Advertisment

ହଠାତ୍‌ ଅଷ୍ଟ୍ରେଲିଆ ଛାଡ଼ି ଭାରତ ଆସିଲେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ଗମ୍ଭୀର

ଗମ୍ଭୀର ଭାରତ ଫେରିବା ସମ୍ପର୍କରେ ବିସିସିଆଇକୁ ଜଣାଇଥିଲେ। ବିସିସିଆଇ ମଧ୍ୟ ତାଙ୍କ ଅନୁରୋଧକୁ ଗ୍ରହଣ କରି ନେଇଥିଲା।

Gautam Gambhir

Gautam Gambhir

Advertisment

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଭାରତୀୟ ଟିମ ଦମଦାର ଢଙ୍ଗରେ ବିଜୟୀ ହାସଲ କରିଛି। ଅଷ୍ଟ୍ରେଲିଆକୁ ତା’ରି ମାଟିରେ ଭ୍ରମଣକାରୀ ଦଳ ୨୯୫ ରନରେ ହରାଇ ଦେଇଛି। ଏଥିସହ ଦଳ ୫ ଟିକିଆ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ସିରିଜରେ ଆହୁରି ୪ଟି ମ୍ୟାଚ୍‌ ବାକି ଥିବା ବେଳେ ହଠାତ୍‌ ଅଷ୍ଟ୍ରେଲିଆରୁ ଛାଡ଼ି ଭାରତ ଚାଲି ଆସିଛନ୍ତି ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର।

Advertisment

ଭାରତ ସୋମବାର ବିଜୟ ହାସଲ କରିବାର କିଛି ଘଣ୍ଟା ପରେ ଗମ୍ଭୀର ଅଷ୍ଟ୍ରେଲିଆରୁ ଦିଲ୍ଲୀ ଚାଲି ଆସିଛନ୍ତି। ସିରିଜ ଅଧାରୁ ଭାରତ ଫେରିବାକୁ କୌଣସି ଯୋଜନା ନଥିଲେ ହେଁ ଗମ୍ଭୀର ଏପରି ପଦକ୍ଷେପ ନେଇଛନ୍ତି।

ଏ ସମ୍ପର୍କରେ ସେ ବିସିସିଆଇକୁ ମଧ୍ୟ ଜଣାଇ ଦେଇଛନ୍ତି। ବ୍ୟକ୍ତିଗତ କାରଣ ଓ ପରିବାରର ଜରୁରୀ ଆବଶ୍ୟକ ପାଇଁ ସେ ଭାରତ ଆସିଥିବା ଗମ୍ଭୀର ବିସିସିଆଇକୁ କହିଛନ୍ତି। ହେଲେ ପ୍ରକୃତରେ ଗମ୍ଭୀରଙ୍କ ପରିବାରରେ କ’ଣ ହୋଇଛି, ସେକଥା ଜଣାପଡ଼ିନାହିଁ। ସେହିପରି ସେ କେବେ ପୁଣିଥରେ ଅଷ୍ଟ୍ରେଲିଆ ଗସ୍ତ କରିବେ, ତା’ର ମଧ୍ୟ ପ୍ରକୃତ ତାରିଖ ସାମ୍ନାକୁ ଆସି ନାହିଁ।

Advertisment

କୁହାଯାଉଛି ଯେ ଆଡିଲେଡରେ ଡିସେମ୍ବର ୬ରୁ ଆରମ୍ଭ ହେଉଥିବା ପିଙ୍କ ବଲ ଟେଷ୍ଟ ପୂର୍ବରୁ ସେ ଦଳ ସହ ଯୋଗଦେବେ।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଗମ୍ଭୀର ତାଙ୍କ ଭାରତ ଫେରିବା ସମ୍ପର୍କରେ ବିସିସିଆଇକୁ ଜଣାଇଥିଲେ। ବିସିସିଆଇ ମଧ୍ୟ ତାଙ୍କ ଅନୁରୋଧକୁ ଗ୍ରହଣ କରି ନେଇଥିଲା।

ପର୍ଥରେ ବିଜୟ ହାସଲ କରିଥିବା ଭାରତୀୟ ଟିମ ବୁଧବାର କାନବେରା ଗସ୍ତ କରିବ। ସେଠାରେ ଶନିବାର ଠାରୁ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ଦୁଇ ଦିନିଆ ପିଙ୍କ ବଲ ମ୍ୟାଚ୍‌ ଖେଳିବ। ଏହି ଅଭ୍ୟାସ ମ୍ୟାଚ୍‌ରେ ଗମ୍ଭୀର ନଜର ଆସିବେ ନାହିଁ।

୬ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ଦିବାରାତ୍ର ଟେଷ୍ଟ ଖେଳିବେ। ଏହା ପିଙ୍କ ବଲରେ ଖେଳାଯିବ। ତେଣୁ ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ୨ ଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳିବ।

Border-Gavaskar Trophy Gautam Gambhir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe