Advertisment

ସବୁ ଆଇପିଏଲରେ ବ୍ୟସ୍ତ, ଏହି କ୍ରିକେଟର୍ ଚାଲିଲେ ଇଂଲଣ୍ଡ

ନୂଆଦିଲ୍ଲୀ: ଚଳିତ ମାସ ୯ ତାରିଖରୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣ ଆରମ୍ଭ ହେବ। ଦୁନିଆର ଏହି ବ୍ୟୟବହୁଳ କ୍ରିକେଟ୍ ଲିଗରେ ବର୍ତ୍ତମାନ ଜାତୀୟ ଦଳ ପକ୍ଷରୁ ଖେଳୁଥିବା ପ୍ରାୟ ସବୁ ଭାରତୀୟ ଖେଳାଳି ଭାଗ ନେବେ। କିନ୍ତୁ ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ ଚଳିତ ଆଇପିଏଲରେ ଖେଳିବେ ନାହିଁ। କାରଣ ତାଙ୍କୁ ଏଥର କୌଣସି ଫ୍ରାଞ୍ଚାଇଜି କିଣିନାହାନ୍ତି। ତେବେ ଆଇପିଏଲ୍ ଚାଲିଥିବା ବେଳେ ବିହାରୀ ଭାରତରେ ନରହି ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ […]

ସବୁ ଆଇପିଏଲରେ ବ୍ୟସ୍ତ, ଏହି କ୍ରିକେଟର୍ ଚାଲିଲେ ଇଂଲଣ୍ଡ

hanuma-vihari

Advertisment

ନୂଆଦିଲ୍ଲୀ: ଚଳିତ ମାସ ୯ ତାରିଖରୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣ ଆରମ୍ଭ ହେବ। ଦୁନିଆର ଏହି ବ୍ୟୟବହୁଳ କ୍ରିକେଟ୍ ଲିଗରେ ବର୍ତ୍ତମାନ ଜାତୀୟ ଦଳ ପକ୍ଷରୁ ଖେଳୁଥିବା ପ୍ରାୟ ସବୁ ଭାରତୀୟ ଖେଳାଳି ଭାଗ ନେବେ। କିନ୍ତୁ ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ ଚଳିତ ଆଇପିଏଲରେ ଖେଳିବେ ନାହିଁ। କାରଣ ତାଙ୍କୁ ଏଥର କୌଣସି ଫ୍ରାଞ୍ଚାଇଜି କିଣିନାହାନ୍ତି। ତେବେ ଆଇପିଏଲ୍ ଚାଲିଥିବା ବେଳେ ବିହାରୀ ଭାରତରେ ନରହି ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳିବାକୁ ମନସ୍ଥ କରିଛନ୍ତି।

Advertisment

ଭାରତର ଆଗାମୀ ଇଂଲଣ୍ଡ ଗସ୍ତକୁ ଆଖି ଆଗରେ ରଖି ବିହାରୀ ଇଂଲିଶ କାଉଣ୍ଟି କ୍ଲବ୍ ୱାରୱିକଶାୟର୍ ସହ ଚୁକ୍ତି କରିଛନ୍ତି। ଏଥିପାଇଁ ବିହାରୀ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିସାରିଛନ୍ତି। ଚଳିତ ସିଜନରେ ସେ ଇଂଲଣ୍ଡରେ ଅତିକମରେ ତିନୋଟି ମ୍ୟାଚ୍ ଖେଳିବେ। ବିସିସିଆଇର ଜଣେ ସିନିୟର ଅଧିକାରୀ ବିହାରୀଙ୍କ ଇଂଲଣ୍ଡ ଗସ୍ତ ନେଇ ସ୍ପଷ୍ଟ କରିଛନ୍ତି।

ବିସିସିଆଇ ଅଧିକାରୀ ଜଣକ କହିଛନ୍ତି, 'ବିହାରୀ ଇଂଲଣ୍ଡର କାଉଣ୍ଟି ଟିମ୍ ୱାରୱିକଶାୟର୍ ପକ୍ଷରୁ ଖେଳିବେ। ସେ ସେଠାରେ ତିନୋଟି ମ୍ୟାଚ୍ ଖେଳିବେ। ଏବେ ବିହାରୀ ଇଂଲଣ୍ଡରେ ଅଛନ୍ତି।' ତେବେ ୱାରୱିକଶାୟର୍ ଏ ନେଇ ଆନୁଷ୍ଠାନିକ ଘୋଷଣା କରିନାହିଁ।

Advertisment

ଆଇପିଏଲ୍ ନିଲାମରେ ବିହାରୀଙ୍କ ବେସ୍ ପ୍ରାଇସ୍ ୧ କୋଟି ଟଙ୍କା ଥିଲା। କିନ୍ତୁ ଫେବୃଆରୀ ୧୮ ତାରିଖରେ ହୋଇଥିବା ଆଇପିଏଲ୍ ନିଲାମରେ ତାଙ୍କ ଉପରେ କୌଣସି ଫ୍ରାଞ୍ଚାଇଜି ଆଗ୍ରହ ଦେଖାଇ ନଥିଲେ। ଯାହା ଫଳରେ ବିହାରୀ ଅନସୋଲ୍ଡ ରହିଥିଲେ। ବିହାରୀ ଶେଷଥର ପାଇଁ ୨୦୧୯ରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଆଇପିଏଲରେ ଖେଳିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe