Advertisment

ଅଷ୍ଟ୍ରେଲିଆ ବିପକ୍ଷରେ ଶତକ: ଶୁବମନ ଗିଲ୍‌ ଦ୍ୱିତୀୟ ଯୁବ ଭାରତୀୟ ଓପନର

ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ଥିଲା ୯୧। ୨୦୨୧ ଗାବା ଟେଷ୍ଟରେ ଗିଲ ଶତକ ଠାରୁ ୯ ରନ ପଛରେ ଥିବା ବେଳେ ଆଉଟ ହୋଇଯାଇଥିଲେ।

Shubman Gill

Shubman Gill

Advertisment

କ’ଣ ପାଇଁ ଶୁବମନ ଗିଲଙ୍କୁ ଯୁବ ତାରକା କୁହାଯାଏ, ସେକଥା ଆଜି ସେ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟର ୩ୟ ଦିନରେ ସମସ୍ତଙ୍କୁ ଦେଖାଇଛନ୍ତି। ଗିଲ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଏହା ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ପ୍ରଥମ ଶତକ।

Advertisment

ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ଥିଲା ୯୧। ୨୦୨୧ ଗାବା ଟେଷ୍ଟରେ ଗିଲ ଶତକ ଠାରୁ ୯ ରନ ପଛରେ ଥିବା ବେଳେ ଆଉଟ ହୋଇଯାଇଥିଲେ। କିନ୍ତୁ ଭାରତ ବେଶ ଚମତ୍କାର ଢଙ୍ଗରେ ମ୍ୟାଚ ଜିତିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିବା ପାଇଁ ଗିଲ୍‌ ରଖିଥିବା ଲକ୍ଷ୍ୟ ଶେଷରେ ଆଜି ପୂରଣ ହୋଇଛି।

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଗିଲଙ୍କୁ ବେଞ୍ଚରେ ବସିବାକୁ ପଡ଼ିଥିଲା। ତୃତୀୟ ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିଥିବା ବେଳେ ସେ ପ୍ରଥମ ଇନିଂସରେ ୨୧ ଓ ଦ୍ୱିତୀୟ ଇନିଂସରେ ମାତ୍ର ୫ ରନ କରିବାକୁ ସକ୍ଷମ ହୋଇଥିଲେ। ଭାରତ ଏହି ମ୍ୟାଚ୍‌କୁ ୯ ୱିକେଟରେ ହାରି ଯାଇଥିଲା।

Advertisment

ଅହମଦାବାଦ ପିଚ୍‌ ବ୍ୟାଟରଙ୍କୁ ସୁହାଉଥିବା ବେଳେ ୨୩ ବର୍ଷୀୟ ଗିଲ୍‌ ଏହାର ଫାଇଦା ଉଠାଇ ମାତ୍ର ୧୯୪ ବଲରେ ନିଜର ଶତକ ହାସଲ କରିଛନ୍ତି। ଉଭୟ ଆଟାକିଂ ଓ ନିଜର ଡିଫେନ୍ସ ଜରିଆରେ ସେ ନିଜର ବ୍ୟାଟିଂ କଳା ସମସ୍ତଙ୍କୁ ଦେଖାଇଛନ୍ତି। ୧୨୦ ବଲରେ ଗିଲ୍‌ ୭୦ ରନ କରିଥିଲେ। ହେଲେ ୭୦ରୁ ୮୦ ରନ କରିବା ପାଇଁ ସେ ୫୪ ବଲର ସାମ୍ନା କରି ଅଷ୍ଟ୍ରେଲିଆର ବୋଲରଙ୍କୁ ସମ୍ମାନ ଜଣାଇଥିଲେ।

ତେବେ ତୃତୀୟ ଦିନର ଦ୍ୱିତୀୟ ସେସନ ଶେଷ ହେବାକୁ ପ୍ରାୟ ୧ ଘଣ୍ଟା ସମୟ ଥିବା ବେଳେ କାମେରନ ଗ୍ରୀନକୁ କ୍ରମାଗତ ୨ଟି ଚୌକା ମାରି ସେ ୮୦ ରନ ଅତିକ୍ରମ କରିଥିଲେ। ଏଥିସହ ୧୯୪ ବଲରେ ଚୌକା ମାରି ନିଜର ଶତକ ହାସଲ କରିଥିଲେ।

ଅହମଦାବାଦ ଟେଷ୍ଟରେ ଗିଲ୍‌ ଶତକ ହାସଲ କରିବା ପରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ କେଏଲ ରାହୁଲଙ୍କ ପରେ ଦ୍ୱିତୀୟ  ଯୁବ ଭାରତୀୟ ଓପନର ଯିଏ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଛନ୍ତି। ରାହୁଲ ୨୦୧୫ ସିଡନୀ ଟେଷ୍ଟରେ ଶତକ ହାସଲ କରି ତାଲିକାର ୧ନଂ ସ୍ଥାନରେ ରହିଛନ୍ତି।

୨୪ ବର୍ଷ ବୟସ ହେବା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ କରିଥିବା ଖେଳାଳି

ଋଷଭ ପନ୍ତ- ୨୦୧୯ ସିଡ୍‌ନୀରେ ୧୫୯ ନଟଆଉଟ

ସଚିନ ତେନ୍ଦୁଲକର – ୧୯୯୨ ସିଡ୍‌ନୀରେ ୧୪୮ ନଟଆଉଟ

ଜିଆର ବିଶ୍ୱନାଥ – ୧୯୬୯ କାନପୁରରେ ୧୩୭

ମନସୁର ଅଲୀ ଖାନ ପୌଟଦୀ – ୧୯୬୩ ଚେନ୍ନାଇରେ ୧୨୮ ନଟଆଉଟ

ଦତ୍ତୁ ଫାଡକର – ୧୯୪୮ ଆଡିଲେଡରେ ୧୨୩

ବିରାଟ କୋହଲି – ୨୦୧୨ ଆଡିଲେଡରେ ୧୧୬

ସଚିନ ତେନ୍ଦୁଲକର – ୧୯୯୨ ପର୍ଥରେ ୧୧୪

ଦିଲୀପ ଭେଙ୍ଗସରକାର – ୧୯୭୯ ବେଙ୍ଗାଲୁରୁରେ ୧୧୨

କେଏଲ ରାହୁଲ – ୨୦୧୫ ସିଡ୍‌ନୀରେ ୧୧୦

ଗିଲ ଆଜି ଭାରତର ୬୨ତମ ଓଭରରେ ଟଡ ମର୍ଫୀଙ୍କୁ ସୁଇପ୍‌ରେ ଚୌକା ମାରି ନିଜର ଶତକ ହାସଲ କରିଥିଲେ। ଏବେ ସେ ୧୨୮ ରନ କରି ଆଉଟ ହୋଇଛନ୍ତି। ତାଙ୍କୁ ନାଥନ ଲାୟନ ଆଉଟ କରିଛନ୍ତି। ଗିଲ ତାଙ୍କ ଇନିଂସରେ ୧୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। 

୨୦୨୩ରେ ଗିଲଙ୍କ ଏହା ୫ମ ଅନ୍ତର୍ଜାତୀୟ ଶତକ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ସେ ଡବଲ ଟନ୍‌ ହାସଲ କରିଥିଲେ। ଏଥିସହ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ରେ ମଧ୍ୟ ଅପରାଜିତ ୧୨୬ ରନର ଇନିଂସ ଖେଳିଥିଲେ।

Indian Cricket Team India Vs Australia Border-Gavaskar Trophy Shubman Gill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe