IPL
ଆଇପିଏଲ ୨୦୨୩ ସଂସ୍କରଣ ପାଇଁ ଆଜି ବିଧିବଦ୍ଧ ଭାବେ ବିଗୁଲ ବାଜିଛି। ଆଜି ଆଇପିଏଲ ମ୍ୟାଚ୍ଗୁଡ଼ିକର ସୂଚୀ ଜାରି ହୋଇଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବ କ୍ରିକେଟର ଏହି ମହାକୁମ୍ଭ। ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ଡିଫେଣ୍ଡିଂ ଚାମ୍ପିୟନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ।
ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ୧୦ଟି ଦଳ ୭୦ଟି ଲିଗ ମ୍ୟାଚ୍ ଖେଳିବେ। ଗୋଟିଏ ଦଳ ୭ଟି ଘରୋଇ ପରିବେଶରେ ଓ ଆଉ ୭ଟି ମ୍ୟାଚ୍ ବାହାରେ ଖେଳିବ। ମୋଟ ୧୨ଟି ସହରରେ ମ୍ୟାଚ୍ ଗୁଡ଼ିକ ଖେଳିବ। ୧୦ଟି ଯାକ ଟିମର ହୋମଗ୍ରାଉଣ୍ଡ ବ୍ୟତୀତ ଧର୍ମଶାଳା ଓ ଗୌହାଟୀରେ ମଧ୍ୟ ମ୍ୟାଚ୍ ଅନୁଷ୍ଠିତ ହେବ। ୫୨ ଦିନ ଧରି ଟୁର୍ଣ୍ଣାମେଣ୍ଟ ଚାଲିବ। ଏହି ସମୟରେ ଆଇପିଏଲର ୧୦୦୦ତମ ମ୍ୟାଚ୍ ଖେଳାଯିବ। ଆଇପିଏଲ ଇତିହାସର ଦୁଇ ସଫଳ ଟିମ ଚେନ୍ନାଇ ଓ ମୁମ୍ବାଇ ୬ ତାରିଖରେ ୧ ହଜାର ତମ ମ୍ୟାଚ୍ରେ ଲଢ଼େଇ କରିବେ। ଚେନ୍ନାଇର ଚେପକ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।
ଧୋନି-ପାଣ୍ଡ୍ୟା ପ୍ରଥମ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଏପ୍ରିଲ ୧ରେ ୨ଟି ମ୍ୟାଚ୍ ଖେଳାଯିବ। ସେହିଦିନ ପ୍ରଥମ ମ୍ୟାଚ୍ ୩.୩୦ରେ ଆରମ୍ଭ ହେବ। ଏଥିରେ ପଞ୍ଜାବ କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ଲଢ଼େଇ କରିବେ। ଦ୍ୱିତୀୟ ମ୍ୟାଚ୍ ଲକ୍ଷ୍ନୌ ଓ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ହେବ।
ଏପ୍ରିଲ ୨ରେ ମଧ୍ୟ ୨ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେବେ। ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ମଧ୍ୟରେ ଟକ୍କର ହେବ। ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ମେ’ ୨୧ରେ ଖେଳାଯିବ। ମୋଟ ୭୦ଟି ଲିଗ୍ ସହ ୧୮ଟି ଡବଲ ହେଡର୍ସ ମ୍ୟାଚ୍ ଅନୁଷ୍ଠିତ ହେବ। ମେ’ ୨୮ରେ ଫାଇନାଲ ମ୍ୟାଚ୍ ଖେଳାଯିବ।
୧୦ଟି ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଗ୍ରୁପ ଏରେ ମୁମ୍ବାଇ, କୋଲକାତା, ରାଜସ୍ଥାନ, ଦିଲ୍ଲୀ ଓ ଲକ୍ଷ୍ନୌ ରହିଛନ୍ତି। ସେହିପରି ଗ୍ରୁପ ବି’ରେ ଚେନ୍ନାଇ, ହାଇଦ୍ରାବାଦ, ଆରସିବି, ପଞ୍ଜାବ ଓ ଗୁଜରାଟ ଅଛନ୍ତି।
ଅହମଦାବାଦ, ମୋହାଲି, ଲକ୍ଷ୍ନୌ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, କୋଲକାତା, ଜୟପୁର, ମୁମ୍ବାଇ, ଗୌହାଟୀ ଓ ଧର୍ମଶାଳାରେ ମ୍ୟାଚ୍ ଗୁଡ଼ିକ ଖେଳାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IPL_1676635739.jpg)