Advertisment

ଦିନିକିଆ କ୍ରିକେଟକୁ ଗ୍ଲେନ ମ୍ୟାକ୍ସୱେଲ୍‌ଙ୍କ ଅପ୍ରତ୍ୟାଶିତ ଅଲବିଦା

ମ୍ୟାକ୍ସୱେଲ ଶେଷ ଥର ପାଇଁ ଦିନିକିଆ କ୍ରିକେଟ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଖେଳିଥିଲେ। ଅଷ୍ଟ୍ରେଲିଆ ଚାମ୍ପିୟନ୍ସ ଟ୍ରଫିର ସେମି ଫାଇନାଲରୁ ବିଦାୟ ନେଇଥିଲା।

Glen Maxwell

Glen Maxwell

Advertisment

ଅପ୍ରତ୍ୟାଶିତ ଢଙ୍ଗରେ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛି ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ। ଟି-୨୦ କ୍ରିକେଟ ଉପରେ ଫୋକସ କରିବା ପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ୨୦୨୬ରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ମ୍ୟାକ୍ସୱେଲ ଏବେଠାରୁ ପ୍ରସ୍ତୁତ ହେବାକୁ ଚାହୁଁଥିବା କହିଛନ୍ତି। ମ୍ୟାକ୍ସୱେଲ ଶେଷ ଥର ପାଇଁ ଦିନିକିଆ କ୍ରିକେଟ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଖେଳିଥିଲେ। ଅଷ୍ଟ୍ରେଲିଆ ଚାମ୍ପିୟନ୍ସ ଟ୍ରଫିର ସେମି ଫାଇନାଲରୁ ବିଦାୟ ନେଇଥିଲା।

Advertisment

ମ୍ୟାକ୍ସୱେଲ ଅଷ୍ଟ୍ରେଲିଆ ପାଇଁ ୧୪୯ଟି ଦିନିକିଆ ମ୍ୟାଚ୍‌ ଖେଳି ୩୯୯୦ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୩୩.୮୧ ରହିଥିଲା। ଏହା ମଧ୍ୟରେ ୪ଟି ଶତକ ଓ ୨୩ଟି ଅର୍ଦ୍ଧଶତକ ରହିଛି। ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ମ୍ୟାକ୍ସୱେଲ ଦିନିକିଆ କ୍ରିକେଟରେ ୭୭ଟି ୱିକେଟ ନେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ସମୟରେ ସେ ବ୍ୟାଟରଙ୍କୁ ମାତ ଦେବାରେ ସକ୍ଷମ ହେଉଥିଲେ।

୩୬ ବର୍ଷୀୟ ମ୍ୟାକ୍ସୱେଲ ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଦିନିକିଆକୁ ଅଲବିଦା କହିଛନ୍ତି। ସେ ବିଗ ବାଶ ଲିଗ ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଟି-୨୦ ଲିଗରେ ନଜର ଆସିବେ।

Advertisment

ମ୍ୟାକ୍ସୱେଲ ଅଷ୍ଟ୍ରେଲିଆର ୨୦୧୫ ଓ ୨୦୨୩ ଦିନିକିଆ ବିଶ୍ୱକପ ଜିତିଥିବା ଦଳରେ ଥିଲେ। ଉଭୟ ବିଶ୍ୱକପରେ ତାଙ୍କ ବ୍ୟାଟରୁ ଜବରଦସ୍ତ ରନ ବାହାରିଥିଲା। ୨୦୨୩ ବିଶ୍ୱକପରେ ସେ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିବା ଅପରାଜିତ ୨୦୧ ରନର ଇନିଂସ ଏବେ ବି ସମସ୍ତଙ୍କର ମନେ ଅଛି। ଆହତ ସମସ୍ୟା ସତ୍ତ୍ୱେ ସେ ୧୨୮ ବଲରେ ୨୧ଟି ଚୌକା ଓ ୧୦ଟି ଛକା ବଳରେ ଅପରାଜିତ ୨୦୧ ରନ କରିଥିଲେ।

ଦିନିକିଆ କ୍ରିକେଟ ଦ୍ୱିତୀୟ ଇନିଂସ ଶତକ ହାସଲ କରିବାରେ ମ୍ୟାକ୍ସୱେଲ ବିଶ୍ୱର ପ୍ରଥମ କ୍ରିକେଟର ବନିଥିଲେ। ଉକ୍ତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୯୨ ରନର ପିଛା କରୁଥିବା ବେଳେ ୭ ୱିକେଟ ହରାଇ ୯୧ ରନ କରିଥିଲା। ଏହି ସମୟରେ ମ୍ୟାକ୍ସୱେଲ ୨୦୧ ରନର ଇନିଂସ ଖେଳି ଦଳକୁ ଅପ୍ରତ୍ୟାଶିତ ବିଜୟ ଭେଟି ଦେଇଥିଲେ।

୨୦୨୩ରେ ମ୍ୟାକ୍ସୱେଲ ନେଦରଲ୍ୟାଣ୍ତ୍ସ ବିପକ୍ଷରେ ୪୦ ବଲରେ ଶତକ ହାସଲ କରି ବିଶ୍ୱକପରେ ଦ୍ରୁତତମ ସେଞ୍ଚୁରୀଧାରୀ ହେବାର ରେକର୍ଡ କରିଥିଲେ।

Australia Glenn Maxwell ODI Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe