Advertisment

ଇତିହାସ ରଚିଲେ ଏହି ୧୮ ବର୍ଷୀୟ କ୍ରିକେଟର, ମାରିଲେ ୪୯୮ ରନ

୧୮ ବର୍ଷ ବୟସରେ ସେ ୪୯୮ ରନର ଇନିଂସ ଖେଳି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Drona

Drona

ଇତିହାସ ରଚିଛନ୍ତି ୧୮ ବର୍ଷୀୟ କ୍ରିକେଟର ଦ୍ରୋଣ ଦେଶାଇ। ସେ ମଣିନଗରର ଜେଏଲ ଇଂଲିଶ ସ୍କୁଲ ବିପକ୍ଷରେ ମାରିଛନ୍ତି ୪୯୮ ରନ। ଗୁଜରାଟର ଗାନ୍ଧିନଗରରେ ଥିବା ଶିବାୟ କ୍ରିକେଟିଂ କ୍ଲବରେ ଚାଲିଥିବା ଡିୱାନ ବାଲୁଭାଇ କପ(ଅଣ୍ଡର-୧୯)ରେ ସେ ଏପରି ବଡ଼ ଇନିଂସ ଖେଳିଛନ୍ତି। ସେ ୪୯୮ ରନ କରି ଆଉଟ ହେବା ପରେ ୫୦୦ ଠାରୁ ମାତ୍ର ୨ ରନ ପଛରେ ରହି ଯାଇଥିବା ଅନୁଭବ କରିଥିଲେ।

Advertisment

ତେବେ ୧୮ ବର୍ଷ ବୟସରେ ସେ ୪୯୮ ରନର ଇନିଂସ ଖେଳି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଗୁଜରାଟରେ ଆଜି ଯାଏ ଖେଳା ଯାଇଥିବା ଅନ୍ତଃସ୍କୁଲ କ୍ରିକେଟରେ ସର୍ବାଧିକ ରନ ସ୍କୋରର ହୋଇଯାଇଛନ୍ତି। ସେହିପରି ଭାରତ ପାଇଁ ସେ ତୃତୀୟ ସର୍ବାଧିକ ରନ ହାସଲକାରୀ କ୍ରିକେଟର ମଧ୍ୟ ବନି ଯାଇଛନ୍ତି। ଦ୍ରୋଣଙ୍କ ସହ ତୃତୀୟ ସ୍ଥାନରେ ଅରମାନ ଜାଫର ରହିଛନ୍ତି। ଏହି ଦୁଇ ଖେଳାଳିଙ୍କ ଉପରେ ପ୍ରଣବ ଧନାୱାଡେ ଓ ପୃଥ୍ୱୀ ଶ’ ଅଛନ୍ତି।

ଦ୍ରୋଣ ୪୯୮ କରିବା ପାଇଁ ପଡ଼ିଆରେ ୩୭୨ ମିନିଟ ସମୟ ଅତିବାହିତ କରିଥିଲେ। ସେ ୩୨୦ଟି ବଲର ସାମ୍ନା କରି ୮୬ଟି ଚୌକା ଓ ୭ଟି ଛକା ମାରିଛନ୍ତି। ସେ ୫୦୦ ଠାରୁ ୨ ରନ ପଛରେ ଥିବା ବେଳେ କରନ ମେଜିୟାତ୍ରଙ୍କ ବଲରେ ଆଉଟ ହୋଇଯାଇଛନ୍ତି।

Advertisment

ଦ୍ରୋଣଙ୍କ ବ୍ୟତୀତ ସେଣ୍ଟ ଜାଭିୟର ଲୟୋଲା ହଲ ଆମାସ ପାଇଁ ହେତ ଦେଶାଇ ୯୮ ବଲରେ ୧୪୮ ଓ ଅଧିନାୟକ ବିରାଜ ତାଲାତି ୯୩ ବଲରେ ଅପରାଜିତ ୧୦୪ ରନ କରିଛନ୍ତି। ଫଳରେ ଦଳ ପ୍ରଥମ ଇନିଂସରେ ୭ ୱିକେଟ ହରାଇ ବିଶାଳ ୮୪୪ ରନ କରିବା ପରେ ପାଳି ଘୋଷଣା କରିଥିଲା।

ଏହା ପୂର୍ବରୁ ଦଳ ଜେଏଲ ଟିମକୁ ପ୍ରଥମ ଇଂନିସରେ ମାତ୍ର ୪୦ ରନରେ ଅଲଆଉଟ କରି ଦେଇଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ଜେଏଲ ଦଳ କେବଳ ୯୨ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ସେଣ୍ଟ ଜାଭିୟର ମ୍ୟାଚ୍‌କୁ ଗୋଟିଏ ଇନିଂସ ଓ ୭୧୨ ରନରେ ଜିତି ନେଇଛି।

ସେଣ୍ଟ ଜାଭିୟର ପାଇଁ ବୋଲିଂରେ ଦକ୍ଷୀଣ ଶର୍ମା କମାଲ କରିଛନ୍ତି। ସେ ମ୍ୟାଚ୍‌ ୫୩ ରନ ଦେଇ ୯ଟି ୱିକେଟ ଦଖଲ କରିଛନ୍ତି।

Cricket