Advertisment

ଅବିଶ୍ୱସନୀୟ ଡବଲ ଟନ୍‌ ପରେ ମ୍ୟାକ୍ସୱେଲଙ୍କ ୯ ରେକର୍ଡ

ବିସ୍ଫୋରକ ଇନିଂସ ଖେଳିବା ପରେ ମ୍ୟାକ୍ସୱେଲ କ୍ରିକେଟ ଇତିହାସର ଅନେକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସେ ଏକାଧିକ ବିଶ୍ୱ କୀର୍ତ୍ତିମାନ ହାସଲ କରିଛନ୍ତି।

Glenn Maxwell

Glenn Maxwell

Advertisment

ଆଫଗାନିସ୍ତାନ ବିପକ୍ଷରେ ଅବିଶ୍ୱସନୀୟ ଇନିଂସ ଖେଳିଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କୁ ନେଇ ସବୁଠି ଚର୍ଚ୍ଚା। ଅଷ୍ଟ୍ରେଲିଆ ୯୧ ରନରେ ୭ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ବେଳେ ମ୍ୟାକ୍ସୱେଲ ୧୨୮ ବଲରେ ଅପରାଜିତ ୨୦୧ ରନ ଇନିଂସ ଖେଳି ଦଳକୁ ଜିତାଇଛନ୍ତି।

Advertisment

ନିଜର ମ୍ୟାଚ୍‌ ୱିନଂ ନକ୍‌ରେ ମ୍ୟାକ୍ସୱେଲ ୨୧ଟି ଚୌକା ୧୦ଟି ଛକା ମାରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୫୭.୦୩ ରହିଥିଲା। ଏହି ଇନିଂସ ବଳରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆଫଗାନିସ୍ତାନ ଦେଇଥିବା ୨୯୨ ରନର ଟାର୍ଗେଟକୁ ୧୯ ବଲ ପୂର୍ବରୁ ହାସଲ କରି ନେଇଥିଲା।

ଏଥିସହ ଦଳ ମଧ୍ୟ ସେମି ଫାଇନାଲରେ ପ୍ରବେଶ କରିଛି। ବ୍ୟାଟିଂ ବେଳେ ମ୍ୟାକ୍ସୱେଲ ବାରମ୍ବାର କ୍ରାମ୍ପର ଶିକାର ହୋଇଥିଲେ। ତଥାପି ସେ ହାର ନ ମାନି ଦଳକୁ ବିଜୟ କରାଇଛନ୍ତି।

Advertisment

ଏହି ବିସ୍ଫୋରକ ଇନିଂସ ଖେଳିବା ପରେ ମ୍ୟାକ୍ସୱେଲ କ୍ରିକେଟ ଇତିହାସର ଅନେକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସେ ଏକାଧିକ ବିଶ୍ୱ କୀର୍ତ୍ତିମାନ ହାସଲ କରିଛନ୍ତି।

ମ୍ୟାକ୍ସୱେଲ କରିଥିବା ରେକର୍ଡ

୧- ଦିନିକିଆରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଖେଳାଳିଙ୍କ ତାଲିକାରେ ମ୍ୟାକ୍ସୱେଲ ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ପୂର୍ବରୁ ଏହି ରେକର୍ଡ ଶେନ ୱାଟସନଙ୍କ ନାଁରେ ଥିଲା। ସେ ବାଂଲାଦେଶ ବିପକ୍ଷ ୨୦୧୧ ବିଶ୍ୱକପ ମ୍ୟାଚ୍‌ରେ ୧୮୫ ରନର ଇନିଂସ ଖେଳିଥିଲେ।

୨- ମ୍ୟାକ୍ସୱେଲ ବିଶ୍ୱର ୯ମ ବ୍ୟାଟର ଭାବେ ଦିନିକିଆରେ ଡବଲ ଟନ ହାସଲ କରିଛନ୍ତି। ରୋହିତ ଶର୍ମା, ମାର୍ଟିନ ଗପ୍ଟିଲ, ବୀରେନ୍ଦ୍ର ସେହୱାଗ, କ୍ରିସ ଗେଲ, ଫଖର ଜମାନ, ଇଶାନ କିଶନ, ଶୁବମନ ଗିଲ ଓ ସଚିନ ତେନ୍ଦୁଲକର ପୂର୍ବରୁ ଦୁଇ ଶତକ ହାସଲ କରି ସାରିଛନ୍ତି। ଅଷ୍ଟ୍ରେଲିଆ ପ୍ରଥମ ଖେଳାଳି ଭାବେ ମ୍ୟାକ୍ସୱେଲ ଦୁଇ ଶତକ ହାସଲ କରିଛନ୍ତି।

୩- ଦିନିକିଆ ବିଶ୍ୱକପରେ ମ୍ୟାକ୍ସୱେଲ ତୃତୀୟ ବ୍ୟାଟର ଭାବେ ଡବଲ ସେଞ୍ଚୁରୀ ମାରିଛନ୍ତି। ତାଙ୍କ ପୂର୍ବରୁ ମାର୍ଟିନ ଗପ୍ଟିଲ ୨୩୭ ଓ କ୍ରିସ ଗେଲ ୨୧୫ ଡବଲ ଟନ ହାସଲ କରିଥିଲେ। ୨୦୧୫ ବିଶ୍ୱକପରେ ଗପ୍ଟିଲ ଓ ଗେଲ ଦୁଇ ଶତକ ମାରିଥିଲେ।

୪- ଗ୍ଲେନ ମ୍ୟାକ୍ସୱେଲ ଦିନିକିଆରେ ଦ୍ୱିତୀୟ ଦ୍ରୁତତମ ଖେଳାଳି ଭାବେ ଦୁଇ ଶତକ ହାସଲ କରିଛନ୍ତି। ସେ ମାତ୍ର ୧୨୮ ବଲରେ ଏପରି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ତାଙ୍କ ଉପରେ ଭାରତର ଈଶାନ କିଶନ ରହିଛି। ସେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ମାତ୍ର ୧୨୬ ବଲରେ ନିଜର ଦୁଇ ଶତକ ପୂରଣ କରିଥିଲେ।

୫- ଗ୍ଲେନ ମ୍ୟାକ୍ସୱେଲ ବିଶ୍ୱକପ ରନ ଚେଜ୍‌ ବେଳେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନି ଯାଇଛନ୍ତି। ସେ ଆଣ୍ଡ୍ର୍ୟୁ ଷ୍ଟ୍ରସଙ୍କ ୧୫୮ ରନର ରେକର୍ଡକୁ ଭାଙ୍ଗିଛନ୍ତି। ୨୦୧୧ ଭାରତ ବିପକ୍ଷ ମ୍ୟାଚ୍‌ରେ ଷ୍ଟ୍ରସ ୧୫୮ ରନର ଇନିଂସ ଖେଳିଥିଲେ। ହେଲେ ମ୍ୟାକ୍ସୱେଲ ୨୦୧ ରନ କରି ତାଙ୍କୁ ପଛରେ ପକାଇ ଦେଇଛନ୍ତି।

୬- ମ୍ୟାକ୍ସୱେଲ ପ୍ରଥମ ନନ୍‌ ଓପନର ଯିଏ ଦିନିକିଆରେ ଡବଲ ଟନ ହାସଲ କରିଛନ୍ତି। ସେହିପରି ନନ୍ ଓପନର ଭାବେ ସର୍ବାଧିକ ରନ କରିଥିବା ଖେଳାଳି ମଧ୍ୟ ବନି ଯାଇଛନ୍ତି। ପୂର୍ବରୁ ଏହି ରେକର୍ଡ ଜିମ୍ବାୱେର ଚାର୍ଲସ କଭେଣ୍ଟରୀଙ୍କ ନାଁରେ ଥିଲା। ସେ ନନ ଓପନର ଭାବେ ଅପରାଜିତ ୧୯୪ ରନର ଇନିଂସ ଖେଳିଥିଲେ।

୭- କୌଣସି ଦିନିକିଆ ମ୍ୟାଚର ଦ୍ୱିତୀୟ ଇନିଂସରେ ସର୍ବାଧିକ ରନ କରିବାର ରେକର୍ଡ ମଧ୍ୟ ଗ୍ଲେନ ମ୍ୟାକ୍ସୱେଙ୍କ ନାଁରେ ଯୋଡ଼ି ହୋଇଯାଇଛି। ସେ ପାକିସ୍ତାନର ଫଖର ଜମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ୧୯୩ ରନର ଇନିଂସକୁ ପଛରେ ପକାଇ ଦେଇଛନ୍ତି।

୮- ଭାରତ ମାଟିରେ ମ୍ୟାକ୍ସୱେଲ ୫ମ ବ୍ୟାଟର ଭାବେ ଡବଲ ଟନ ମାରିଛନ୍ତି। ଭାରତ ମାଟିରେ ରୋହିତ ଶର୍ମା(୩), ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ ଓ ଶୁବମନ ଗିଲ୍‌ ଦୁଇ ଶତକ ହାସଲ କରିଥିଲେ।

୯- ଗ୍ଲେନ ମ୍ୟାକ୍ସୱେଲ ୮ମ ୱିକେଟ ପାଇଁ ପାଟ କିମନ୍ସଙ୍କ ସହ ମିଶି ସର୍ବାଧିକ ରନର ଭାଗିଦାରୀ କରିଛନ୍ତି। ଦୁଇ ଜଣ ମିଳିତ ଭାବେ ୨୦୨ ରନର ଭାଗିଦାରୀ କରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ଦକ୍ଷିଣ ଆଫ୍ରିକାର ଆଣ୍ଡ୍ର୍ୟୁ ହଲ ଓ ଜଷ୍ଟିନ କେମ୍ପଙ୍କ ନାଁରେ ଥିଲା। ଉଭୟ ୧୩୮ ରନର ଭାଗିଦାରୀ କରିଥିଲେ।

ICC ICC World Cup 2023 ICC World Cup ICCC World Cup Glenn Maxwell
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe