Advertisment

୧୪.୨୫ କୋଟି ଟଙ୍କାରେ ବିକ୍ରି ହେଲେ ମ୍ୟାକ୍ସୱେଲ୍

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣ ପାଇଁ ଆଜି ଚେନ୍ନାଇରେ ଆରମ୍ଭ ହୋଇଛି ଅକ୍ସନ୍। ଅକ୍ସନ୍ ଆରମ୍ଭ ହେବାର ପ୍ରଥମ କେଇ ମିନିଟ୍ ଭିତରେ ଅଷ୍ଟ୍ରେଲିଆର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କୁ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ଏହାର କିଛି ସମୟ ପରେ ଅଷ୍ଟ୍ରେଲିଆର ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ ମୁଖ୍ୟ ଆକର୍ଷଣ ହୋଇଛନ୍ତି। ମ୍ୟାକ୍ସୱେଲଙ୍କୁ ବିରାଟ୍ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୪.୨୫ କୋଟି ଟଙ୍କାରେ କିଣିଛି। ମ୍ୟାକ୍ସୱେଲଙ୍କୁ ନେବା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୧୪.୨୫ କୋଟି ଟଙ୍କାରେ ବିକ୍ରି ହେଲେ ମ୍ୟାକ୍ସୱେଲ୍

maxwell

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣ ପାଇଁ ଆଜି ଚେନ୍ନାଇରେ ଆରମ୍ଭ ହୋଇଛି ଅକ୍ସନ୍। ଅକ୍ସନ୍ ଆରମ୍ଭ ହେବାର ପ୍ରଥମ କେଇ ମିନିଟ୍ ଭିତରେ ଅଷ୍ଟ୍ରେଲିଆର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କୁ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ଏହାର କିଛି ସମୟ ପରେ ଅଷ୍ଟ୍ରେଲିଆର ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ ମୁଖ୍ୟ ଆକର୍ଷଣ ହୋଇଛନ୍ତି।

Advertisment

ମ୍ୟାକ୍ସୱେଲଙ୍କୁ ବିରାଟ୍ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୪.୨୫ କୋଟି ଟଙ୍କାରେ କିଣିଛି। ମ୍ୟାକ୍ସୱେଲଙ୍କୁ ନେବା ପାଇଁ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଆରସିବି ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା। କିନ୍ତୁ ଶେଷରେ ବାଜି ମାରିଛି ଆରସିବି। ଯେହେତୁ ଚେନ୍ନାଇ ହାତରେ ୧୯.୯୦ କୋଟି ଟଙ୍କା ଥିଲା, ତେଣୁ ମ୍ୟାକ୍ସୱେଲକୁ ନେଇ ଅଧିକ ରିସ୍କ ଉଠାଇବାକୁ ଚାହିଁଲାନି ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍। ସେହିପରି ଅଷ୍ଟ୍ରେଲିଆର ସ୍ମିଥଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୨.୨ କୋଟି ଟଙ୍କାରେ କିଣିଛି।

ସ୍ମିଥଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିବା ବେଳେ ତାଙ୍କୁ ପ୍ରଥମ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ଡାକ ଲଗାଇଥିଲା। କିନ୍ତୁ ଦିଲ୍ଲୀ ଆଉ ୨୦ ଟଙ୍କା ଅଧିକ ଦେଇ ସ୍ମିଥଙ୍କୁ କିଣି ନେଇଛି। ତେବେ ଏହି ନିଲାମରେ ପୁଣି କମାଲ୍ କରିଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍।

Advertisment

ଆଜି ଅକ୍ସନର ପ୍ରଥମ ଡାକ ଲାଗିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ କରୁନ ନାୟରଙ୍କ ପାଇଁ। ତାଙ୍କୁ କେହି କିଣିନଥିଲେ। ସେହିପରି ଇଂଲଣ୍ଡର ଦୁଇ ଷ୍ଟାର୍ ଓପ୍ନର ଜେସନ୍ ରୟ ଓ ଆଲେକ୍ସ ହେଲ୍ସ ପ୍ରଥମ ରାଉଣ୍ଡରେ ଅନସୋଲ୍ଡ ରହିଛନ୍ତି। ୱେଷ୍ଟଇଣ୍ଡିଜର ଏଲିନ୍ ଲୁଇସ୍, ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚ୍, ହନୁମା ବିହାରୀ ଓ କେଦାର ଯାଦବଙ୍କୁ ମଧ୍ୟ କୌଣସି ଫ୍ରାଞ୍ଚାଇଜି କିଣିନାହାନ୍ତି।

IPL Auction 2021