Advertisment

‘ତୁରନ୍ତ ସଚିନ ତେନ୍ଦୁଲକରଙ୍କୁ ଫୋନ୍ କର, ନହେଲେ...’

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଖରାପ ଫର୍ମ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜରେ ଜାରି ରହିଛି। ଆଜିଠାରୁ ଲିଡ୍ସରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ମଧ୍ୟ ବିରାଟଙ୍କ ବ୍ୟାଟ୍ ଚୁପ୍ ରହିଛି। ବିରାଟ୍ ମାତ୍ର ୭ ରନ୍ କରି ଇଂଲଣ୍ଡର ଚାମ୍ପିୟନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନଙ୍କ ଶିକାର ହୋଇଛନ୍ତି। ଟେଷ୍ଟ କ୍ରିକେଟରେ କୋହଲି ସପ୍ତମଥର ଆଣ୍ଡରସନଙ୍କ ଦ୍ୱାରା ଆଉଟ୍ ହୋଇଛନ୍ତି। ବିରାଟଙ୍କ ଲଗାତର ଖରାପ ଫର୍ମକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କିମ୍ବଦନ୍ତୀ […]

ଅଦ୍ୟତନ ହୋଇଛି
‘ତୁରନ୍ତ ସଚିନ ତେନ୍ଦୁଲକରଙ୍କୁ ଫୋନ୍ କର, ନହେଲେ...’

sunil-gavaskar-and-sachin-t

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଖରାପ ଫର୍ମ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜରେ ଜାରି ରହିଛି। ଆଜିଠାରୁ ଲିଡ୍ସରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ମଧ୍ୟ ବିରାଟଙ୍କ ବ୍ୟାଟ୍ ଚୁପ୍ ରହିଛି। ବିରାଟ୍ ମାତ୍ର ୭ ରନ୍ କରି ଇଂଲଣ୍ଡର ଚାମ୍ପିୟନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନଙ୍କ ଶିକାର ହୋଇଛନ୍ତି। ଟେଷ୍ଟ କ୍ରିକେଟରେ କୋହଲି ସପ୍ତମଥର ଆଣ୍ଡରସନଙ୍କ ଦ୍ୱାରା ଆଉଟ୍ ହୋଇଛନ୍ତି।

Advertisment

ବିରାଟଙ୍କ ଲଗାତର ଖରାପ ଫର୍ମକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର୍ ସୁନୀଲ୍ ଗାଭାସ୍କର। ବିରାଟ୍ କିପରି ଫର୍ମ ଫେରିପାଇବେ, ସେ ନେଇ ଗାଭାସ୍କର ବଡ଼ ପରାମର୍ଶ ଦେଇଛନ୍ତି। ଗାଭାସ୍କର କହିଛନ୍ତି, ‘କୋହଲି ତୁରନ୍ତ ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ ଫୋନ୍ କରି ପଚାରିବା ଦରକାର ଯେ ମୁଁ ଏବେ କ’ଣ କରିବି। ସଚିନ୍ ହିଁ କୋହଲିଙ୍କୁ ଫର୍ମକୁ ଫେରିବାରେ ସହାୟତା କରିପାରିବେ। ସିଡନୀ ସଚିନ୍ ଯାହା କରିଥିଲେ, କୋହଲି ସେଭଳି କରିପାରିବେ। କୋହଲି ନିଜେ ନିଜକୁ କହିବା ଦରକାର ଯେ ସେ କଭର୍ ଡ୍ରାଇଭ୍ ଖେଳିବେ ନାହିଁ।’

ମହାନ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ୨୦୦୩-୦୪ରେ ଅଷ୍ଟ୍ରେଲିଆ ଗସ୍ତରେ ଲଗାତର ଖରାପ ଫର୍ମରେ ଥିଲେ। ସଚିନ୍ ପ୍ରଥମ ତିନୋଟି ଟେଷ୍ଟରେ ରନ୍ କରିବା ପାଇଁ ଖୁବ୍ ସଂଘର୍ଷ କରିଥିଲେ। କିନ୍ତୁ ସିଡନୀରେ ଖେଳାଯାଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ସଚିନ ଧୈର୍ଯ୍ୟର ସହ ଖେଳିଥିଲେ। ଉକ୍ତ ଟେଷ୍ଟରେ ସଚିନ୍ ୪୩୬ ବଲ୍ ଖେଳିଥିଲେ ଏବଂ ବଡ଼ କଥା ହେଉଛି ସେ କଭର୍ ଡ୍ରାଇଭ୍ ମାରିନଥିଲେ। ସଚିନ୍ ମଧ୍ୟ ଏହି ମ୍ୟାଚରେ ଦ୍ୱିଶତକୀୟ ଇନିଂସ୍ ଖେଳି ଭାରତକୁ ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ଗାଭାସ୍କର ଏବେ ବିରାଟ୍ କୋହଲିଙ୍କୁ ସଚିନଙ୍କ ଠାରୁ ପରାମର୍ଶ ନେବା ପାଇଁ କହିଛନ୍ତି।

Advertisment

ଲିଡ୍ସରେ ଆଜିଠାରୁ ଆରମ୍ଭ ହୋଇଥିବା ଟେଷ୍ଟରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ଇଂଲଣ୍ଡର ବୋଲିଂ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଆଦୌ ତିଷ୍ଠିପାରି ନଥିଲେ ଏବଂ ପୂରା ଟିମ୍ ୭୮ ରନରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ରୋହିତ୍ ଶର୍ମା ସର୍ବାଧିକ ୧୯ ଓ ଅଜିଙ୍କ୍ୟ ରାହାଣେ ୧୮ ରନ୍ କରିଥିବା ବେଳେ ଆଉ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରି ନଥିଲେ। ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ୍ ଓ କ୍ରେଗ୍ ଓଭରଟନ୍ ୩ଟି ଲେଖାଏ ଏବଂ ଓଲି ରବିନସନ୍ ଓ ସାମ୍ କୁରାନ୍ ୨ଟି ଲେଖାଏ ୱିକେଟ୍ ପାଇଥିଲେ।

India Vs England Virat Kohli Sunil Gavaskar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe