Advertisment

ଡ୍ରେସିଂ ରୁମରେ ଶାମି ଓ ବୁମ୍ରାଙ୍କୁ ହିରୋ ଭଳି ସ୍ୱାଗତ, ଦେଖନ୍ତୁ ଭିଡିଓ

ଲଣ୍ଡନ: ଲର୍ଡ୍ସର ଐତିହାସିକ ମଇଦାନରେ ଜବରଦସ୍ତ ବ୍ୟାଟିଂ କରିବା କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ସମ୍ମାନର କଥା ହୋଇଥାଏ। ସୋମବାର ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା କିଛି ଏଭଳି ଦମଦାର ବ୍ୟାଟିଂ ପ୍ରଦର୍ଶନ ଦେଖାଇଛନ୍ତି। ଭାରତର ଏହି ଦୁଇ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ ଇଂଲଣ୍ଡର ବୋଲରଙ୍କୁ ଏଭଳି ଧୁଲେଇ କଲେ ଯେ ଆୟୋଜକ ଦଳ ହାତରୁ ମ୍ୟାଚ୍ ଚାଲିଯାଇଛି। ବୁମ୍ରା ଓ ଶାମି ନବମ ୱିକେଟ୍ ପାଇଁ ୮୯ ରନର ଭାଗିଦାରୀ କରିଛନ୍ତି, ଯାହା ଦ୍ୱାରା ଭାରତ ଇଂଲଣ୍ଡକୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଡ୍ରେସିଂ ରୁମରେ ଶାମି ଓ ବୁମ୍ରାଙ୍କୁ ହିରୋ ଭଳି ସ୍ୱାଗତ, ଦେଖନ୍ତୁ ଭିଡିଓ

INDIA

ଲଣ୍ଡନ: ଲର୍ଡ୍ସର ଐତିହାସିକ ମଇଦାନରେ ଜବରଦସ୍ତ ବ୍ୟାଟିଂ କରିବା କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ସମ୍ମାନର କଥା ହୋଇଥାଏ। ସୋମବାର ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା କିଛି ଏଭଳି ଦମଦାର ବ୍ୟାଟିଂ ପ୍ରଦର୍ଶନ ଦେଖାଇଛନ୍ତି। ଭାରତର ଏହି ଦୁଇ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ ଇଂଲଣ୍ଡର ବୋଲରଙ୍କୁ ଏଭଳି ଧୁଲେଇ କଲେ ଯେ ଆୟୋଜକ ଦଳ ହାତରୁ ମ୍ୟାଚ୍ ଚାଲିଯାଇଛି।

Advertisment

ବୁମ୍ରା ଓ ଶାମି ନବମ ୱିକେଟ୍ ପାଇଁ ୮୯ ରନର ଭାଗିଦାରୀ କରିଛନ୍ତି, ଯାହା ଦ୍ୱାରା ଭାରତ ଇଂଲଣ୍ଡକୁ ୨୭୨ ରନର ଟାର୍ଗେଟ୍ ଦେଇଛି। ଶାମି ଅପରାଜିତ ୫୬ ଓ ବୁମ୍ରା ଅପରାଜିତ ୩୪ ରନ୍ କରିଛନ୍ତି। ଦୁହିଁଙ୍କ ଏହି ଦମଦାର ଇନିଂସ୍ ପାଇଁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ। ଲଞ୍ଚ ପରେ ଯେତେବେଳେ ଦୁହେଁ ଡ୍ରେସିଂ ରୁମରେ ପହଞ୍ଚିଲେ, ସାଥୀ ଖେଳାଳି ସେମାନଙ୍କୁ ହିରୋ ଭଳି ସ୍ୱାଗତ କରିଥିଲେ। ବିସିସିଆଇ ବୁମ୍ରା ଓ ଶାମିଙ୍କ ସ୍ୱାଗତର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଛି, ଯାହାକୁ ଦେଇ ସମସ୍ତଙ୍କୁ ଗର୍ବିତ ମନେ ହେବ।

https://twitter.com/BCCI/status/1427246702394761222?s=20

ଏହି ଭିଡିଓ ପ୍ରଥମ ସେସନ୍ ପରେ ନିଆଯାଇଥିଲା। ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, କ୍ୟାପଟେନ୍ ବିରାଟ କୋହଲିଙ୍କ ସମେତ ପୂରା ସପୋର୍ଟ ଷ୍ଟାଫ୍ ଏବଂ ଖେଳାଳି ବୁମ୍ରା ଓ ଶାମିଙ୍କ ସ୍ୱାଗତ କରିବା ପାଇଁ ଲର୍ଡ୍ସ ଗ୍ୟାଲେରୀରେ ଛିଡ଼ା ହୋଇଥିଲେ। ବିସିସିଆଇ ଦ୍ୱାରା ଶେଆର୍ କରାଯାଇଥିବା ଏହି ଭିଡିଓକୁ ଫ୍ୟାନ୍ ଖୁବ୍ ପସନ୍ଦ କରୁଛନ୍ତି।

Advertisment

ଉକ୍ତ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ୮ ୱିକେଟ୍ ହରାଇ ୨୯୮ ରନ୍ କରିଥିବା ବେଳେ କ୍ୟାପଟେନ୍ ବିରାଟ କୋହଲି ପାଳି ଘୋଷଣା କରିଥିଲେ।

India Vs England