Advertisment

ଗମ୍ଭୀରଙ୍କ ଅଧୀନରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ଖେଳାଳି, ଚାମ୍ପିୟନ୍ସ ଟ୍ରଫି ପରେ ବିଦା ହେବେ!

ଆଶା କରାଯାଉଥିଲା ଯେ ଗମ୍ଭୀରଙ୍କ ଅଧୀନରେ ମଧ୍ୟ ଭାରତୀୟ ଟିମ ଦମଦାର ପ୍ରଦର୍ଶନ କରିବ। କିନ୍ତୁ ଗମ୍ଭୀର ଆସିବା ପରେ ଭାରତୀୟ ଟିମ ଶ୍ରୀଲଙ୍କା ଠାରୁ ଦିନିକିଆ ସିରିଜ ହାରିଥିଲା।

GG

GG

Advertisment

ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କୁ ନେଇ ଆସିଛି ସାଂଘାତିକ ତଥ୍ୟ। ତାଙ୍କ ଅଧୀନରେ ଖେଳାଳିମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ବର୍ଡର-ଗାଭାସ୍କର ଟ୍ରଫିରେ ଟିମ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସମସ୍ତଙ୍କ ଫୋକସ ଗମ୍ଭୀରଙ୍କ ଉପରେ ରହିଛି। ଭାରତୀୟ ଟିମ ୨୦୨୪ ଜୁନ ମାସରେ ଶେଷଥର ପାଇଁ ସଫଳତା ପାଇଥିଲା। ରାହୁଲ ଡ୍ରାଭିଡଙ୍କ କୋଚିଂରେ ଭାରତୀୟ ଟିମ ଟି-୨୦ ବିଶ୍ୱକପ ଜିତିଥିଲା।

Advertisment

ଏହି ବିଶ୍ୱକପ ପରେ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ହୋଇଥିଲେ। ଆଶା କରାଯାଉଥିଲା ଯେ ଗମ୍ଭୀରଙ୍କ ଅଧୀନରେ ମଧ୍ୟ ଭାରତୀୟ ଟିମ ଦମଦାର ପ୍ରଦର୍ଶନ କରିବ। କିନ୍ତୁ ଗମ୍ଭୀର ଆସିବା ପରେ ଭାରତୀୟ ଟିମ ଶ୍ରୀଲଙ୍କା ଠାରୁ ଦିନିକିଆ ସିରିଜ ହାରିଥିଲା।

ନ୍ୟୁଜିଲ୍ୟାଣ୍ଡ ଠାରୁ ଦୀର୍ଘ ବର୍ଷ ପରେ ଘରୋଇ ମାଟିରେ ଖେଳୁଥିବା ଟେଷ୍ଟ ସିରିଜରେ ମୂଳପୋଛ ହୋଇଗଲା। ଏବେ ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ ଭାରତୀୟ ଟିମ ୧-୨ ପଛରେ ରହିଛି। ଯଦି ଭାରତୀୟ ଟିମ ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଶେଷ ଟେଷ୍ଟ ନ ଜିତିବ, ତା’ହେଲେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ବାଦ ପଡ଼ିବ।

Advertisment

ଏସବୁ ଭିତରେ ପିଟିଆରେ ରିପୋର୍ଟ ପ୍ରକାଶ ପାଇଛି ଯେ ଗମ୍ଭୀରଙ୍କ ସହ ଅନେକ ଖେଳାଳିଙ୍କ ପଡ଼ୁନାହିଁ। ରାହୁଲ ଡ୍ରାଭିଡ ଓ ରବି ଶାସ୍ତ୍ରୀଙ୍କ ସମୟରେ ଯେଉଁଭଳି ଖେଳାଳିମାନେ ସବୁ କିଛି ମୁକ୍ତ ଭାବେ କରିପାରୁଥିଲେ, ଏବେ ସେମିତି କିଛି କରିପାରୁ ନାହାନ୍ତି। ପୂର୍ବଭଳି ଏବେ ବି ଚୟନ ସମ୍ପର୍କରେ ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ଖେଳାଳିଙ୍କ ସହ କଥା ହେଉଛନ୍ତି। 

କିନ୍ତୁ ଗମ୍ଭୀର ଜୁଲାଇ ମାସରେ ଦାୟିତ୍ୱ ନେବା ପରେ ରୋହିତ ମଧ୍ୟ ଅତି ଜୁନିୟର ନଥିବା ଖେଳାଳି କାହିଁକି ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଲେ, ସେକଥା ସ୍ପଷ୍ଟ ଭାବେ କହିପାରୁନାହାନ୍ତି। ଗମ୍ଭୀର ଦଳରେ ନିୟମିତ ଭାବେ ପରୀକ୍ଷାନିରୀକ୍ଷା କରୁଛନ୍ତି। ଏଥିପାଇଁ ଅଧିକାଂଶ ଖେଳାଳି ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଗମ୍ଭୀରଙ୍କୁ କିଛି ଖେଳାଳି ଆଦୌ ବିଶ୍ୱାସକୁ ନେଉ ପାରୁ ନାହାନ୍ତି।

ଏପରି ସ୍ଥିତିରେ ଗମ୍ଭୀରଙ୍କୁ ନିଜ ଦକ୍ଷତାର ପରିଚୟ ଦେବା ପାଇଁ ଗୋଟିଏ  ଟେଷ୍ଟ ଓ ଫେବୃଆରୀରୁ ଆରମ୍ଭ ହେଉଥିବା ଚାମ୍ପିୟନ୍ସ ଟ୍ରଫି ଶେଷ ଯାଏ ସମୟ ଦିଆଯାଇଛି। ଯଦି ସିଡ୍‌ନୀ ଟେଷ୍ଟ ଓ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଭଲ ପ୍ରଦର୍ଶନ ନ କରିବ, ତା’ହେଲେ ଗମ୍ଭୀରଙ୍କ ସ୍ଥାନ ଆଉ ସୁରକ୍ଷିତ ନୁହେଁ।

ଗମ୍ଭୀରଙ୍କ ସହ ଚୟନ କମିଟିର ସର୍ମ୍ପକ କେମିତି ରହିଛି, ସେକଥା ବି କାହାକୁ ଜଣାନାହିଁ। ଚୂଡ଼ାନ୍ତ ଏକାଦଶରେ ବାରମ୍ବାର ପରିବର୍ତ୍ତନ କରାଯାଉଥିବାରୁ ଦଳରେ ଥିବା ଟିମ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଯଦି ଚାମ୍ପିୟନ୍ସ ଟ୍ରଫି ବେକାର ଯିବ, ତା’ହେଲେ ଗମ୍ଭୀରଙ୍କ ପକ୍ଷ ଚ୍ଛେଦନ ସୁନିଶ୍ଚିତ ବୋଲି ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି।

ଅଧିକାରୀ ଆହୁରି କହିଛନ୍ତି, “ଗମ୍ଭୀର ବିସିସିଆଇର ପ୍ରଥମ ପସନ୍ଦ ନଥିଲେ। ଭିଭିଏସ ଲକ୍ଷ୍ମଣଙ୍କୁ ବିସିସିଆଇ ଚାହୁଁଥିଲେ। ସେହିପରି ଅଧିକାଂଶ ବିଦେଶୀ କୋଚ୍‌ ୩ଟି ଯାକ ଫର୍ମାଟର ଦାୟିତ୍ୱ ନେବାକୁ ଚାହୁଁ ନଥିଲେ। ଏହାବାଦ କିଛି ବାଧ୍ୟବାଧକତା ମଧ୍ୟ ରହିଥିଲା। ସବୁ କିଛି ବୁଝାମଣା କରି ବିସିସିଆଇ ଗମ୍ଭୀରଙ୍କୁ ମୁଖ୍ୟ କୋଚ୍‌ କରିଥିଲା।”

Gautam Gambhir Rohit Sharma Bcci
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe