Advertisment

ଗାର୍ଲସ ଡ୍ୟୁଜ ବଲ କ୍ରିକେଟ: ଗ୍ରୀନ୍ସ ଏକାଡେମୀର ବଡ଼ ବିଜୟ

ଗାର୍ଲସ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଗ୍ରୀନ୍ସ କ୍ରିକେଟ ଏକାଡେମୀ ଆୟୋଜକ ଏଲଏଲସିସି ବିପକ୍ଷରେ ୫୬ ରନର ବଡ଼ ବିଜୟ ହାସଲ କରିଛି।

author-image
Hemant Lenka
LLCC

LLCC

ବାଳକ ବିଭାଗରେ ଅଣ୍ଡର ୧୪ ଡ୍ୟୁଜ ବଲ କ୍ରିକେଟ ଆୟୋଜନ କରୁଥିବା ଲାଇଭ ଲିଜେଣ୍ଡ କ୍ରିକେଟ କ୍ଲବ(ଏଲଏଲସିସି) ପକ୍ଷରୁ ୩ଟି ଗାର୍ଲସ ଟିମକୁ ନେଇ ଆଉ ଏକ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରାଯାଇଛି।

Advertisment

ଗାର୍ଲସ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଗ୍ରୀନ୍ସ କ୍ରିକେଟ ଏକାଡେମୀ ଆୟୋଜକ ଏଲଏଲସିସି ବିପକ୍ଷରେ ୫୬ ରନର ବଡ଼ ବିଜୟ ହାସଲ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଗ୍ରୀନ୍ସ ସୁଜାତା ସାହୁଙ୍କ ଅପରାଜିତ ୩୦, ରାଜେଶ୍ୱରୀ ଜେନାଙ୍କ ୨୫ ଓ କ୍ୟାପ୍ଟେନ ସୋନାଲିଶା ସାହୁଙ୍କ ଅପରାଜିତ ୧୪ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୩୨ ରନ କରିଥିଲା।

ଏହାର ଜବାବରେ ଏଲଏଲସିସି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅନନ୍ୟା ଦାସ ଅପରାଜିତ ୨୬ ଓ ଚିରାଶ୍ରୀ ରାଉତ ୧୮ ରନ କରିଥିଲେ ହେଁ ଆଉ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନଥିଲେ।

Advertisment

ଶେଷରେ ପୂରା ଟିମ ୨୦ ଓଭରରେ ୮ ୱିକେଟ ହରାଇ ୭୪ ରନ କରିବାକୁ ସକ୍ଷମ ହୋଇଥିଲା। ଗ୍ରୀନ୍ସର ୫୬ ରନର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁନି ବଦ୍ରାଙ୍କୁ ଅଞ୍ଜନ ନାୟକ ଓ ଚନ୍ଦନ ମୁଦୁଲୁ ଅତିଥି ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଦେଇଛନ୍ତି। କୁନି ୩ ଓଭରରେ ମାତ୍ର ୬ ରନ ଦେଇ ୩ ୱିକେଟ ଦଖଲ କରିଛନ୍ତି। 

Cricket LLCC