Advertisment

ଶୁବମନ ଗିଲ୍‌ଙ୍କୁ ମିଳିଲା ଆଇସିସିର ବଡ଼ ପୁରସ୍କାର

ଏହି ରେସ୍‌ରେ ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ଇଂଲଣ୍ଡରନ ଓପନର ଡାୱିଡ ମଲାନ ରହିଥିଲେ। କିନ୍ତୁ ସେମାନଙ୍କୁ ପଛରେ ପକାଇ ଗିଲ୍‌ ବାଜି ମାରି ନେଇଛନ୍ତି।

Gill

Gill

Advertisment

ଡେଙ୍ଗୁ ଜ୍ୱର ଯୋଗୁ ଭାରତ ପାଇଁ ଚଳିତ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳି ନଥିବା ଓପନର ଶୁବମନ ଗିଲଙ୍କୁ ମିଳିଛି ବଡ଼ ପୁରସ୍କାର। ତାଙ୍କୁ ଆଇସିସି ସେପ୍ଟେମ୍ବର ମାସ ପାଇଁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରିଛି। ଶୁକ୍ରବାର ଆଇସି ପକ୍ଷରୁ ଏ ସମ୍ପର୍କରେ ଘୋଷଣା କରାଯାଇଛି।

Advertisment

ସେପ୍ଟେମ୍ବର ମାସରେ ଗିଲ୍‌ ଦିନିକିଆରେ ଭାରତ ପାଇଁ ୮୦ ହାରରେ ୪୮୦ ରନ କରିଥିଲେ। ତେଣୁ ତାଙ୍କୁ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଏହି ରେସ୍‌ରେ ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ଇଂଲଣ୍ଡରନ ଓପନର ଡାୱିଡ ମଲାନ ରହିଥିଲେ। କିନ୍ତୁ ସେମାନଙ୍କୁ ପଛରେ ପକାଇ ଗିଲ୍‌ ବାଜି ମାରି ନେଇଛନ୍ତି।

ଏସିଆ କପରେ ଗିଲ ୭୫.୫ ହାରରେ ୩୦୨ ରନ କରିଥିଲେ। ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଦିନିକିଆରେ ସେ ୧୭୮ ରନ ସଂଗ୍ରହ କରି ସମସ୍ତଙ୍କୁ ନିଜ ବ୍ୟାଟିଂ ଯାଦୁର ଦିୱାନ ବନାଇଥିଲେ।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ତାଙ୍କ ବ୍ୟାଟରୁ ଶତକ(୧୦୪) ଦେଖିବାକୁ ମିଳିଥିଲା। ସେହିପରି ଏସିଆ କପରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ୧୨୧ ରନର ଇନିଂସ ଖେଳିଥିଲେ। ସେପ୍ଟେମ୍ବର ମାସରେ ତାଙ୍କ ବ୍ୟାଟରୁ ୨ଟି ଶତକ ଦେଖିବାକୁ ମିଳିଥିଲା। ସେହିପରି ସେ ଗତ ମାସରେ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ। ମୋଟ ୮ଟି ଇନିଂସରୁ ଗିଲ୍‌ କେବଳ ୨ ଥର ୫୦ରୁ କମ ରନ ସ୍କୋର କରିଥିଲେ।

ବର୍ତ୍ତମାନ ୨୪ ବର୍ଷୀୟ ଗିଲ୍‌ ଆଇସିସି ବ୍ୟାଟିଂ ରାଙ୍କିର ୨ ନଂ ସ୍ଥାନରେ ଅଛନ୍ତି। ଦିନିକିଆରେ ୩୫ଟି ଇନିଂସ ଖେଳିଥିବା ଗିଲ୍‌ ୧୦୨.୮୪ ଷ୍ଟ୍ରାଇକ ରେଟ୍‌ରେ ୧୯୧୭ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୬୬.୧ ରହିଛି।

ICC Shubman Gill ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe