୍ୱରଙ୍କ ଆଶୀର୍ବାଦ ନେବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ଟ୍ରଫି ଧରି ମନ୍ଦିରକୁ ଯିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। 

ଆଜାଦ କହିଛନ୍ତି, “ଟିମ ଇଣ୍ଡିଆକୁ ଲଜ୍ଜା। ଆମେ ଯେତେବେଳେ ୧୯୮୩ରେ କପିଲ ଦେବଙ୍କ ନେତୃତ୍ୱରେ ବିଶ୍ୱକପ ଜିତିଥିଲୁ ସେତେବେଳେ ଦଳରେ ଆମ ସହ ହିନ୍ଦ, ମୁସଲିମ, ଶିଖ ଓ ଖ୍ରୀଷ୍ଟିୟାନ ରହିଥିଲେ। ଆମେ ଟ୍ରଫିକୁ ଆମର ଧାର୍ମିକ ଜନ୍ମ ସ୍ଥାନ ଆମ ମା’ ଇଣ୍ଡିଆ, ଭାରତ ଓ ହିନ୍ଦୁସ୍ଥାନକୁ ଆଣିଥିଲୁ। 

କାହିଁକି ଏବେ ଭାରତୀୟ କ୍ରିକେଟ ଟ୍ରଫିକୁ ଏବେ ଘୋଷଡ଼ା ଯାଉଛି? କାହିଁକି ଗୋଟିଏ ମସଜିଦ, କାହିଁକି ଗୋଟିଏ ଚର୍ଚ୍ଚ, କାହିଁକି ଗୋଟିଏ ଗୁରୁଦ୍ୱାରକୁ ଏହାକୁ ନିଆଯାଉନି? ଏହି ଟିମ ଭାରତକୁ ପ୍ରତିନିଧିତ୍ୱ କରୁଛି। ଏହା ସୂର୍ଯ୍ୟ କୁମାର ଯାଦବ କିମ୍ବା ଜୟ ଶାହଙ୍କ ପରିବାରକୁ ପ୍ରତିନିଧିତ୍ୱ କରୁନାହିଁ। 


ମହମ୍ମଦ ସିରାଜ ଟ୍ରଫି ଧରି କେବେ ମସଜିଦକୁ ଯାଇ ନାହାନ୍ତି। ସଞ୍ଜୁ ସାମସନ ଏହାକୁ ଚର୍ଚ୍ଚ ନେଇ ନାହାନ୍ତି। ସଞ୍ଜୁ ବିଜୟରେ ପ୍ରମୁ ଭୂମିକା ଗ୍ରହଣ କରିବା ସହ ମ୍ୟାନ ଅଫ ଦି ସିରିଜ ଜିତିଥିଲେ। ଏହି ଟ୍ରଫି ୧୪୦ କୋଟଇ ଭାରତୀୟଙ୍କର। ସବୁ ଧର୍ମର ଲୋକଙ୍କର ଏହି ଟ୍ରଫି। ଏହା କେବେ ହେଲେ ଗୋଟିଏ ଧର୍ମର ବିଜୟ ନୁହେଁ।” 

ଆହୁରି ଅନେକ ଲୋକ ମଧ୍ୟ ଟ୍ରଫି ସହ ମନ୍ଦିରରେ ପୂଜାର୍ଚ୍ଚନାକୁ ପସନ୍ଦ କରିନାହାନ୍ତି। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe