ହାପି ବାର୍ଥ ଡେ ବିରାଟ କୋହଲି | Happy Birthday Virat Kohli | Odisha Reporter
ଆଜି ରନ ମେସିନ, କିଙ୍ଗ କୋହଲିଙ୍କ ଜନ୍ମ ଦିନ । ସେ ଆଜି ୩୫ ବର୍ଷ ବୟସରେ ପାଦ ଥାପିଛନ୍ତି । ଜନ୍ମ ଦିନରେ ଆଜି ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ଖେଳିବେ। କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସକୁ ବିରାଟମୟ କରିବାକୁ ବେଙ୍ଗଲ କ୍ରିକେଟ ଆସୋସିଏସନ ବ୍ୟାପକ ପ୍ରସ୍ତୁତି କରିଛି। ମ୍ୟାଚ୍ ପୂର୍ବରୁ ପଡ଼ିଆରେ ବିରାଟଙ୍କ ଜନ୍ମଦିନ ପାଳନ କରାଯିବ। ସେହିପରି ବିରାଟ ତାଙ୍କ ଜନ୍ମ ଦିନରେ ନିଜ ଦିନିକିଆ କ୍ୟାରିୟରର ୪୯ତମ ଶତକ ହାସଲ କରି ଏହାକୁ ଆହୁରି ସ୍ମରଣୀୟ କରିବେ ବୋଲି ମଧ୍ୟ ସମସ୍ତେ ଆଶା କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
