Advertisment

ଶୁବମନ ଗିଲ୍‌ଙ୍କୁ ଆଇସିସିର ବଡ଼ ପୁରସ୍କାର

ଜାନୁଆରୀ ମାସରେ ଗିଲରେ ୩ଟି ଶତକ ସହ ମୋଟ ୫୬୭ ରନ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାଇଦ୍ରାବାଦରେ ଖେଳା ଯାଇଥିବା ବେଳେ ଗିଲ୍‌ ଡବଲ ଟନ ମାରିଥିଲେ।

author-image
Hemant Lenka
Shubman Gill

Shubman Gill

ଆଇସିସି ପକ୍ଷରୁ ଜାନୁଆରୀ ମାସର ଶ୍ରେଷ୍ଠ କ୍ରିକେଟରଙ୍କ ନାଁ ଘୋଷଣା କରାଯାଇଛି। ଟିମ ଇଣ୍ଡିଆର ଯୁବ ଓପନର ଶୁବମନ ଗିଲ୍ ସମସ୍ତଙ୍କୁ ପଛରେ ପକାଇ ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ୨୦୨୩ ଜାନୁଆରୀ ମାସରେ ଗିଲ୍‌ ସୀମିତ ଓଭର କ୍ରିକେଟରେ ରେକର୍ଡ ବ୍ରେକିଂ ପ୍ରଦର୍ଶନ କରିଥିଲେ।

Advertisment

ସେ ଜାନୁଆରୀ ମାସରେ ଭାରତ ପାଇଁ ଖେଳିଥିବା ପ୍ରତିଟି ଧଳା ବଲ ମ୍ୟାଚ୍‌ରେ ବଡ଼ ସ୍କୋର କରିଥିଲେ। ବିଶେଷ କରି ଦିନିକିଆ କ୍ରିକେଟରେ ସେ ତାଙ୍କର ଦମ ଦେଖାଇଥିଲେ। ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଗିଲ୍‌ ଶତକ ଓ ଦୁଇ ଶତକ ମଧ୍ୟ ହାସଲ କରିଥିଲେ।

ଜାନୁଆରୀ ମାସରେ ଗିଲରେ ୩ଟି ଶତକ ସହ ମୋଟ ୫୬୭ ରନ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାଇଦ୍ରାବାଦରେ ଖେଳା ଯାଇଥିବା ବେଳେ ଗିଲ୍‌ ଡବଲ ଟନ ମାରିଥିଲେ। ସେ ଉକ୍ତ ମ୍ୟାଚ୍‌ରେ ମାତ୍ର ୧୪୯ ବଲରେ ୨୦୮ ରନର ଇନିଂସ ଖେଳିଥିଲେ। ଏଥିସହ ସେ ବିଶ୍ୱର ସର୍ବକନିଷ୍ଠ କ୍ରିକେଟର ଭାବେ ଦ୍ୱିଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଥିଲେ। ଏହାବାଦ ସେ ଶ୍ରୀଲଙ୍କା ବିପକ୍ଷରେ ୧୧୬ ରନ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ୧୧୨ ରନ କରିଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଆଇସିସି ପକ୍ଷରୁ ଜାନୁଆରୀ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

Advertisment

ତାଙ୍କ ସହ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ ଓ ଭାରତର ଦ୍ରୁତ ବୋଲର ମହମ୍ମଦ ସିରିଜା ମଧ୍ୟ ପୁରସ୍କାର ଦୌଡ଼ରେ ରହିଥିଲେ। ତେବେ ଏହି ଦୁଇ ଖେଳାଳିଙ୍କୁ ଗିଲ୍‌ ପଛରେ ପକାଇ ପୁରସ୍କାର ହାତେଇଛନ୍ତି। ସେହିପରି ବିରାଟ କୋହଲିଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ଆଇସିସିର ଏହି ସମ୍ମାନ ଜିତିଛନ୍ତି। ବିରାଟ ୨୦୨୨ ଅକ୍ଟୋବର ମାସର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପାଇଥିଲେ।

Indian Cricket Team Bcci ICC