Advertisment

ଟି-୨୦ରେ ଏହି ବଡ଼ ରେକର୍ଡ କଲେ ଗ୍ଲେନ ମ୍ୟାକ୍ସୱେଲ

ସେ ଅଷ୍ଟ୍ରେଲିଆର ତୃତୀୟ ବ୍ୟାଟର ଭାବେ ପୁରୁଷ ଟି-୨୦ କ୍ରିକେଟରେ ୧୦ ହଜାର ରନ ପୂରଣ କରିପାରିଛନ୍ତି।

author-image
Hemant Lenka
Maxwell

Maxwell

ଟି-୨୦ କ୍ରିକେଟରେ ବଡ଼ ରେକର୍ଡ କରିଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଗ୍ଲେନ ମ୍ୟାକ୍ସୱେଲ। ସେ ଅଷ୍ଟ୍ରେଲିଆର ତୃତୀୟ ବ୍ୟାଟର ଭାବେ ପୁରୁଷ ଟି-୨୦ କ୍ରିକେଟରେ ୧୦ ହଜାର ରନ ପୂରଣ କରିପାରିଛନ୍ତି। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଡାଭିଡ ୱାର୍ଣ୍ଣର(୧୨,୪୧୧) ଓ ଆରୋନ ଫିଞ୍ଚ(୧୧,୪୫୮) ଏପରି କୀର୍ତ୍ତିମାନ ହାସଲ କରିଥିଲେ।

Advertisment

ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ମ୍ୟାକ୍ସୱେଲ ବିଭିନ୍ନ ଟି-୨୦ ଲିଗ ଓ ଅଷ୍ଟ୍ରେଲିଆ ପାଇଁ ନିୟମିତ ଖେଳି ଆସୁଛନ୍ତି। ଆଜି ସେ ପାକିସ୍ତାନ ବିପକ୍ଷ ପ୍ରଥମ ଟି-୨୦ରେ ୧୯ ବଲରେ ୪୩ ରନର ଇନିଂସ ଖେଳିବା ପରେ ଏପରି ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୯ ବଲରେ ୪୩ ରନ କରିବା ପରେ ଆବ୍ବାସ ଆଫ୍ରିଦିଙ୍କ ବଲରେ ଆଉଟ ହୋଇଛନ୍ତି।

Advertisment

ମ୍ୟାକ୍ସୱେଲ ବିଶ୍ୱର ୧୬ତମ ବ୍ୟାଟର ଭାବେ ୧୦ ହଜାର ରନ କ୍ଲବରେ ସାମିଲ ହେବାର ରେକର୍ଡ କରିଛନ୍ତି। ତାଲିକାର ୧ନଂ ସ୍ଥାନରେ କ୍ରିସ ଗେଲ ରହିଛନ୍ତି। ସେ ୪୬୩ ଟି-୨୦ ମ୍ୟାଚ୍‌ରେ ୧୪,୫୬୨ ରନ କରିଛନ୍ତି।

ଅନ୍ୟପକ୍ଷରେ ଆଜି ଅଷ୍ଟ୍ରେଲିଆ ଓ ପାକିସ୍ତାନ ଟି-୨୦ ବର୍ଷା ଯୋଗୁ ୭ ଓଭର ବିଶିଷ୍ଟ ହୋଇଥିଲା। ମ୍ୟାକ୍ସୱେଲଙ୍କ ୪୩ ରନ ଯୋଗୁ ଅଷ୍ଟ୍ରେଲିଆ ୭ ଓଭରରେ ୭ ୱିକେଟ ହରାଇ ୯୩ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ୯ ୱିକେଟ ହରାଇ କେବଳ ୬୪ ରନ କରିବାକୁ ସକ୍ଷମ ହୋଇଛି। 

Pakistan T20 Cricket Glenn Maxwell