Bhumrah
ନୂଆଦିଲ୍ଲୀ: ଆହତ ସମସ୍ୟା ଯୋଗୁ ଟିମ୍ ଇଣ୍ଡିଆର ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା ବିଧିବଦ୍ଧ ଭାବେ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଛନ୍ତି। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯିବ। ବିଶ୍ୱକପ ସ୍କ୍ୱାଡରେ ବୁମ୍ରା ରହିଥିଲେ। ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ସେ ବ୍ୟାକ ଇଞ୍ଜୁରୀ ସମସ୍ୟାରେ ପଡ଼ିଥିଲେ।
ଏଥିଯୋଗୁ ତାଙ୍କୁ ବିଶ୍ୱକପ ସ୍କ୍ୱାଡରୁ ବାଦ ଦିଆଯାଇଛି। ଏନେଇ ସୋମବାର ସନ୍ଧ୍ୟାରେ ବିସିସିଆଇ ବିଧିବିଦ୍ଧ ଘୋଷଣା କରିଛି। ଏହି ଘୋଷଣା କ୍ରିକେଟପ୍ରେମୀଙ୍କୁ ନିରାଶ କରିଥିବା ବେଳେ ବୁମ୍ରା ଆଜି ଟ୍ୱିଟ ଯୋଗେ ନିଜର ମତ ରଖିଛନ୍ତି। ବିଶ୍ୱକପରୁ ବାଦ ପଡ଼ି ବୁମ୍ରା ହତାଶ ହୋଇପଡ଼ିଥିବା ଟ୍ୱିଟ କରି କହିଛନ୍ତି।
ସେ କହିଛନ୍ତି, “ଏଥର ଟି-୨୦ ବିଶ୍ୱକପର ଅଂଶ ହୋଇ ପାରୁ ନଥିବାରୁ ମୁଁ ଅତ୍ୟନ୍ତ ଭାଙ୍ଗିପଡ଼ିଛି। ମୁଁ ନିରାଶ ହୋଇଛି। କିନ୍ତୁ ମୋତେ ଭଲ ପାଇଥିବା ଲୋକଙ୍କ ଠାରୁ ମିଳିଥିବା ଶୁଭେଚ୍ଛା, ସମର୍ଥନ ଓ ଯତ୍ନ ଯୋଗୁ ଧନ୍ୟବାଦ। ମୁଁ ସୁସ୍ଥ ହେବା ପରେ ଭାରତର ଅଷ୍ଟ୍ରେଲିଆ ଅଭିଯାନ ପାଇଁ ଚିୟରିଂ କରିବି।”
ଆହତ ସମସ୍ୟା ଯୋଗୁ ବୁମ୍ରା ଏସିଆ କପ ଖେଳି ନଥିଲେ। ଏହାପରେ ସେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ରେ ସାମିଲ ହୋଇଥିଲେ। କିନ୍ତୁ ପ୍ରଥମ ମ୍ୟାଚ୍ ଖେଳି ନଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୨ ମ୍ୟାଚ୍ରେ ସେ ଖେଳିଥିଲେ ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ଲାଗୁଥିଲା ଦକ୍ଷିଣ ଆଫ୍ରିକା ସିରିଜ୍ରେ ସେ ବିଶ୍ୱକପ ପୂର୍ବରୁ ଅଭ୍ୟାସ ପାଇଁ ଭରପୂର ସୁଯୋଗ ପାଇବେ। କିନ୍ତୁ ନେଟ୍ସରେ ଥିବା ବେଳେ ସେ ବ୍ୟାକ ଇଞ୍ଜୁରୀ ସମସ୍ୟାରେ ପଡ଼ିଥିଲେ।
ତେଣୁ ତାଙ୍କୁ ରିହ୍ୟାବ ପାଇଁ ଜାତୀୟ କ୍ରିକେଟ ଏକାଡେମୀକୁ ପଠାଯାଇଥିଲା। ସେଠାରେ ସୁସ୍ଥ ହୋଇ ବୁମ୍ରା ବିଶ୍ୱକପ ବେଳକୁ ଫିଟ ହେବାର ସମ୍ଭାବନା ଥିବା କିଛି ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ବିସିସିଆଇ ସୋମବାର ବିଧିବଦ୍ଧ ଭାବେ ବୁମ୍ରାଙ୍କୁ ବିଶ୍ୱକପ ସ୍କ୍ୱାଡରୁ ବାଦ ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/Bhumrah.jpg)