Advertisment

ପାକିସ୍ତାନକୁ ଆଫଗାନିସ୍ତାନର କଡ଼ା ଜବାବ, ଅର୍ଦ୍ଧଶତକ ପରେ ଗୁରବାଜ ଆଉଟ୍‌

ଦଳୀୟ ସ୍କୋର ୧୩୦ରେ ଆଫଗାନ ତା’ର ପ୍ରଥମ ୱିକେଟ ହରାଇଛି। ଦମଦାର ବ୍ୟାଟିଂ କରୁଥିବା ଗୁରବାଜ ୬୫ ରନ କରି ଶାହୀନ ଶାହ ଆଫ୍ରିଦିଙ୍କ ବଲରେ ଆଉଟ ହୋଇଛନ୍ତି।

Gurbaz

Gurbaz

Advertisment

ଆଫଗାନିସ୍ତାନର ଦୁଇ ଓପନର ରହମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦ୍ରାନ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି। ଚେନ୍ନାଇରେ ୨୮୩ ରନ ପାଇଥିବା ଆଫଗାନିସ୍ତାନ ପାଇଁ ଉଭୟ ଆରମ୍ଭରୁ ଦମଦାର ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି।

Advertisment

ତେବେ ଦଳୀୟ ସ୍କୋର ୧୩୦ରେ ଆଫଗାନ ତା’ର ପ୍ରଥମ ୱିକେଟ ହରାଇଛି। ଦମଦାର ବ୍ୟାଟିଂ କରୁଥିବା ଗୁରବାଜ ୬୫ ରନ କରି ଶାହୀନ ଶାହ ଆଫ୍ରିଦିଙ୍କ ବଲରେ ଆଉଟ ହୋଇଛନ୍ତି। ତେବେ ଦଳର ଅନ୍ୟତମ ଓପନର ଇବ୍ରାହିମ ଏବେ ବି କ୍ରିଜ୍‌ରେ ଅଛନ୍ତି। ତାଙ୍କୁ ସାଥ ଦେବାକୁ ରହମତ ଶାହ ଆସିଛନ୍ତି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ୭୪, ଅବଦୁଲ୍ଲା ଶଫିକଙ୍କ ୫୬, ଇଫତକାର ଅହମଦଙ୍କ ୪୦ ଓ ଶଦାବ ଖାନଙ୍କ ୪୦ ରନ ବଳରେ ୭ ୱିକେଟ ହରାଇ ୨୮୨ ରନ କରିଛି। ୨୮୩ ରନର ଟାର୍ଗେଟ ପାଇଥିବା ଆଫଗାନିସ୍ତାନ ପାଇଁ ଗୁରବାଜ ଓ ଇବ୍ରହିମ ଦ୍ରୁତ ଆରମ୍ଭ କରିଥିଲେ।

Advertisment

ଉଭୟଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ସବୁ ଦେଖିବାକୁ ମିଳିଥିଲା। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ବାବର ବୋଲିଂ ଏଣ୍ଡରେ ଏକାଧିକ ପରିବର୍ତ୍ତନ କରିଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା। ଦୁଇ ବ୍ୟାଟର ଦ୍ରୁତ ଗତିରେ ରନ ସଂଗ୍ରହ କରିବାରେ ଲାଗିଥିଲେ। ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ୱିକେଟ ପାଇଁ ରେକର୍ଡ ୧୩୦ ରନ ଯୋଡ଼ିଥିଲେ।

୨୧ତମ ଓଭର ଶେଷ ହେବା ପରେ ଡ୍ରିଙ୍କ୍ସ ବ୍ରେକ ହୋଇଥିଲା। ଏହି ସମୟରେ ପାକିସ୍ତାନ ଖେଳାଳିମାନେ ବେଶ ମାନସମନ୍ଥନ କରିଥିଲେ। ପ୍ରଥମ ସ୍ପେଲରେ ୪ ଓଭର ବୋଲିଂ କରି ୨୦ ରନ ଦେଇଥିବା ଆଫ୍ରିଦି ୨୨ ତମ ଓଭର ବୋଲିଂ କରିବାକୁ ଆସିଥିଲେ।

ସେ ପ୍ରଥମ ବଲରେ ୬୫ ରନ କରିଥିବା ଗୁରବାଜଙ୍କୁ ଆଉଟ କରି ପାକିସ୍ତାନକୁ ପ୍ରଥମ ସଫଳତା ଦେଇଥିଲେ। ଗୁରବାଚ ଆଜି ୫୩ ବଲରେ ୬୫ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୯ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

ଗୁରବାଜଙ୍କ ପରେ ଇବ୍ରାହିମଙ୍କ ସାଥ ଦେବା ପାଇଁ ରହମତ ଶାହ ଆସିଛନ୍ତି। ସେ ଏବେ ଦଳୀୟ ସ୍କୋରକୁ ଆଗକୁ ନେବାରେ ଲାଗିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଆଫଗାନିସ୍ତାନ ୨୬ ଓଭର୍‌ରେ ଗୋଟିଏ ୱିକେଟ ହରାଇ ୧୫୬ ରନ କରିଛି। ଏବେ ଦଳକୁ ଜିତିବା ପାଇଁ ୧୨୭ ରନର ଆବଶ୍ୟକ ରହିଛି। 

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup ICC WC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe