Advertisment

କୋଲକାତା ନାଇଟ ରାଇଡର୍ସକୁ ହରାଇ ପଏଣ୍ଟ ଟେବୁଲ ଉପରେ ଗୁଜରାଟ ଟାଇଟନ୍ସ

ଆଜି କୋଲକାତାର ଇଡେନ ଗାଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୭ ଓ୍ୱିକେଟରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ।

David Miller

David Miller

Advertisment

କୋଲକାତା : ଆଜି କୋଲକାତାର ଇଡେନ ଗାଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୭ ଓ୍ୱିକେଟରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ।

Advertisment

ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୧୭୯ରନ କରିଥିଲା। ଦଳ ପକ୍ଷରୁ ରେହମାନୁଲ୍ଲା ଗୁରବାଜ ସର୍ବାଧିକ ୮୧ରନ ଓ ଆଣ୍ଡ୍ରେ ରସେଲ ୩୪ରନ କରିଥିଲେ।

ଗୁଜରାଟ ପକ୍ଷରୁ ମହମ୍ମଦ ସାମ୍ମି ୩ଟି ଓ୍ୱିକେଟ ନେଇଥିବାବେଳେ ଜୋସୁଆ ଲିଟଲ ଓ ନୁର ଅହମ୍ମଦ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ।

Advertisment

ଗୁଜରାଟ ୧୮୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା। ଉତ୍ତମ ଖେଳ ପ୍ରଦର୍ଶନ ଯୋଗୁ ଦଳ ୧୭.୫ ଓଭରରେ ଏହି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଦଳ ପକ୍ଷରୁ ବିଜୟ ଶଙ୍କର ଅପରାଜିତ ୫୧ରନ, ଶୁଭମନ ଗିଲ୍ ୪୯ ରନ, ଡେଭିଡ୍ ମିଲର୍ ଅପରାଜିତ ୩୨ରନ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୬ରନ କରିଥିଲେ।

କୋଲକାତା ପକ୍ଷରୁ ହର୍ଷିତ ରାଣା, ଆଣ୍ଡ୍ରେ ରସେଲ, ସୁନୀଲ ନାରାୟଣ ଗୋଟାଏ ଲେଖାଏଁ ୱିକେଟ ନେଇଥିଲେ।

ଏହି ବିଜୟ ସହ ପଏଣ୍ଟ ଗୁଜରାଟ ୮ଟି ମ୍ୟାଚରୁ ୬ଟିରେ ବିଜୟ ସହ ୧୨ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ କୋଲକାତା ୯ଟି ମ୍ୟାଚରୁ ମାତ୍ର ୩ଟିରେ ବିଜୟ ହାସଲ କରିପାରିଛି।

IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe