/odisha-reporter/media/post_attachments/uploads/2021/10/akhter.jpg)
akhter
ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ୱକପ୍ ମ୍ୟାଚ୍। ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ପାକିସ୍ତାନ ଟିମକୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଛନ୍ତି। ଅଖତର ମଜାକିଆ ଅନ୍ଦାଜରେ କହିଛନ୍ତି, ଭାରତୀୟ ଖେଳାଳିଙ୍କୁ ନିଦ ବଟିକା ଦେବା ପାଇଁ ପାକିସ୍ତାନ ବାବର ଆଜମ ବାବର ଆଜମ ଚାହୁଁଥିବେ।
୨୦୧୯ ଦିନିକିଆ ବିଶ୍ୱକପ୍ ପରେ ଭାରତ ଓ ପାକିସ୍ତାନ ପ୍ରଥମଥର ମୁହାଁମୁହିଁ ହେବେ। ଉକ୍ତ ମ୍ୟାଚରେ ଭାରତ ପାକିସ୍ତାନକୁ ହରାଇଥିଲା। ଟି-୨୦ ବିଶ୍ୱକପରେ ଭାରତ କେବେବି ପାକିସ୍ତାନ ନିକଟରୁ ହାରିନାହିଁ। ହେଲେ ଏଥର ପାକିସ୍ତାନ ଏହି ପରାଜୟଧାରାକୁ ଭାଙ୍ଗିବାକୁ ଆଶାବାଦୀ ଅଛି। ଏକ ୱେବସାଇଟ୍ ସହ କଥା ହେବା ସମୟରେ ଅଖତର ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି, ଯାହା ଭାରତକୁ ହରାଇବା ପାଇଁ ପାକିସ୍ତାନକୁ କରିବା ଦରକାର।
ଏକ ଶୋ’ରେ ଅଖତରଙ୍କୁ ପଚରାଯାଇଥିଲା ଯେ ଭାରତକୁ ହରାଇବା ପାଇଁ ପାକିସ୍ତାନକୁ କେଉଁ ତିନୋଟି କାମ କରିବାକୁ ପଡ଼ିବ। ତେବେ ଅଖତର ତିନୋଟି ଯାକ ପ୍ରସ୍ତାବ ମଜାକିଆ ଢଙ୍ଗରେ ଦେଇଛନ୍ତି। ଅଖତର କହିଛନ୍ତି, ସର୍ବପ୍ରଥମେ ଟିମ୍ ଇଣ୍ଡିଆକୁ ନିଦ ବଟିକା ଦେବାକୁ ପଡ଼ିବ। ଦ୍ୱିତୀୟରେ ବିରାଟ୍ କୋହଲିଙ୍କୁ ଇନଷ୍ଟାଗ୍ରାମରୁ ରୋକିବାକୁ ପଡ଼ିବ ଏବଂ ତୃତୀୟରେ ମହେନ୍ଦ୍ର ସିଂ ଧୋନିଙ୍କୁ କହିବାକୁ ପଡ଼ିବ ଯେ ତୁମେ ଖେଳିବାକୁ ଆସିବନି।
ତେବେ ଅଖତର ସିରିୟସ୍ ହୋଇ କହିଛନ୍ତି ଯେ ପାକିସ୍ତାନକୁ ଷ୍ଟ୍ରାଇକ୍ ରେଟ୍ ଉନ୍ନତ ରଖିବାକୁ ପଡ଼ିବ। ଓପ୍ନରଙ୍କୁ ସ୍କୋର କରିବାକୁ ପଡ଼ିବ ଏବଂ ସଠିକ୍ ସ୍କୋର ଯାଏ ପହଞ୍ଚିବାକୁ ପଡ଼ିବ, ଯାହାଦ୍ୱାରା ବୋଲିଂ ୟୁନିଟକୁ ଅଧିକ ସୁଯୋଗ ମିଳିପାରିବ।
ସୂଚନାଯୋଗ୍ୟ, ଭାରତୀୟ ଟିମ୍ ଲଗାତର ବଡ଼ ମ୍ୟାଚ୍ ଖେଳିଆସୁଛି। ଏଭଳି ସ୍ଥିତିରେ ଭାରତ ପାଖରେ ଏଭଳି ବଡ଼ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି। ଅନ୍ୟପକ୍ଷରେ ପାକିସ୍ତାନ ଲଗାତର ବଡ଼ ମ୍ୟାଚରେ ଚାପର ଶିକାର ହୋଇଥାଏ। ତେବେ ଏଥର ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ଲଗାତର କହିଆସୁଛନ୍ତି ଯେ ସେମାନଙ୍କ ଆତ୍ମବିଶ୍ୱାସ ଦୃଢ଼ ରହିଛି ଏବଂ ଭାରତକୁ ନିଶ୍ଚିତ ହରାଇବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
