Advertisment

୧୮ ବର୍ଷୀୟ ଆଫଗାନ ସ୍ପିନରଙ୍କ ଯାଦୁ: ୨୩ ରନରେ ୮ ୱିକେଟ ହରାଇଲା ବାଂଲାଦେଶ: ଦେଖନ୍ତୁ ଭିଡିଓ

ଗଜନଫର ଆରମ୍ଭରୁ ନୂଆ ବଲରେ ଫଜଲହକ ଫାରୁକିଙ୍କ ସହ ବୋଲିଂ କରିଥିଲେ। ସେ ନିଜ ଦ୍ୱିତୀୟ ଓଭରରେ ହିଁ ତାଜଜିଦ ହାସନଙ୍କୁ ବୋଲ୍ଡ କରି ଦେଇଥିଲେ।

Allah Ghazanfar

Allah Ghazanfar

Advertisment

ଆଫଗାନିସ୍ତାନର ୧୮ ବର୍ଷୀୟ ସ୍ପିନର ଆଲ୍ଲା ଗଜନଫରଙ୍କ ଯାଦୁରେ ଫସିଛି ବାଂଲାଦେଶ। ପ୍ରଥମ ଦିନକିଆରେ ଗଜନଫରଙ୍କ ଜଲୱା ଯୋଗୁ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୨୩ ରନରେ ଶେଷ ୮ ୱିକେଟ ହରାଇଛି। ସାରଜା କ୍ରିକେଟ ଷ୍ଟାଡିୟମରେ ବାଂଲାଦେଶକୁ ପ୍ରଥମ ଦିନିକିଆରେ ଆଫଗାନିସ୍ତାନ ୯୨ ରନରେ ହରାଇ ଦେଇଛି। ଗଜନଫର ଏକାକୀ ୨୬ ରନ ଦେଇ ୬ ୱିକେଟ ଦଖଲ କରିଛନ୍ତି।

Advertisment

୨୩୫ ରନର ଟାର୍ଗେଟକୁ ପିଛା କରୁଥିବା ନଜମୁଲ ହୁସେନ ସାଣ୍ଟୋଙ୍କ ଟିମ ଗୋଟିଏ ସମୟରେ ୨ ୱିକେଟ ହରାଇ ୧୨୦ ରନ କରି ନେଇଥିଲା। କିନ୍ତୁ ଏତିକି ବେଳେ ୧୮ ବର୍ଷୀୟ ଗଜନଫର ବାଂଲାଦେଶର ସବୁ ବିଜୟ ଆଶାରେ ପାଣି ପକାଇ ଦେଇଥିଲେ। ସେ ନିଜ ଭାରିଏସନ ଜରିଆରେ ବାଂଲାଦେଶର ଗୋଟିଏ ପରେ ଗୋଟିଏ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ଗଜନଫର ଆରମ୍ଭରୁ ନୂଆ ବଲରେ ଫଜଲହକ ଫାରୁକିଙ୍କ ସହ ବୋଲିଂ କରିଥିଲେ। ସେ ନିଜ ଦ୍ୱିତୀୟ ଓଭରରେ ହିଁ ତାଜଜିଦ ହାସନଙ୍କୁ ବୋଲ୍ଡ କରି ଦେଇଥିଲେ। ପ୍ରଥମ ସ୍ପେଲରେ ସେ ୪ ଓଭର ବୋଲିଂ କରି ୨୧ ରନ ଦେବା ସହ ଗୋଟିଏ ୱିକେଟ ନେଇଥିଲେ।

Advertisment

ତେବେ ୩୧ ଓଭର ବେଳକୁ ଆଫଗାନିସ୍ତାନର ଅଧିନାୟକ ହଶମତୁଲ୍ଲା ଶାହିଦି ପୁଣି ତାଙ୍କ ଉପରେ ଭରସା ଦେଖାଇ ନିଶ୍ଚିତ ୱିକେଟ ଦଖଲ କରିବା ଲକ୍ଷ୍ୟରେ ଗଜନଫରଙ୍କୁ ବଲ ଦେଇଥିଲେ। ଏହି ସମୟରେ ବାଂଲାଦେଶକୁ ୨୦ ଓଭରରେ ୧୦୫ ରନ ଦରକାର ଥିବା ବେଳେ ହାତରେ ଆହୁରି ୭ଟି ୱିକେଟ ରହିଥିଲା।

ତେବେ ଗଜନଫର ଏହି ସ୍ଥାନରୁ ବାଂଲାଦେଶକୁ ଝଟକା ପରେ ଝଟକା ଦେଇ ଚାଲିଥିଲେ। ସେ ପ୍ରଥମେ ମେହିଦ ହାସନ ମିରାଜ(୨୮)ଙ୍କୁ ଫାଇନ ଲେଗରେ ଆଉଟ କରିଥିଲେ। ପରବର୍ତ୍ତୀ ଓଭରରେ ଅଭିଜ୍ଞ ମୁସଫିକର ରହିମ ଷ୍ଟମିଂ ହୋଇଯାଇଥିଲେ।

ସମାନ ଓଭରରେ ରିଶାଦ ହୁସେନ ଓ ତସ୍କିନ ଅହମଦଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଅନ୍ୟପକ୍ଷରେ ଅଭିଜ୍ଞ ରାଶିଦ ଖାନ ମଧ୍ୟ ତୋହିଦ ହ୍ରିଦୟ ଓ ମହମ୍ମଦୁଲ୍ଲାଙ୍କ ୱିକେଟ ଦଖଲ କରିଥିଲେ। ଶେଷରେ ଶୋରିଫୁଲ ଇସଲାମଙ୍କୁ ବୋଲ୍ଡ କରି ଗଜନଫର ବାଂଲାଦେଶ ଇନିଂସକୁ ୧୪୩ ରନରେ ରୋକି ଦେଇଥିଲେ।

ବାଂଲାଦେଶ ତା’ର ଶେଷ ୭ ୱିକେଟ ୧୧ ରନ ଭିତରେ ହରାଇଥିଲା। ଫଳ ସ୍ୱରୂପ ଆଫଗାନିସ୍ତାନ ୯୨ ରନରେ ମ୍ୟାଚ୍‌କୁ ଜିତି ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ୬.୩ ଓଭରରେ ୨୬ ରନ ଦେଇ ୬ ୱିକେଟ ନେଇଥିବା ଗଜନଫରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

Cricket Afganistan Bangladesh Allah Ghazanfar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe